ଫସି ଯିବ କି ହାଇଦ୍ରାବାଦ ପୋଲିସ ? ଏନକାଉଣ୍ଟରକୁ ନେଇ NHRCର ଛାନଭିନ
Advertisement

ଫସି ଯିବ କି ହାଇଦ୍ରାବାଦ ପୋଲିସ ? ଏନକାଉଣ୍ଟରକୁ ନେଇ NHRCର ଛାନଭିନ

ହାଇଦ୍ରାବାଦରେ ଜାତୀୟ ମାନବାଧିକାର କମିଶନ(NHRC) ଟିମ । 'ଦିଶା' ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟରର ତଦନ୍ତ ପାଇଁ ଏହି ଟିମ ଆସିଛନ୍ତି । କେଉଁ ପରିସ୍ଥିତିରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି, ତାର ଛାନଭିନ କରିବେ NHRC। 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଜାତୀୟ ମାନବାଧିକାର କମିଶନ(NHRC) ଟିମ । 'ଦିଶା' ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଏନକାଉଣ୍ଟରର ତଦନ୍ତ ପାଇଁ ଏହି ଟିମ ଆସିଛନ୍ତି । କେଉଁ ପରିସ୍ଥିତିରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି, ତାର ଛାନଭିନ କରିବେ NHRC। 

ସୂଚନା ଅନୁସାରେ ପ୍ରଥମେ ଏନକାଉଣ୍ଟର ସ୍ଥଳ ପରିଦର୍ଶନ କରିବେ NHRC ଟିମ । ପରେ ମହବୁବନଗର ସରକାରୀ ଡାକ୍ତରଖାନା ଯିବେ । ଏହି ଡାକ୍ତରଖାନାରେ ସମସ୍ତ ୪ ଅଭିଯୁକ୍ତଙ୍କ ମୃତଦେହ ଅଛି । ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ମୃତଦେହ ସୁରକ୍ଷିତ ରଖିବା ପାଇଁ ହାଇକୋର୍ଟ ମଧ୍ୟ ହାଇଦ୍ରାବାଦ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । 

କେମିତି ଥିଲା ପୁରା ଘଟଣା, କାହିଁକି ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ ?

କାହିଁକି ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତଙ୍କୁ ଗୁଳି କରିଥିଲା ପୋଲିସ ? କେଉଁ ପରିସ୍ଥିତିରେ ଗୁଳି କରିଥିଲା ? ଏନକାଉଣ୍ଟର କରିବା କ'ଣ ଏକମାତ୍ର ବିକଳ୍ପ ଥିଲା ? 
ଏ ତମାମ ଘଟଣାର ତଦନ୍ତ କରିବ NHRC। 

ଶୁକ୍ରବାର ଘଟଣାକୁ ନେଇ ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର ସମସ୍ତ ସୂଚନା ଦେଇଥିଲେ । ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରକୁ ନେଇଥିଲା ପୋଲିସ । ପୀଡିତାଙ୍କ ମୋବାଇଲ ଅଭିଯୁକ୍ତମାନେ ଘଟଣାସ୍ଥଳ ପାଖାପାଖି ଲୁଚେଇ ରଖିଥିଲେ । ଏହି ମୋବାଇଲକୁ ଖୋଜି ବାହାର ମଧ୍ୟ କରିବାର ଥିଲା । ହେଲେ ଅନ୍ଧାରର ସାହାରା ନେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଯାହା ପୋଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଥିଲେ । 

କେମିତି ଥିଲା ପୁରା ଘଟଣା ? 

ରିକ୍ରିଏସନ ପାଇଁ ୪ ଅଭିଯୁକ୍ତଙ୍କୁ ୧୦ ପୋଲିସ କର୍ମଚାରୀ ଘଟଣାସ୍ଥଳକୁ ନେଇଥିଲେ । ହେଲେ ଏମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ଆରିଫ ଓ ଚିନ୍ତାକୁଟା ପୋଲିସ ଉପରକୁ ପଥର ମାଡ କରିଥିଲେ । ଏପରିକି ପୋଲିସ ନିକଟରୁ ପିସ୍ତଲ ଛଡାଇ ଗୁଳି କରିଥିଲେ । ଏଥରେ ଦୁଇ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ମଧ୍ୟ ଗୁଳି ବାଜିଛି । 

ତେବେ ଆତ୍ମସମର୍ପଣ କରିବା ପାଇଁ ଅଭିଯୁକ୍ତଙ୍କୁ ବାରମ୍ବାର ଚେତାବନୀ ଦେଇଥିଲା ପୋଲିସ । ହେଲେ ଅନ୍ଧାରର ସାହାରା ନେଇ ଖସି ଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ଶେଷରେ ପୋଲିସ ଏନକାଉଣ୍ଟର କରିବା ପାଇଁ ବାଧ୍ୟ ହୋଇଥିଲା । ଯେଉଁଥିରେ ସମସ୍ତ ୪ ଅଭିୁଯୁକ୍ତଙ୍କ ମୃତ୍ୟୁ ହୋଇଛି । ଏହି ଏନକାଉଣ୍ଟର ଭୋର ୫ଟା ୪୫ରୁ ୬ଟା ୧୫ ମଧ୍ୟରେ ହୋଇଥିଲା । ଆତ୍ମରକ୍ଷା ପାଇଁ ହିଁ ଏହି ଏନକାଉଣ୍ଟର ବୋଲି କହିଛନ୍ତି ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର । 

ସେହିପରି NHRC ନୋଟିସ ଉପରେ ସାଇବରାବାଦ ପୋଲିସ କମିଶନର ଭିସି ସଜ୍ଜନାର କହିଛନ୍ତି, ଆମେ NHRCଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର  ଦେବୁ । କେବଳ ଆତ୍ମରକ୍ଷା ପାଇଁ ହିଁ ଆମେ ଏନକାଉଣ୍ଟର କରିଛୁ । 

ଆହୁରି ପଢନ୍ତୁ; Nirbhaya Rape Case: ଫାଶୀ ଖୁଣ୍ଟରେ ଝୁଲିବେ 'ନିର୍ଭୟା' ଦୁଷ୍କର୍ମକାରୀ!