Advertisement
Photo Details/zeeodisha/odisha2262551
photoDetails0hindi

Puri News: ରଥଖଳା ହାଲଚାଲ୍, ଜୋରସୋରରେ ଚାଲିଛି ଗୁଜରେ ରୂପ ଖୋଦେଇ ଓ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ

Puri News: ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଛି ରଥକାଠ। ଆଉ ଏବେ ଜୋରସୋରରେ ରଥକାମ ଆଗେଇ ଚାଲିଛି । ରଥ ନିର୍ମାଣର ପଞ୍ଚଦଶ ଦିବସରେ ରଥ ଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ, ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି। ଦେଖନ୍ତୁ ରଥ ନିର୍ମାଣ କାର୍ଯ୍ୟର କିଛି ଝଲକ୍। 

1/5

ପାଖେଇ ଆସୁଛି ରଥଯାତ୍ରା। ଏନେଇ ଚଳ ଚଞ୍ଚଳ ହୋଇପଡିଛି ରଥଖଳା। ରଥ ନିର୍ମାଣରେ ଲାଗିଛନ୍ତି ସେବକ।

 

2/5

ରଥ ଖଳା ଯନ୍ତା ଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକ ତୁମ୍ବରେ ଅର ସଂଯୋଗ କରିଥିଲେ ।  

 

3/5

ତିନି ରଥର ୨ଟି ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇଛନ୍ତି ।

 

4/5

ଖରାକୁ ଖାତିର ନ କରି, ୩ ରଥ ମହାରଣା ସେବକ ମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେବା ପରେ ବିଧି ପ୍ରକାରେ ପାଇ ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ହୋଇଛି।

5/5

ପରେ ସହୋଯୋଗି ମହାରଣା ସେବକ ପାଇରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ । ତତ୍ ପରେ ଅର ସଂଯୋଗ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହୋଯୋଗରେ ତୁମ୍ବ ବିନ୍ଧ କରିଗର ତୁମ୍ବରେ ଅଖ ବିନ୍ଧ କରିଥିଲେ ।