)
ନୂଆଦିଲ୍ଲୀ: ବୁଧବାର ତାମିଲନାଡୁ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ସେନା ହେଲିକପ୍ଟର Mi-17V-5। ଯାହାକୁ ଗତ ୨୦୦୮ ମସିହାରେ ଋଷିଆ ଠାରୁ କ୍ରୟ କରିଥିଲ ଭାରତ। ସାମଗ୍ରୀ ଯୋଗାଣ ପାଇଁ ଏହା ଦୁନିଆର ସବୁଠାରୁ ଆଧୁନିକ ହେଲିକପ୍ଟର ବୋଲି ବିବେଚନା କରାଯାଏ।
Mi-17V-5 ହେଲିକପ୍ଟରକୁ (Mi-17V-5 Helicopter) ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ବ୍ୟବହାର କରାଯାଇପାରିବ। କେବଳ ଏତିକି ନୁହେଁ ଏହାକୁ ଅଗ୍ନି ସହାୟତା, କନଭୟ ଏସକର୍ଟ, ପେଟ୍ରୋଲିଂ ଏବଂ ସର୍ଚ୍ଚ ଅପରେସନ ଏବଂ ଉଦ୍ଧାର ଆଦି କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଗତ ୨୦୦୮ ମସିହାରେ ୧.୩୪ ଆରବ ଡଲାର ମୂଲ୍ୟରେ ଋଷିଆ (Russia) ଠାରୁ ୮୦ଟି ହେଲିକପ୍ଟର କ୍ରୟ କରିଥିଲ ଭାରତ। ଯାହାର ଯୋଗାଣ ୨୦୧୧ ବର୍ଷରୁ ଆରମ୍ଭ ହୋଇଥିଲା।

ଏହି ହେଲିକପ୍ଟର କୌଣସି ପାଗରେ ଉଡି଼ବା ପାଇଁ ସକ୍ଷମ। ଖରାପ ପାଗ, ପ୍ରତିକୂଳ ପରିବେଶ ଏବଂ ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଆହ୍ୱାର ମୁକାବିଲା କରିବାର କ୍ଷମତା ଏହାର ରହିଛି। Mi-17V5 ହେଲିକପ୍ଟରକୁ ଏକ ସଶସ୍ତ୍ର ହେଲିକପ୍ଟର ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ପ୍ରାୟ ୫ ହଜାର କିଲୋଗ୍ରାମ ସହ ୩୬ ସଶସ୍ତ୍ର ସୈନିକଙ୍କୁ ନେଇ ଉଡି଼ବାକୁ Mi-17V-5 ସକ୍ଷମ।

ଘଣ୍ଟା ପ୍ରତି ୨୫୦ କିମି, ଭୂପୃଷ୍ଠରୁ ୬୦୦୦ ମିଟର ଉଚ୍ଚତାରେ ଏବଂ ସର୍ବାଧିକ ୫୮୦ କିମି ଦୂରତା ପର୍ଯ୍ୟନ୍ତ ଉଡ଼ାଣ ଭରିବାକୁ ସକ୍ଷମ Mi-17V-5 ହେଲିକପ୍ଟର। କୌଣସି ଲକ୍ଷ୍ୟକୁ ଟାର୍ଗେଟ କରିବା ପାଇଁ ଏଥିରେ ୮ଟି ଫାୟାରିଂ ପୋଷ୍ଟ (Helicopter Firing Post) ରହିଛି। ଶତର୍ମ-୫ ମିସାଇଲ, S-୮ ରକେଟ, A-23 ମେସିନ ଗନ, PKT ମେସିନ ଗନ୍ସ,, AKM ସବ୍ ମେସିନ ଗନ ଏହି ହେଲିକପ୍ଟରରେ ସଂଯୁକ୍ତ ରହିଛି।
Also Read: IAF Helicopter Crash: ଜାଣନ୍ତୁ ପୁରା ଘଟଣାକ୍ରମ

ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏହି ହେଲିକପ୍ଟର ବ୍ୟବହାର କରାଯାଇଥିଲା। ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ NSG Commando ଏହି ହେଲିକପ୍ଟର ବ୍ୟବହାର କରିଥିଲେ। ବର୍ତ୍ତମାନ ଭାରତ ପାଖରେ ୧୫୦ Mi-17V-5 ହେଲିକପ୍ଟର ରହିଛି।