ଆଜି ଶ୍ରୀଲଙ୍କା-ଇଣ୍ଡିଆ ଟକ୍କର
Advertisement
Article Detail0/zeeodisha/odisha622326

ଆଜି ଶ୍ରୀଲଙ୍କା-ଇଣ୍ଡିଆ ଟକ୍କର

ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି । ସନ୍ଧ୍ୟା ୭ଟାରେ ପୁନେରେ ଅନୁଷ୍ଠିତ ହେବ ଏହି ମ୍ୟାଚ୍ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି । ସନ୍ଧ୍ୟା ୭ଟାରେ ପୁନେରେ ଅନୁଷ୍ଠିତ ହେବ ଏହି ମ୍ୟାଚ୍ । ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା ବେଳେ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ପୁନେ ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । 

ଆଜିର ମୁକାବିଲା ଜିତି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତ କିଛି ଦିନ ଧରି ଦମଦାର ପ୍ରଦର୍ଶନ କରି ଆସୁଛି କୋହଲି ଆଣ୍ଡ କୋ । ବ୍ୟାଟିଂ ଓ ବୋଲିଂରେ କମାଲ କରୁଛନ୍ତି ଖେଳାଳି । ତେଣୁ ପୁନେ ମ୍ୟାଚରେ ମଧ୍ୟ ବିଜୟୀ ହେବାକୁ ଆଶା ରଖିଛି ଟିମ୍ ଇଣ୍ଡିଆ । 

ସେପଟେ, ସିରିଜକୁ କମବ୍ୟାକ୍ କରିବା ଲକ୍ଷ୍ୟରେ ଶ୍ରୀଲଙ୍କା । ସମସ୍ତ ଡିପାର୍ଟମେଣ୍ଟରେ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ ଦଳ । ଭାରତକୁ ଚକମା ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଶ୍ରୀଲଙ୍କା ଟିମ୍ । ଆଜିର ମ୍ୟାଚ୍ ହାରିଲେ ସିରିଜ୍ ହାରିବ ଦଳ । ତେଣୁ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଆଶା ରଖିଛନ୍ତି ଖେଳାଳି ।

ଆହୁରି ପଢ଼ନ୍ତୁ; ଇରାନର ମିସାଇଲ ମାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟୁକ୍ରେନ ବିମାନ !