ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ ?
Advertisement

ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ ?

ସେବାୟତ ଓ ରଥନିର୍ମାଣ ସେବକଙ୍କର ଟିକାକରଣ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆରଟିପିସିଆର ଟେଷ୍ଟ । ଆଉ ସେବାୟତଙ୍କ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ତା ଯାଞ୍ଚ କରିବେ ସ୍ୱାସ୍ଥ୍ୟକର୍ମୀ। 

ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ ?

ସଞ୍ଜୟ ମହାପାତ୍ର, ପୁରୀ:  ଜୁଲାଇ ୧୨ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।  ପ୍ରଥମ ପର୍ଯ୍ଯାୟ ରଥକାଠ ରଥଖଳାରେ ପହଞ୍ଚି ସାରିଛି । ଆଉ କିଛିଦିନ ପରେ ଅକ୍ଷୟ ତୃତୀୟା । ରଥନିର୍ମାଣ କାର୍ଯ୍ଯ ଆରମ୍ଭ ହେବ। ସେପଟେ କୋଭିଡର ଦ୍ୱିତୀୟ ଲହରକୁ ନେଇ ସେବାୟତ ଓ ରଥନିର୍ମାଣରେ ନିୟୋଜିତ ମହାରଣା ମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ସେବାୟତ ଓ ରଥନିର୍ମାଣ ସେବକଙ୍କର ଟିକାକରଣ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆରଟିପିସିଆର ଟେଷ୍ଟ । ଆଉ ସେବାୟତଙ୍କ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ତା ଯାଞ୍ଚ କରିବେ ସ୍ୱାସ୍ଥ୍ୟକର୍ମୀ। 

ସେପଟେ କୋଭିଡର ସ୍ଥିତି ସଙ୍କଟଜନକ ହେବାରୁ ଗତବର୍ଷ ଭଳି ଚଳିତବର୍ଷ ବିନାଭକ୍ତରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେବାୟତ ଓ ରଥନିର୍ମାଣ ସେବକ। ତେବେ ଚଳିତବର୍ଷ ରଥଯାତ୍ରା ଦେଖିବାକୁ ଆଶାବାଦୀ ଥିବା ଭକ୍ତ ପୁଣି ହେବେ କି ନିରାଶ ? ଏହାକୁ ନେଇ ଆଶା ଆଶଙ୍କାରେ ଭକ୍ତ ଓ ସେବକ। ପୁଣି ବିଗାଡୁଛି କୋରୋନାର ଦ୍ୱିତୀୟ ଲହର। ପୁରୀରେ ଲଗାଯାଉଛି ଗୋଟିଏ ପରେ ଗୋଟିଏ କଟକଣା। ଏଥିରୁ ବାଦ ପଡିନାହିଁ ଶ୍ରୀମନ୍ଦିର ଦର୍ଶନ ବ୍ଯବସ୍ଥା। 

Also Read: ମାଓବାଦୀଙ୍କ କବଜାରୁ ମୁକୁଳିଲେ CoBRA ଯବାନ ରାକେଶ୍ୱର ସିଂହ

ଏସଓପିକୁ ପରିବର୍ତ୍ତନ କରିବା ସହ କୋଭିଡ୍ ନିୟମ (Covid Guideline) କୁ ମଧ୍ୟ କଡାକଡି କରାଯାଇଛି। ଶ୍ରୀମନ୍ଦିରରେ ମାସ୍କ, ସାନିଟାଇଜର ବ୍ଯବହାର ସହ ସାମାଜିକ ଦୂରତା ରଖିବାକୁ ବାଧ୍ଯତାମୂଳକ କରାଯାଇଥିବା ବେଳେ ପ୍ରତି ରବିବାର କରାଯାଉଛି ଶ୍ରୀମନ୍ଦିର ବନ୍ଦ। ଶନିବାର ବନ୍ଦ ହେବା ନେଇ ଚାଲିଛି ବିଚାର ବିମର୍ଷ। ଗତବର୍ଷ କୋରୋନାର ଏହିଭଳି ସ୍ଥିତି ଉପୁଜିବାରୁ ଶ୍ରୀମନ୍ଦିର (ShreeMandira) ଭିତରେ ହେଲା ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ପର୍ବ ମଧ୍ୟ ମନ୍ଦିର ପରିସରରେ ହୋଇଥିଲା। ଏବେ ପୁଣି କୋଭିଡର ଆତଙ୍କ ଯୋଗୁଁ ଗତବର୍ଷ ଭଳି ରଥଖଳାକୁ ସମ୍ପୂର୍ଣ୍ଣ ବ୍ଯାରିକେଡିଂ କରି ଆବଦ୍ଧ କରାଯାଇ ରଥନିର୍ମାଣ ସେବକଙ୍କୁ ସଂଗରୋଧ କରି ରଖାଯିବା ଦରକାର। ଯାହା ଫଳରେ ରଥଯାତ୍ରାରେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିପାରିବେ ସେବକ।

Also Read: ଗତବର୍ଷ ପରି ଚଳିତ ବର୍ଷ ବି ବନ୍ଦ ହେବ କି ରୁକୁଣା ରଥଯାତ୍ରା ?

ସେପଟେ ଏବେଠାରୁ ଆରମ୍ଭ ହେଲାଣି ରଥ ପ୍ରସ୍ତୁତି (Ratha Yatra) । କୋଭିଡ୍ ସ୍ଥିତି ଭିତରେ କିଭଳି ରଥଯାତ୍ରା ହେବ ସେନେଇ ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ। ରଥନିର୍ମାଣ ସେବକ ଓ ଶ୍ରୀମନ୍ଦିର ସେବାୟତଙ୍କୁ ଟିକାକରଣ କରାଯାଉଥିବା ବେଳେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆରଟିପିସିଆର ଟେଷ୍ଟ (RTPCR Test) । ପୁଣି ରଥଯାତ୍ରାକୁ ଦୃଷ୍ଟିରେ ରଖି ସେବାୟତ ପରିବାର କିଭଳି ସୁରକ୍ଷିତ ରହିବେ ସେ ନେଇ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବେ ସ୍ୱତନ୍ତ୍ର ଟିମ୍। ଗତଥର ଯେଭଳି ପାଞ୍ଚ ପାଞ୍ଚ ଥର କୋଭିଡ୍ ଟେଷ୍ଟ (Covid Test) କରାଯାଇଥିଲା ଚଳିତ ଥର ସମସ୍ତଙ୍କୁ ଟିକାକରଣ (Corona Vaccination)ରେ ସାମିଲ କରିବାକୁ ଚେଷ୍ଟା କରୁଛି ପ୍ରଶାସନ। 
 
ସେପଟେ ଗତବର୍ଷ ଭଳି ଚଳିତବର୍ଷ କୋଭିଡର ଆତଙ୍କ। ତେବେ ଚଳିତବର୍ଷ ରଥଯାତ୍ରା  (Ratha Yatra) କୁ ନେଇ ଆଶାବାଦୀ ଥିବା ଭକ୍ତ ପୁଣି କ'ଣ ନିରାଶ ହେବ ନା ନାହିଁ ତାହାକୁ ନେଇ ଆଶା ଆଶଙ୍କାରେ ଉଭୟ ଭକ୍ତ ଓ ସେବାୟତ।