ପୋଲିସର ଜୋତାକୁ କିସ୍ କଲେ ସାଂସଦ
Advertisement

ପୋଲିସର ଜୋତାକୁ କିସ୍ କଲେ ସାଂସଦ

ପୋଲିସ ଜୋତାକୁ ସାଂସଦଙ୍କ ଚୁମ୍ବନ । ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଜୋତାକୁ ଚୁମ୍ବନ କରିଛନ୍ତି YSRCP ସାଂସଦ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପୋଲିସ ଜୋତାକୁ ସାଂସଦଙ୍କ ଚୁମ୍ବନ । ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ଜୋତାକୁ ଚୁମ୍ବନ କରିଛନ୍ତି YSRCP ସାଂସଦ । ପୋଲିସ ଉପରେ ତାଙ୍କର କେତେ ସମ୍ମାନ ରହିଛି ତାହା ଦେଖେଇ ଦେଇଛନ୍ତି ସାଂସଦ ଗୋରନ୍ତଲା ମାଧବ । ପୋଲିସକୁ ନେଇ ଟିଡିପି ନେତା ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ତାକୁ କାଉଣ୍ଟର କରିବାକୁ ଯାଇ ଏପରି କରିଛନ୍ତି ଗୋରନ୍ତଲା ମାଧବ । 

ଏବେ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାରେ ନାହିଁ । ତେବେ ଦଳର ପୂର୍ବତନ ସାଂସଦ ଦିବାକର ରେଡ୍ଡୀ ରାଜ୍ୟ ପୋଲିସକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଟିଡିପି କ୍ଷମତାକୁ ଫେରିଲେ ପୋଲିସ ମୋ ଜୋତା ଚାଟିବ ବୋଲି ସେ କହିଥିବା କୁହାଯାଉଛି । ଯାହାକୁ ନେଇ ଦୃଢ ପ୍ରତିବାଦ କରିଛି ଶାସକ YSRCP। ଟିଡିପିର ଚିନ୍ତାଧାରା ଓ ମାନସିକତା ଏପରି ବୋଲି କହିଛନ୍ତି ଦଳର ନେତା ଗୋରନ୍ତଲା ମାଧବ । 

କେବଳ ଏତିକି ନୁହେଁ, ଅନନ୍ତପୁରମରେ ପୋଲିସ କର୍ମଚାରୀଙ୍କ ଜୋତାକୁ ହାତରେ ଧରି ଚୁମ୍ବନ ମଧ୍ୟ କରିଥିଲେ ଗୋରନ୍ତଲା । ପୋଲିସ ପ୍ରତି ତାଙ୍କର ଏବଂ YSRCPର ସବୁବେଳେ ପ୍ରଚୁର ସମ୍ମାନ ରହିଛି, ଏଭଳି କିଛି ବାର୍ତ୍ତା ସେ ଦେଇଥିଲେ । ଆହୁରି ମଧ୍ୟ ରାଜ୍ୟ ପୋଲିସକୁ ନେଇ ଦିବାକରଙ୍କ ଟିପ୍ପଣୀକୁ YSRCP  ନିନ୍ଦା କରିଛି । 

ଆହୁରି ପଢନ୍ତୁ; ଦେଶବାସୀ ମୋଦିକୁ ଭଲ ପାଆନ୍ତି, ହେଲେ ମୋଦିଙ୍କ ଡବଲ ଇଞ୍ଜିନ ଫର୍ମୁଲାକୁ ନୁହେଁ !