ସଙ୍କଟ ସମୟରେ ଚୀନ ଦେଖାଇଲା ବନ୍ଧୁପଣିଆ
Advertisement
Article Detail0/zeeodisha/odisha664351

ସଙ୍କଟ ସମୟରେ ଚୀନ ଦେଖାଇଲା ବନ୍ଧୁପଣିଆ

ଯେତେବେଳେ କୋରୋନାକୁ ମାତ ଦେବା ପାଇଁ ଭାରତ ଆପ୍ରାଣ ଉଦ୍ୟମ ଚଳାଇଛି, ସେହି ସମୟରେ ଚୀନ ବଢ଼ାଇଛି ସହାୟତାର ହାତ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛନ୍ତି ବିଶ୍ୱର ଅନେକ ଦେଶ । କୋରୋନା ମୁକାବିଲା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ଏହି ଭାଇରସର ଉତ୍ପତ୍ତି ସ୍ଥଳ ଚୀନ ନିଜେ ଏହାକୁ ଏବେ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛି । କେବଳ ସେତିକି ନୁହେଁ, ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ସହାୟତାର ହାତ ବଢ଼ାଉଛି । 

ଯେତେବେଳେ କୋରୋନାକୁ ମାତ ଦେବା ପାଇଁ ଭାରତ ଆପ୍ରାଣ ଉଦ୍ୟମ ଚଳାଇଛି, ସେହି ସମୟରେ ଚୀନ ବଢ଼ାଇଛି ସହାୟତାର ହାତ । ଆଜି ଭାରତକୁ ୧ କୋଟି ୭୦ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE) ପ୍ରଦାନ କରିଛି ଚୀନ । ଭାରତ ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଏବେ ଭାରତରେ ୧।୯୦ ଲକ୍ଷ ମାସ୍କ ବିତରଣ କରାଯିବ । ଭାରତ ପାଖରେ ପୂର୍ବରୁ ୩ ଲକ୍ଷ ୮୭ ହଜାର ୪୭୩ PPE ଥିଲା । ଭାରତ ପାଖାପାଖି ୨ କୋଟି ୯୪ ଲକ୍ଷ PPEର ବ୍ୟବସ୍ଥା କରୁଛି । ସେହିପରି ବର୍ତ୍ତମାନ ୧୬ ଲକ୍ଷ N95 ମାସ୍କ ସରକାରଙ୍କ ପାଖରେ ଅଛି । ୮୦ ଲକ୍ଷ  PPEର ଅର୍ଡର ସିଙ୍ଗାପୁରର ଏକ କମ୍ପାନୀକୁ ଦିଆଯାଇଛି । ୧୧ ଏପ୍ରିଲରୁ ଏହା ପଠାଇବା ଆରମ୍ଭ କରିବ ।