ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା
Advertisement
Article Detail0/zeeodisha/odisha608087

ଡାଇବେଟିସକୁ ପାଖ ମାଡିବାକୁ ଦେବନି ତୁଳସୀ, ନିମ୍ବ ଓ କଲରା

ଦୃତ ଗତିରେ ବଢିଚାଲିଛି ଡାଇବେଟିସ ରୋଗୀଙ୍କ ସଂଖ୍ୟା । କେମିତି ପାଇବେ ଡାଇବେଟିସରୁ ରକ୍ଷା ? ଏହି ରୋଗକୁ ନେଇ ଆପଣ ଚିନ୍ତିତ କି ? ଆଧୁନିକ ଜୀବନ ଶୈଳୀ ଭିତରେ ଚିନ୍ତିତ ହେବା ବି ସ୍ୱାଭାବିକ । ହେଲେ ଆପଣ ଜାଣିଛନ୍ତି, ଆପଣ ଟିକିଏ ସତର୍କ ରହିଲେ ଡାଇବେନିସ ଆପଣଙ୍କ ପାଖ ମାଡିବନି।।।।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅତ୍ୟଧିକ ଚିନ୍ତାଗ୍ରସ୍ତ ଏବଂ କାମର ବୋଝ ଯୋଗୁଁ ବ୍ୟକ୍ତିକୁ ଡାଇବେଟିସ ରୋଗର ଶିକାର ହେବାକୁ ପଡ଼ିଥାଏ । ଡାଇବେଟିସ୍  ରୋଗ ଦୃତ ଗତିରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହି ରୋଗ ବୟସର ପ୍ରତିବନ୍ଧକକୁ ମଧ୍ୟ ଭାଙ୍ଗି ଦେଇଛି । ବର୍ତ୍ତମାନ ଏହି ରୋଗ ଯେକୌଣସି ବୟସର ଲୋକଙ୍କୁ ଗ୍ରାସ କରୁଛି । ଡାଇବେଟିସର କାରଣ ଯୋଗୁଁ ବ୍ୟକ୍ତି ନିଜର ପସନ୍ଦର ଜୀବନ  ଅତିବାହିତ କରିପାରୁନାହିଁ  । ଥରେ ଏହି ରୋଗ ଗ୍ରାସ କଲେ ମଣିଷ ତାର ସାରା ଜୀବନ ଔଷଧ ଉପରେ ନିର୍ଭର କରିଥାଏ ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ  ଆରମ୍ଭରୁ ହିଁ ପ୍ରୟାସ କରିଦେଲେ ମୁକ୍ତି ମିଲିପାରିବ । ଆପଣ ଯଦି ଡାଇବେଟିସ୍ ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି,  ତେବ ଆପଣ ପ୍ରାକୃତିକ ଉପାୟ ଆପଣାଇପାରିବେ । ଯାହା ଏତେ ମଧ୍ୟ କଷ୍ଟସାଧ୍ୟ ନୁହେଁ । ଆପଣଙ୍କୁ କେବଳ  କିଛି ଅନୁଶାସନ ଜୀବନରେ ଆପଣେଇବାକୁ ପଡିବ । ନିମ୍ୱ ଅନେକ ଗୁଣକାରୀ ହୋଇଥାଏ, ଯାହା ଡାଇବେଟିସ୍ ଦୂର କରିବାରେ ସାହାଯ୍ୟ କରିଥାଏ  । ଅନ୍ୟ ରୋଗଠାରୁ ଦୂରେଇ ରହିବା ପାଇଁ ନିମ୍ୱକୁ ମଧ୍ୟ ପ୍ରୟୋଗ କରାଯାଇଥାଏ ।

fallback

ଏକ ପରୀକ୍ଷାରୁ ଜଣାଯାଇଛି ନିମ୍ୱ ପତ୍ର ଶର୍କରା ମାତ୍ରାକୁ କମ୍ କରିବାକୁ ସାହାର୍ଯ୍ୟ କରିଥାଏ ।  ସକାଳୁ ଖାଲି ପେଟରେ ନିମ୍ୱ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।  ଶରୀରରେ କୁଣ୍ଡେଇ ହେବାରୁ ଏହା ଆମକୁ ରକ୍ଷା ଦେଇଥାଏ । ମୁହଁର ଚର୍ମ ସତେଜ ରହିଥାଏ । ଗ୍ରୀନ୍ ଟି ସେବନ କଲେ ମଧ୍ୟ ଶର୍କରା ରୋକିବାକୁ ଅନେକ ସାହାଯ୍ୟ କରିଥାଏ ।  ସେହିପରି କଲରାକୁ ଆୟୁର୍ବେଦରେ ଅନେକ ଗୁଣକାରୀ ଭାବେ ଗ୍ରହଣ କରାଯାଇଛି ।

ଡାଇବେଟିସ୍ ପାଇଁ କଲରାକୁ ରାମବାଣ କୁହାଯାଇଛି । ଶରୀରରେ ଶର୍କରା ପରିମାଣ କମ୍ କରିବାକୁ ଡାକ୍ତର ମଧ୍ୟ କଲରା ଖାଇବାକୁ ପରାମର୍ଶ ଦେଇଥାନ୍ତି ।  ଡାଇବେଟିସ୍ ରୋଗୀ କିପରି କଲରାକୁ ଖାଦ୍ୟରୂପେ ଗ୍ରହଣ କରିବେ ଏହାକୁ ଧ୍ୟାନଦେବା ଆବଶ୍ୟକ । ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଉତ୍ତମ ଲାଭ ମିଳିଥାଏ । ଏହାକୁ ଛାଡ଼ିଦେଲେ ଜାମ୍ମୁ କୋଳି ମଞ୍ଜି ମଧ୍ୟ ଡାଇବେଟିସ ନିୟନ୍ତ୍ରଣ ପାଇଁ ଅନେକ ଲାଭଦାୟକ । ଜାମ୍ମୁ କୋଳି ମଞ୍ଜିକୁ ଗୁଣ୍ଡକରି ଲୋକେ ସେବନ କରିଥାନ୍ତି ।  

fallback

ଡାଇବେଟିସ ପାଇଁ ତୁଳସୀ ମଧ୍ୟ ଲାଭଦାୟକ ହୋଇଥାଏ । ଆୟୁର୍ବେଦରେ ତୁଳସୀକୁ ବହୁତ ମହତ୍ୱ ଦିଆଯାଇଛି । ତୁଳସୀ ତାର ଗୁଣ ପାଇଁ ପୁଜନୀୟ ଅଟେ ।  ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ରହିଛି । ଖାଲି ପେଟରେ ନିୟମିତ ପାଞ୍ଚଟି ତୁଳସୀ ପତ୍ର ଖାଇଲେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ଦୂରେଇ ରହିପାରିବା । ଡାଇବେଟିସ୍ ରୋଗୀଙ୍କ ପାଇଁ ତୁଳସୀ ପତ୍ର ସେବନ ଅତ୍ୟଧିକ ଉତ୍ତମ ଭାବେ ଗ୍ରହଣ କରାଯାଏ । ଏହାର ରସ ମଧ୍ୟ ଲାଭ ଦାୟକ ହୋଇଥାଏ । 

fallback

ଆହୁରି ପଢନ୍ତୁ; ଶୀତଦିନେ କେମିତି ନେବେ ସ୍ୱାସ୍ଥ୍ୟର ଯତ୍ନ, ପଢ଼ନ୍ତୁ ଏହି ଟିପ୍ସ