ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଭିଡ଼ିଓ ଜାରି କରି ଧମକ ଦେଲେ ଆତଙ୍କୀ
Advertisement
Article Detail0/zeeodisha/odisha641279

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ଭିଡ଼ିଓ ଜାରି କରି ଧମକ ଦେଲେ ଆତଙ୍କୀ

ଆସନ୍ତା ୨୪ରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏହା ପୂର୍ବରୁ ଭିଡ଼ିଓ ଜାରି କରି ଡରାଇବାକୁ ଉଦ୍ୟମ କରିଛି ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଏହି ଭିଡ଼ିଓରେ ବଦଲା ନେବାକୁ ଧମକ ଦିଆଯାଇଛି । ପବିତ୍ର ଗ୍ରନ୍ଥ 'କୁରାନ ଶରୀଫ'ର କିଛି ଅଂଶକୁ ଦର୍ଶାଇ ଏଥିରେ କୁହାଯାଇଛି, ''ଯଦି କେହି ହତ୍ୟା କରୁଛି, ତାକୁ କ୍ଷମା ଦିଆଯିବ ନାହିଁ ।''

ଆତଙ୍କବାଦୀଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଭିଡ଼ିଓରେ ସ୍ପଷ୍ଟ ଶୁଣିବାକୁ ମିଳୁଛି, ଏଥିରେ ପ୍ରତିଶୋଧର କଥା କୁହାଯାଇଛି । ହତ୍ୟାର ପ୍ରତିଶୋଧ କେବଳ ହତ୍ୟା ବୋଲି କହି ଭାରତ ସରକାରଙ୍କୁ ଧମକାଇଛନ୍ତି ଆତଙ୍କୀ । ଭିଡ଼ିଓରେ ଆହୁରି ମଧ୍ୟ କୁହାଯାଇଛି, ''ଯେଉଁପ୍ରକାର ଭାବେ ମୁସଲମାନଙ୍କୁ ହଇରାଣ କରାଯାଉଛି ଏବଂ ତାଙ୍କ ବସ୍ତି ପୋଡ଼ାଯାଉଛି, ସେସବୁର ବଦଲା ନିଆଯିବ ।''

ତେବେ ସୁରକ୍ଷା ସଂସ୍ଥାକୁ ସୂଚନା ମିଳିଛି, ଚଳିତ ମାସ ପ୍ରରମ୍ଭରେ ପିଓକେରେ ମେଳି କରିଥିଲେ ଆତଙ୍କବାଦୀ । ଏହି ବୈଠକରେ ଆଇଏସଆଇ ଏବଂ ପାକ୍ ସେନାର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି । ସେହିପରି ଆତଙ୍କୀ ସଙ୍ଗଠନ ହିଜବୁଲ ମୁଜାହିଦୀନକୁ ସକ୍ରିୟ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିବା କୁହାଯାଉଛି । 

ଯାହା ଅନୁମାନ କରାଯାଉଛି, ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ପାକ୍ ପୁଣିଥରେ ଅପପ୍ରଚାର କରିବାକୁ ଉଦ୍ୟମ କରୁଛି । ଧାରା-୩୭୦ର ଉଚ୍ଛେଦ ପରେ କାଶ୍ମୀରରେ ଉତ୍ତେଜନା ଲାଗି ରହିଛି ବୋଲି ଅପପ୍ରଚାର କରିବାକୁ ପାକ୍ ଏପ୍ରକାର କରୁଥିବା ମନେହେଉଛି । କାହିଁକିନା ଭାରତ-ଆମେରିକା ସମ୍ପର୍କ ବଢ଼ିବା ଦେଖି ଛାନିଆଁ ହୋଇଉଠିଛି ପାକିସ୍ତାନ । 

ଆହୁରି ପଢ଼ନ୍ତୁ; ନବାଗତଙ୍କୁ ନୋ ଏଣ୍ଟ୍ରି !