ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି। ସେପଟେ ଗତକାଲି ମହାପ୍ରଭୁଙ୍କ ଏହି ମାଉସୀମାଆଙ୍କ ମନ୍ଦିରରୁ ଲୁଟ ହୋଇଛି। ମୁଖ୍ୟ ଗେଟର ତାଲା କାଟି ହୁଣ୍ଡି ଅର୍ଥ ସହ ଲୁଟି ନେଇଛନ୍ତି ମାଆଙ୍କ ବସ୍ତ୍ର ସହ ମୁଲ୍ଯବାନ ଅଳଙ୍କାର।
Trending Photos
ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀଜଗନ୍ନାଥ ପରମ୍ପରା ସହ ଜଡ଼ିତ ବଳଗଣ୍ଡି ଛକର ମାଉସୀମା ମନ୍ଦିର। ମହାପ୍ରଭୁଙ୍କ ମାଉସୀ ଘର ବୋଲି ବିଶ୍ୱାସ ରହିଛି । ମାଉସୀ ମା ଦେଖିବାକୁ ଅବିକଳ ଦେବୀ ସୁଭଦ୍ରାଙ୍କ ଭଳି। ଜଗତ ବ୍ରହ୍ମାଣ୍ଡନାଥ କାଳିଆ ସାଆନ୍ତେ ଯେତେବେଳେ ଜନ୍ମ ବେଦୀରୁ ବାହୁଡା ଯାତ୍ରା କରନ୍ତି ସେତେବେଳେ ମାଉସୀ ମାଆଙ୍କ ହାତରୁ ପୋଡପିଠା ଖାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ମନ୍ଦିର ବେଶ୍ ପ୍ରାଚୀନ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ମନ୍ଦିରର ପରିଚାଳନା ଦାୟିତ୍ବ ଶ୍ରୀମନ୍ଦିର ପ୍ରଶାସନ ହାତରେ ନାହିଁ। ଫଳରେ ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି। ସେପଟେ ଗତକାଲି ମହାପ୍ରଭୁଙ୍କ ଏହି ମାଉସୀମାଆଙ୍କ ମନ୍ଦିରରୁ ଲୁଟ ହୋଇଛି। ମୁଖ୍ୟ ଗେଟର ତାଲା କାଟି ହୁଣ୍ଡି ଅର୍ଥ ସହ ଲୁଟି ନେଇଛନ୍ତି ମାଆଙ୍କ ବସ୍ତ୍ର ସହ ମୁଲ୍ଯବାନ ଅଳଙ୍କାର।
ପୁରୀ ବଡଦାଣ୍ଡରେ ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀମାଙ୍କ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ମନ୍ଦିରର ଦାନବାକ୍ସ ଓ ଆଲମାରିରୁ ଲୁଟିନେଲେ ଦାନ ଅର୍ଥ ଓ ମାଆଙ୍କ ମୂଲ୍ୟବାନ ବସ୍ତ୍ର। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ପୂଜକଙ୍କ ଏତଲା ଆଧାରରେ କୁମ୍ଭାରପଡା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ (CCTV) କୁ ଯାଞ୍ଚ କରାଯିବା ସହ ସନ୍ଦେହରେ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଫରେନସିକ ବିଭାଗ ପକ୍ଷରୁ ମଧ୍ୟ ଛାନବିନ କରାଯାଉଛି। ଏପଟେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଚୋରି ଘଟଣାକୁ ନେଇ ଚିନ୍ତାପ୍ରକଟ କରିବା ସହ ଶ୍ରୀକ୍ଷେତ୍ର ରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଗୁଡିକର ସୁରକ୍ଷା ପାଇଁ ପରାମର୍ଶ ଦେଇଛନ୍ତି।
Also Read: ଝିଅର ମୃତଦେହକୁ କାନ୍ଧେଇ ମେଡିକାଲରୁ ଫେରାର ବାପା
ଏବେ ଲୁଟେରାଙ୍କ ଟାର୍ଗେଟରେ ଶ୍ରୀକ୍ଷେତ୍ରର ବିଭିନ୍ନ ଧର୍ମାନୁଷ୍ଠାନ। ଆଉ ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ମନ୍ଦିର। ଦୁଇବର୍ଷ ପୁର୍ବେ ଶ୍ରୀମନ୍ଦିର ଭିତରେ ଥିବା ରାମମନ୍ଦିର ଓ ଅନ୍ନଦାନ ଆଟିକାରୁ କଳାକନା ବୁଲାଇ ଥିଲେ ଲୁଟେରା। ଆଉ ଗତକାଲି ମହାପ୍ରଭୁଙ୍କ ଖୋଦ୍ ମାଉସୀ ମାଆଙ୍କ ମନ୍ଦିରରେ ବୁଲାଇଛନ୍ତି କଳାକନା । ସିସିଟିଭି ଫୁଟେଜରୁ ମିଳିଥିବା ତଥ୍ଯ ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ପୁରୀ ବଡଦାଣ୍ଡର ବଳଗଣ୍ଡି ଛକ ନିକଟରେ ଥିବା ମହାପ୍ରଭୁଙ୍କ ମାଉସୀମା ମନ୍ଦିରରୁ ଦୁଇଜଣ ଦୁର୍ବୁତ୍ତ ଲୁଟି ନେଇ ପଳାଇଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡିଛି।
Also Read: ଆହାଃ କି ମନୋରମ: ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ଜଳକ୍ରୀଡ଼ା
ଦୁର୍ବୃତ୍ତ ମାନେ ରାତିରେ ମନ୍ଦିରର ମୁଖ୍ୟ ଦ୍ୱାର ସହ ଅନ୍ୟ ଦୁଇଟି ଦ୍ୱାରର ତାଲା ଭାଙ୍ଗି ଲୁଟିନେଇଛନ୍ତି ପାଞ୍ଚ ହଜାର ଟଙ୍କାର ଦାନ ଅର୍ଥ, ବସ୍ତ୍ର ସହ ବହୁ ମୁଲ୍ଯବାନ ଅଳଙ୍କାର। ବଡଦାଣ୍ଡର ଏକ ପ୍ରମୁଖ ଅଞ୍ଚଳ ବଳଗଣ୍ଡି ନିକଟରେ ଥିବା ଏହି ମନ୍ଦିରରୁ ଏଭଳି ଚୋରୀ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂଜକଙ୍କ କହିବା ମୁତାବକ ଗତକାଲି ରାତିରେ ମାଙ୍କ ପହୁଡ ସାରି ସେ ଯିବା ପରେ ଆଜି ସକାଳୁ ମନ୍ଦିର ଖୋଲିବା ପାଇଁ ଯିବା ବେଳକୁ ଏଭଳି ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ କୁମ୍ଭାରପଡା ଥାନାରେ ଏତାଲା ଦାୟର କରିଛନ୍ତି ସମ୍ପୃକ୍ତ ପୂଜକ।
Also Read: ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍: ଖୋର୍ଦ୍ଧାରେ ୧୫ଟି ହଟସ୍ପଟ୍ ଚିହ୍ନଟ
ମନ୍ଦିରରୁ ଏଭଳି ଚୋରି ହେବା ଜଣାପଡିବା ପରେ କୁମ୍ଭାରପଡା ଥାନା ପକ୍ଷରୁ ଆରମ୍ଭ ହୋଇଛି ତନାଘନା। କୁମ୍ଭାରପଡା ଥାନା ଅଧିକାରୀ ମାମଲାର ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜରୁ ଦୁଇଜଣ ବ୍ଯକ୍ତି ମନ୍ଦିର ପାଖ ଗଳିରୁ ବାହାରୁ ଥିବା ଜଣାପଡୁଥିଲେ ମଧ୍ୟ ମନ୍ଦିର ଭିତରେ ସିସିଟିଭି ନଥିବାରୁ ତାଲା ଭାଙ୍ଗିବା କିମ୍ବା ଚୋରୀ କରୁଥିବା ଦୃଶ୍ୟ ନାହିଁ। ଚୋରୀ ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବା ବେଳେ କିଛି ସନ୍ଦିଗ୍ଧଙ୍କ ଫୁଟେଜ୍କୁ ନେଇ ପୋଲିସ ତର୍ଜମା ଆରମ୍ଭ କରିଛି। ଫରେନସିକ୍ ବିଭାଗ ଓ ସାଇନଟିଫିକ୍ ଟିମ୍ ସହାୟତାରେ ତଦନ୍ତ କାର୍ଯ୍ୟ ଜୋରଦାର କରିଛି ପୋଲିସ । ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି କହିଛନ୍ତି ପୁରୀ ଏସପି। ଏହି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତାପ୍ରକଟ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଧର୍ମପୀଠ ଗୁଡିକର ସୁରକ୍ଷା ଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ମାଉସୀମା ମନ୍ଦିର ଏକ ପ୍ରମୁଖ ଧର୍ମପୀଠ ହୋଇଥିବା ବେଳେ ଏଠାରୁ ଚୋରୀ ହେବା ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
Edited: Zee Odisha Desk