ପିଆଜ ଚୋରି ଘଟଣାର ତଦନ୍ତ ଆରମ୍ଭ କରି ୫ଦିନ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ୱାଇ ପୋଲିସ
Trending Photos
ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ପିଆଜ ଦରକୁ ନେଇ କାନ୍ଦୁଛି ସାରା ଭାରତ । ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ପିଆଜ ଦର ଗତ କିଛି ମାସ ହେବ ନାକେଦମ କରିଛି । ଅନେକ ଜାଗାରେ ପିଆଜ କିଲୋ ୧୦୦ ଟଙ୍କା ଟପିଥିବା ବେଳେ ଆଉ କେଉଁଠି ୧୨୦ ଉପରେ ପିଆଜ ଦର ।
ବର୍ଦ୍ଧିତ ପିଆଜ ଦରକୁ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପିଆଜ ଦର କିଛି ଦିନ ପାଇଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା କହିଛନ୍ତି ମନ୍ତ୍ରୀ । ଖୁବଶୀଘ୍ର ପିଆଜ ଦର କମ ହେବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।
ସେପଟେ ପିଆଜ ଚୋରିକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଉପାୟରେ ପିଆଜ ଚୋରି ହେଉଥିବା କୌତୁହଳପୂର୍ଣ୍ଣ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ସେହିପରି ମହାରାଷ୍ଟ୍ରରେ ଡିସେମ୍ୱର ୫ ତାରିଖ ଓ ୬ ତାରିଖ ମଧ୍ୟରାତ୍ରୀରେ ଡୋଙ୍ଗରୀ ମାର୍କେଟରୁ ପିଆଜ ଚୋରିକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ପାଖାପାଖି ୧୬୮ କିଲୋ ପିଆଜ ଚୋରି ହେଇଥିବା ନେଇ ଅଭିଯୋଗ ଆଣିଥିଲେ ବେପାରୀ । ଚୋରି ହୋଇଥିବା ପିଆଜର ଆନୁମାନିକ ମୂଲ୍ୟ ୨୦ହଜାର ଟଙ୍କା ହେବ ।
#WATCH Maharashtra: Police have arrested two men for stealing onions worth Rs 21,160 from two shops on December 5 in Dongri area of Mumbai. (CCTV footage) pic.twitter.com/keNxjbkFQ5
— ANI (@ANI) December 11, 2019
Two accused arrested by Mumbai Police in connection with the theft of 168 kg onions valued around Rs 20,160, from two stalls in Dongri Market, on the intervening night of 5th & 6th December. pic.twitter.com/6kWHFbMY4u
— ANI (@ANI) December 11, 2019
ଦେଶରେ ଦେଖାଦେଇଥିବା ଭୟଙ୍କର ପିଆଜ ନିଅଣ୍ଟିଆ ସ୍ଥିତିରେ ଏଭଳି ଚୋରି ଅଭିଯୋଗକୁ ପୋଲିସ ଗୁରୁତ୍ୱର ସହ ନେଇଥିଲା । ଘଟଣାର ତଦନ୍ତ ଆରମ୍ଭ କରି ୫ଦିନ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ମୁମ୍ୱାଇ ପୋଲିସ ।
କେବଳ ମୁମ୍ୱାଇ ନୁହଁ ନାସିକରେ ମଧ୍ୟ କିଛିଦିନ ତଳେ ୧୦ ଲକ୍ଷ ଟଙ୍କାର ପିଆଜ ବୋଝେଇ ଟ୍ରକକୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦେଶରେ ପିଆଜ ଦର ନିୟନ୍ତ୍ରଣ ବାହାରୁ ପଳେଇଥିବା ବେଳେ ବିଭିନ୍ନ ଜାଗାରେ ପିଆଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇବା ସହିତ ସୋସିଆଲ ମିଡିଆରେ ଏହି ଖବରସବୁ ଜବରଦସ୍ତ ଟ୍ରୋଲ ହେଉଛି ।
ପିଆଜକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମଜାଳିଆ ଭିଡିଓ ମଧ୍ୟ ପୋଷ୍ଟ ହେଉଛି । ଯେଉଁଠି ପିଆଜ ମୂଲ୍ୟ ବା ପିଆଜ ରଖିଥିବା ବ୍ୟକ୍ତି ସବୁଠାରୁ ଧନୀ ବୋଲି ଚର୍ଚ୍ଚା ଚାଲିଛି ।