ଗାଁ ବୁଲୁଛନ୍ତି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha617592

ଗାଁ ବୁଲୁଛନ୍ତି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ନିଜ ଗାଁ ବୁଲିବାକୁ ଭାରତ ଆସିଛନ୍ତି ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ।

ଗାଁ ବୁଲୁଛନ୍ତି ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଗାଁ ବୁଲୁଛନ୍ତି ବିଦେଶୀ ପ୍ରଧାନମନ୍ତ୍ରୀ। ନିଜ ଗାଁ ବୁଲିବାକୁ ଭାରତ ଆସିଛନ୍ତି ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ଲିୟୋ ବରାଡକର। ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟା ସତ। ଲିୟୋ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ରହିଛି ଲିୟୋଙ୍କ ପୈତୃକ ଗ୍ରାମ। ଏହି ଗ୍ରାମକୁ ବୁଲିବାକୁ ଆସିଛନ୍ତି ସେ। 

ସୂଚନାଯୋଗ୍ୟ 2017 ମସିହାରେ ଲିୟୋ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ତାଙ୍କର ଏହା ପ୍ରଥମ ଭାରତ ଗସ୍ତ ରହିଥିଲା। ତେବେ ପ୍ରଧାନମନ୍ତ୍ରୀ ଲିୟୋଙ୍କ ପିତା ହେଉଛନ୍ତି ଅଶୋକ ବରାଡକର। ମୁମ୍ବାଇ ଠାରୁ ଦକ୍ଷିଣକୁ ପ୍ରାୟ  500 କିଲୋମିଟର ଦୂର କୋଙ୍କଣ ଅଞ୍ଚଳର ସିନ୍ଧୁଦୁର୍ଗରେ ଅଶୋକଙ୍କର ଗ୍ରାମ ରହିଥିଲା। ଅଶୋକ ପେସାରେ ଜଣେ ଡାକ୍ତର ରହିଥିଲେ। ତେବେ ସେ 60 ଦଶକରେ ସେ ଇଂଲଣ୍ଡ ଚାଲିଯାଇଥିଲେ। ସେଠାରେ ଅଶୋକ ଜଣେ ବିଦେଶୀ ନର୍ସକୁ ବିବାହ କରିନେଇଥିଲେ। ତେବେ ସେମାନଙ୍କର ଔରସରୁ ଲିୟୋ ଜନ୍ମ ନେଇଥିଲେ। ଲିୟୋ ତୃତୀୟ ସନ୍ତାନ ରହିଥିଲେ। 

ସେହିପରି ଲିୟୋ ଭାରତର ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି। ଗ୍ରାମବାସୀ କହିଛନ୍ତି। ଗ୍ରାମର ଜଣେ ମହିଳା ସୁଭଦ୍ରା କହିଛନ୍ତି କି, ଲିୟୋ ଭାରତରେ ପହଞ୍ଚିବା ପରେ ସେ ସମସ୍ତଙ୍କ ସହିତ ଭଲ ଭାବେ ମିଶିଛନ୍ତି। ଏପରିକି ଗ୍ରାମଦେବତୀଙ୍କ ନିକଟକୁ ଯାଇ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। 

ସେପଟେ ପ୍ରଧାନମନ୍ତ୍ରୀ ଲିୟୋ କହିଛନ୍ତି କି, ଏହା ମୋର ଭାରତକୁ ବେସରକାରୀ ଗସ୍ତ। ଏଠାରେ ମୋର ବାପା ମା, ଭାଇ ଭଉଣୀ ସମସ୍ତେ ରହୁଛନ୍ତି। ଏପରିକି କିଛି ନାତିନାତୁଣି ମଧ୍ୟ ଏଠାରୁ ରହୁଛନ୍ତି। ଏହା ନିଶ୍ଚିତ ପକ୍ଷେ ଏକ ବଡ଼ ପରିବାର। ବହୁ ସମ୍ପର୍କିୟମାନେ ମଧ୍ୟ ଏଠାରେ ରହୁଛନ୍ତି। ସେମାନଙ୍କ ସହିତ ମୋତେ ଭଲ ଲାଗୁଛି। ବାରମ୍ବାର ଏଠାକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିବି ବୋଲି ଲିୟୋ କହିଛନ୍ତି।