Nirbhaya case: ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନର ଶୁଣାଣି
Advertisement
Article Detail0/zeeodisha/odisha611153

Nirbhaya case: ଆଜି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନର ଶୁଣାଣି

ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନଃ ବିଚାର ମମାଲର ଶୁଣାଣି ହେବ । ଗତକାଲି ଏହି ଘୃଣିତ ଘଟଣାକୁ ପୂରିଛି ୭ ବର୍ଷ । ହେଲେ ଏବେ ବି ଫାଶୀ ଖୁଣ୍ଟରେ ଝୁଲିନାହାନ୍ତି ଦୋଷୀ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପୁନଃ ବିଚାର ମମାଲର ଶୁଣାଣି ହେବ । ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟର ପୁନର୍ବିଚାର ଯାଚିକା ଉପରେ ସୁପ୍ରମିକୋର୍ଟ ଦିନ 2ଟାରେ ଶୁଣାଣି କରିବେ । ଗତକାଲି ଏହି ଘୃଣିତ ଘଟଣାକୁ ପୂରିଛି ୭ ବର୍ଷ । ହେଲେ ଏବେ ବି ଫାଶୀ ଖୁଣ୍ଟରେ ଝୁଲିନାହାନ୍ତି ଦୋଷୀ ।

୨୦୧୨ ଡିସେମ୍ବର ୧୬ରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା । ୧୨ ଦିନ ଜୀବନ ସହ ସଂଗ୍ରାମ କରିବା ପରେ ଶେଷକୁ ୨୯ ଡିସେମ୍ବରରେ ଲିଭି ଯାଇଥିଲା ନିର୍ଭୟାଙ୍କ ଜୀବନ ଦୀପ.. ତେବେ ଏହି ଘୃଣିତ ଘଟଣାକୁ ରୂପ ଦେଇଥିବା ଦୋଷୀମାନେ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ଏହି ମାମଲାରେ ତଳଠାରୁ ଉପର ସବୁ କୋର୍ଟରେ ତାଙ୍କ ଫାଶୀ ଦଣ୍ଡ କାଏମ ରହିଛି । ଘଟଣା ଘଟିବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଦୋଷୀଙ୍କୁ ଫାଶୀ ମିଳିନାହିଁ । ସେମାନଙ୍କ ମଧ୍ୟରୁ ବସ ଡ୍ରାଇଭର ରାମ ସିଂହ ଆତ୍ମହତ୍ୟା କରିଥିଲା । 

ତେବେ ପରିସଂଖ୍ୟାନ କହୁଛି, ଦେଶରେ ପ୍ରତି ୧୩ ମିନିଟରେ କେଉଁଠି ନା କେଉଁଠି ଏକ ଦୁଷ୍କର୍ମ ଘଟଣା ଘଟୁଛି । ଆଉ ଯଦି ଏହାର ଦଣ୍ଡବିଧାନ କଥା କହିବା, ତେବେ ଏଥିରୁ ମାତ୍ର ୩୨ ଦଶମିକ ୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବା ହେଉଛନ୍ତି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ତରଫରୁ ଜାରି କରାଯାଇଥିବା ଏହି ପରିସଂଖ୍ୟାନ ବାସ୍ତବିକ ଖୁବ୍ ନୈରାଶ୍ୟଜନକ । 

ଆହୁରି ପଢନ୍ତୁ; ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ