ସିଏବି ଝଡ଼
Advertisement
Article Detail0/zeeodisha/odisha609174

ସିଏବି ଝଡ଼

କେନ୍ଦ୍ର ସରକାର ଭାରତରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ପାଇଁ ଆଣିଥିବା ନାଗରିକତା ସଂଶୋଧନ ବିଲ୍ ବା ସିଏବିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଉଛି । ଏହି ବିରୋଧ ସମୟରେ ପୋଲିସ ସହ ମୁହାଁମୁହିଁ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ୍ ରଖାଯାଇଥିବା ବେଳେ କିଛି ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ପାଇଁ ଆଣିଥିବା ନାଗରିକତା ସଂଶୋଧନ ବିଲ୍ ବା ସିଏବିକୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ବିରୋଧ କରାଯାଉଛି । ଏହି ବିରୋଧ ସମୟରେ ପୋଲିସ ସହ ମୁହାଁମୁହିଁ ହେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ଆସାମର ୧୦ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ଆଗାମୀ ୪୮ ଘଣ୍ଟା ପାଇଁ ବନ୍ଦ୍ ରଖାଯାଇଥିବା ବେଳେ କିଛି ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି । 

ଆସାମ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି । କର୍ଫ୍ୟୁ ସତ୍ତ୍ୱେ ବି ବିକ୍ଷୋଭକାରୀମାନେ ରାସ୍ତା ଉପରେ ବିକ୍ଷୋଭ କରିଛନ୍ତି । ଏନେଇ ବିମାନ ଓ ଟ୍ରେନ ସେବାକୁ ମଧ୍ୟ ବାତିଲ କରିଦିଆଯାଇଛି । ଉତ୍ତ୍ୟକ୍ତ ଲୋକମାନେ ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ କରିଛନ୍ତି । ଆସାମ ଓ ତ୍ରିପୁରାରେ କିନ୍ତୁ ଏହି ହିସାଂକାଣ୍ଡ ଭୟଙ୍କର ରୂପ ନେଇଛି । ପରିସ୍ଥିତିକୁ ନଜରରେ ରଖି ଆସାମରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ଏମିତିକି ଗୌହାଟୀ, ଦିବ୍ରୁଗଡ ଓ ଜୋରହାଟକୁ ବିମାନସେବା ମଧ୍ୟ ବନ୍ଦ୍ ରଖାଯାଇଛି । ଅନେକ ଟ୍ରେନକୁ ବି ବାତିଲ କରାଯାଇଛି । 

ସେପଟେ ଇଣ୍ଡିଆନ ୟୁନିୟନ ଅଫ୍ ମୁସଲିମ୍ ଲିଗ୍ ବିଲକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସେହିପରି କଂଗ୍ରେସ ମଧ୍ୟ ବିଲ୍ ବିରୋଧରେ ସୁପ୍ରିମକୋର୍ଟ ଯିବ ବୋଲି ଘୋଷଣା କରିଛି । ଗୋଟିଏ ପଟେ ବିରୋଧି ଏହି ପ୍ରସଙ୍ଗକୁ ଅଦାଲତରେ ପହଁଞ୍ଚାଇଥିବା ବେଳେ କିଛି ରାଜ୍ୟରେ ଖୋଦ୍ ବିଜେପିର ନେତାମାନେ ବିରୋଧ କରିବା ଦ୍ୱାରା ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ଦେଶବାସୀଙ୍କ ନଜର ରହିଛି । 

ଆହୁରି ପଢନ୍ତୁ; CAB ପାଇଁ ଜଳୁଛି ପୂର୍ବୋତ୍ତର, ସେନା ପହଞ୍ଚିବା ପରେ ସ୍ୱାଭାବିକ ହୋଇପାରେ ସ୍ଥିତି