ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର
Advertisement
Article Detail0/zeeodisha/odisha603256

ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର

ଘୋଷଣା ହେଲା ୨୦୧୯ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଜ୍ଞାନପୀଠ ପୁରସ୍କାର ।  ପ୍ରସିଦ୍ଧ ମାଲାୟାଲାମ୍‌ ସାହିତ୍ୟିକ, ସାମ୍ବାଦିକ ଓ କବି ଅକିତମ୍‌ ଅଚ୍ୟୁତନ୍‌ ନମ୍ବୂଦିରୀ ଚଳିତ ବର୍ଷ ଜ୍ଞାନପୀଠ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଘୋଷଣା ହେଲା ୨୦୧୯ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଜ୍ଞାନପୀଠ ପୁରସ୍କାର ।  ପ୍ରସିଦ୍ଧ ମାଲାୟାଲାମ୍‌ ସାହିତ୍ୟିକ, ସାମ୍ବାଦିକ ଓ କବି ଅକିତମ୍‌ ଅଚ୍ୟୁତନ୍‌ ନମ୍ବୂଦିରୀ ଚଳିତ ବର୍ଷ ଜ୍ଞାନପୀଠ ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି । 

ମାଲାୟାଲାମ୍‌ ସାହିତ୍ୟରେ ଜଣେ ଆଧୁନିକତାର କବି ଭାବରେ ସେ ବେଶ୍ ପରିଚିତ । କେରଳର ପାଲାକ୍କଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଏଇ କବିଙ୍କର ଅନେକ କାଳଜୟୀ ରଚନା ଆଜି ବି ସାରା ଭାରତରେ ପ୍ରସିଦ୍ଧ । ତାଙ୍କ ରଚନା ମଧ୍ୟରେ ଇରୁପଥମ୍‌ ନୂତଂଡିନତେ ଇତିହାସମ୍‌ ବା ବିଂଶ ଶତାବ୍ଦୀର କିମ୍ବଦନ୍ତୀ ଅନ୍ୟତମ ଅଟେ । ଯାହାକୁ ମାଲାୟାମ ସାହିତ୍ୟର ଆଧୁନିକ ସାହିତ୍ୟ କୃତି ବୋଲି କୁହାଯାଏ । 

ଆହୁରି ପଢନ୍ତୁ; କୁପୋଷଣରେ ଆଗରେ ଓଡ଼ିଶା

ତାଙ୍କର ୪୩ ରୁ ଅଧିକ ସାହିତ୍ୟ କୃତି ମାଲାୟାଲାମ ସାହିତ୍ୟକୁ ସମୃଦ୍ଧ କରିଛି । ୯୩ ବର୍ଷୀୟ ଏହି କବିଙ୍କ ନାମ ଉପରେ ଜୁରି କମିଟି ମୋହର ମାରିବା ପରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ସେ ୧୯୭୧ରେ କେରଳ ସାହିତ୍ୟ ଏକାଡେମୀ ଏବଂ ୧୯୭୩ରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ୨୦୧୭ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପୁରସ୍କାର ସ୍ୱରୂପ ତାଙ୍କୁ ୧୧ ଲକ୍ଷ ଟଙ୍କା ଦିଆଯିବା ସହ ସରସ୍ୱତୀଙ୍କର ଏକ ବ୍ରୋଞ୍ଜ ପ୍ରତିମା ମଧ୍ୟ ଦିଆଯିବ । ଏହି ପୁରସ୍କାର ପାଇବାରେ ଅକିତମ୍‌ ଅଚ୍ୟୁତନ୍‌ ନମ୍ବୂଦିରୀ ହେଉଛନ୍ତି ଷଷ୍ଠ ମାଲାୟାଲମ୍‌ କବି ।

ଆହୁରି ପଢନ୍ତୁ; 'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ