ISIS ମୁଖ୍ୟ ବାଗଦାଦୀ ନିହତ ! ଟ୍ରମ୍ପଙ୍କ ଟ୍ୱିଟ, ଏବେ କିଛି ବଡ ହୋଇଛି
Advertisement

ISIS ମୁଖ୍ୟ ବାଗଦାଦୀ ନିହତ ! ଟ୍ରମ୍ପଙ୍କ ଟ୍ୱିଟ, ଏବେ କିଛି ବଡ ହୋଇଛି

ସମଗ୍ର ବିଶ୍ୱରେ ରକ୍ତର ହୋଲି ଖେଳୁଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ବାଗଦାଦୀ ନିହତ !

ଫାଇଲ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ରକ୍ତର ହୋଲି ଖେଳୁଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ବାଗଦାଦୀ ନିହତ ! ସିରିଆରେ ଆମେରିକା ସେନା ଦ୍ୱାରା ସେ ନିହତ ହୋଇଥିବା ଜଣାପଡିଛି । ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ପରୋକ୍ଷରେ ଏଭଳି କିଛି ଟ୍ୱିଟ କରିଛନ୍ତି । ଏବେ କିଛି ବଡ ହୋଇଥିବା କହିଛନ୍ତି ଟ୍ରମ୍ପ । ଏହି ଟ୍ୱିଟ ବାଗଦାତୀ ସମ୍ପର୍କରେ ବୋଲି କୁହାଯାଉୁଛି । 

ସଫଳ ହୋଇଛି କି ଆମେରିକା ସେନାର ମିଶନ ? ସିରିଆରେ ଆମେରିକା ସେନା ଦ୍ୱାରା ନିହତ ହୋଇଛି ଆଇଏସଆଇଏସ ମୁଖ୍ୟ ଅବୁ-ବକର ଅଲ ବାଗଦାତୀ ! ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ଆମେରିକା ରାଷ୍ଟ୍ରପତି । ଏହି କୁଖ୍ୟାତ ଆତଙ୍କବାଦୀ ମୁଣ୍ଡ ପାଇଁ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

୨୦୧୪ରେ ସିରିଆର ଏକ ମସଜିଦର ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବାଗଦାଦୀକୁ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ବାଗଦାଦୀକୁ ଖୋଜିବା ପାଇଁ ସିରିଆରେ ଆମେରିକା ସେନା ମୁତ୍ତୟନ କରିଥିଲା । ଆଉ ଏବେ ଏହି ଅପରେସନ ସଫଳ ହୋଇଥିବା କୁହାଯାଉଛି । ଯଦି ଏହି ଅପରେସନ ସତ ହୋଇଥାଏ, ତେବେ ଏବେ କେବଳ ଆମେରିକା ନୁହେଁ, ବିଶ୍ୱବାସୀଙ୍କ ପାଇଁ ବହୁତ ବଡ ଏବଂ ଆଶ୍ୱସ୍ତିର ଖବର । ତେବେ ଏପର୍ଯ୍ୟନ୍ତ ଏହା ଉପରେ ସ୍ପଷ୍ଟିକରଣ ଦେଇନି ଆମେରିକା । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ମଧ୍ୟ ବାଗଦାଦୀକୁ ଏନକାଉଣ୍ଟର ନେଇ ଖବର ଆସିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ମିଛ ବୋଲି ଜଣାପଡିଥିଲା । ହେଲେ ଏଥର ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟ ବେଶ ଗୁରୁତ୍ୱବହନ କରୁଛି ।