ବିଦେଶରୁ ଲକ୍ଷାଧିକ ଟଙ୍କାର ସୁନା ପିନ୍ଧି ପଳାଇ ଆସିଥିଲେ ଭାରତୀୟ ମହିଳା
Trending Photos
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରୁ ୨୩।୮୫ ଲକ୍ଷ ଟଙ୍କାର ସୁନା ଗହଣା ଜବତ । ଜଣେ ମହିଳାଙ୍କ ଠାରୁ ଏତେ ଟଙ୍କାର ସୁନା ଜବତ ହୋଇଛି । ସମ୍ପୃକ୍ତ ମହିଳା ଭାରତୀୟ । ସେ ହଂକଂରୁ ଦିଲ୍ଲୀ ଫେରୁଥିବା ବେଳେ ବିମାନ ବନ୍ଦରରେ ଧରା ପଡିଛନ୍ତି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ ।
Delhi Customs Zone: Gold worth Rs. 23.85 lakhs seized at Delhi airport on 29th December from one Indian passenger arriving from Hong Kong. The gold was concealed in his body. The passenger has been arrested. pic.twitter.com/bcO6piQ5lq
— ANI (@ANI) December 31, 2019
ସୂଚନା ମୁତାବକ, ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା ଏହି ଘଟଣା । ହଂକଂରୁ ଦିଲ୍ଲୀ ଫେରିଥିବା ଜଣେ ଭାରତୀୟ ମହିଳାଙ୍କ ଦେହସାରା ସୁନା ଗହଣ ଦେଖିବାକୁ ମିଳିଥିଲା । ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ମହିଳାଙ୍କ ଚେକିଂ କରିବା ପରେ ଗିରଫ କରିଛନ୍ତି । ହଂକଂରେ ସୁନା ଦର ଶସ୍ତା ହୋଇଥିବାରୁ ମହିଳା ଜଣକ ନିୟମକୁ ଅମାନ୍ୟ କରି ଏତେ ପରିମାଣରେ ସୁନା ପିନ୍ଧି ପଳାଇ ଆସିଥିବା କୁହାଯାଉଛି । ପୋଲିସ ଅଧିକ ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ କାହିଁକି ଅନୁପସ୍ଥିତ ରହିଲେ ସଞ୍ଜୟ ରାଉତ ?