Advertisement
Photo Details/zeeodisha/odisha2012887
photoDetails0hindi

ଟଲିଉଡ ସିନେମାରେ କୋରାପୁଟ ଝିଅ ସୁମନ ଖିଲୋ

କୋରାପୁଟ ସେମିଳିଗୁଡାର ଝିଅ ସୁମନ ଖିଲୋ ଟଲିଉଡ ସିନେମାରେ ଅଭିନୟ କରିବାର ସୁଯୋଗ ପାଇ ରାଜ୍ୟକୁ ଗର୍ବିତ କରିଛନ୍ତି ।

1/8

ଆଦିବାସୀ ଝିଅ ସୁମନ ଖିଲୋଙ୍କୁ ଦେଖିବାକୁ ମିଳିଛି ଟଲିଉଡ ଫିଲ୍ମ ମଙ୍ଗଳବାରମରେ ।

2/8

ନିର୍ଦ୍ଦେଶକ ଅଜୟ ଭୁପତି ସୁମନଙ୍କୁ ସିନେମା ମଙ୍ଗଳବାରମରେ ଅଭିନୟ କରିବାର ସୁଯୋଗ ଦେଇଛନ୍ତି ।

3/8

ସୁମନଙ୍କ ଏକ ଫଟୋସୁଟ୍ ଦେଖିବା ପରେ ଅଜୟ ଭୁପତି ତାଙ୍କ ସହ ଯୋଗାଯୋଗ କରିଥିଲେ ।

4/8

ପୂର୍ବରୁ ମଧ୍ୟ ଅନେକ ତେଲଗୁ ଓ ତାମିଲ ସିନେମାରେ ସୁମନ ଛୋଟ ଛୋଟ କ୍ୟାରେକ୍ଟରରେ ଅଭିନୟ କରିସାରିଛନ୍ତି ।

5/8

ସୁମନଙ୍କ ଅଭିନୟ କ୍ୟାରିୟର ପାଇଁ ଏହି ସିନେମା ଏକ ମାଇଲଖୁଣ୍ଟ ବୋଲି ସେ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।

6/8

ସୁମନ ଖିଲୋ ସେମିଳିଗୁଡାରେ ପାଠ ସାରିବା ପରେ ଭୁବନେଶ୍ୱରରେ ଫ୍ୟାସନ ଡିଜାଇନିଂ କରିଥିଲେ ।ସୁମନଙ୍କ ଅଭିନୟ କ୍ୟାରିୟର ପାଇଁ ଏହି ସିନେମା ଏକ ମାଇଲଖୁଣ୍ଟ ବୋଲି ସେ ଗଣମାଧ୍ୟମରେ ମତବ୍ୟକ୍ତ କରିଛନ୍ତି ।

7/8

୨୦୧୬ ମସିହାରେ ସେ ମିସ୍ ପ୍ରିଟି ଓଡ଼ିଶା ଟାଇଟଲ୍ ହାସଲ କରିଥିଲେ । ଏଥିସହିତ ୨୦୧୭ ମସିହାରେ ତାଙ୍କୁ ମିସ୍ ସପୋର୍ଟ ଓଡ଼ିଶା ଟାଇଟଲ୍ ମିଳିଥିଲା ।

8/8

ସୁମନ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିବା ପରେ ବର୍ତ୍ତମାନ ତାଙ୍କ ନିକଟକୁ ଅନେକ ଅଫର ଆସିବାରେ ଲାଗିଛି । ସେ ଆଗକୁ ମୌଳିକ ଓଡ଼ିଆ ସିନେମା ସହିତ ଅନ୍ୟ ଭାଷାର ସିନେମାରେ ଅଭିନୟ କରିବା ପାଇଁ ଲକ୍ଷ ରଖିଛନ୍ତି