Advertisement
Photo Details/zeeodisha/odisha1149380
photoDetails0hindi

କେବଳ ବ୍ରୋକୋଲି ନୁହେଁ ଏହାର ରସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଏସବୁ ରୋଗରୁ ମିଳିବ ମୁକ୍ତି

Benefits of Broccoli Juice for Health: ବ୍ରୋକୋଲିରେ ପ୍ରୋଟିନ,ଆଣ୍ଟିଅକ୍ସିଡାଣ୍ଟ,କ୍ୟାଲସିୟମ୍ , ଆଇରନ ଏବଂ ଭିଟାମିନ ଏ ଭରପୁର ରହିଛି । ଏହା ବ୍ୟତୀତ ଫାଇବର ଓ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ବ୍ରୋକୋଲି ରସର ଲାଭ ବିଷୟରେ...

1/5

Benefits of Broccoli Juice for Health : ବ୍ରୋକୋଲି ଖାଇବାରେ ଯେତିକି ସ୍ବାଦିଷ୍ଟ ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ବ୍ରୋକୋଲିକୁ ଆପଣ ଅନେକ ଉପାୟରେ ଖାଇପାରିବେ କିନ୍ତୁ ଆପଣ ଜାଣନ୍ତି କି ବ୍ରୋକୋଲି ରସ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖେ । ମଧୁମେହ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ଏହି ରସ ବହୁ ଲାଭଦାୟକ । ଏହା ସହିତ ହଜମ ଶକ୍ତିକୁ ବୃଦ୍ଧିକରିବା ସହ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ ।

ବ୍ରୋକୋଲି ରସର ଅନେକ ଉପକାରିତା

2/5
ବ୍ରୋକୋଲି ରସର ଅନେକ ଉପକାରିତା

ବ୍ରୋକୋଲିରେ ପ୍ରୋଟିନ,ଆଣ୍ଟିଅକ୍ସିଡାଣ୍ଟ,କ୍ୟାଲସିୟମ୍ , ଆଇରନ ଏବଂ ଭିଟାମିନ ଏ ଭରପୁର ରହିଛି । ଏହା ବ୍ୟତୀତ ଫାଇବର ଓ ଭିଟାମିନ ସି ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା ବ୍ରୋକୋଲି ରସର ଲାଭ ବିଷୟରେ...

କୋଲେଷ୍ଟ୍ରଲକୁ ରଖେ ନିୟନ୍ତ୍ରଣରେ

3/5
କୋଲେଷ୍ଟ୍ରଲକୁ ରଖେ ନିୟନ୍ତ୍ରଣରେ

ବ୍ରୋକୋଲି ରସରେ ଫାଇବର ମାତ୍ରା ଅଧିକ ଥାଏ ଯାହା କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣଙ୍କୁ କହିରଖୁଛୁ କି ଆପଣଙ୍କ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ ପ୍ରଥମଟି ହେଲା ଭଲ ଆଉ ଦ୍ୱିତୀୟଟି ଖରାପ ।  ଯଦି ଶରୀରରେ ଅଧିକ ଖରାପ କୋଲେଷ୍ଟ୍ରସ ଥାଏ ତେବେ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ଅଧିକ ଥାଏ ,ଏ ଭଳି ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ।  ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ବ୍ରୋକ୍ରୋଲି ।  ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗୀଙ୍କ ପାଇଁ ବ୍ରୋକୋଲି ରସ ବେଶ ଫଳ ପ୍ରଦ । ରକ୍ତଚାପକୁ ନିୟନ୍ତ୍ରଣ ରଖିବା ସହ ହୃଦଘାତର ଆଶଙ୍କାକୁ ମଧ୍ୟ କମ କରିଥାଏ ।

ମଧୁମେହ ରୋଗକୁ କରେ ନିୟନ୍ତ୍ରଣ

4/5
ମଧୁମେହ ରୋଗକୁ କରେ ନିୟନ୍ତ୍ରଣ

ବ୍ରୋକୋଲି ରସରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଥାଏ ଯାହା ମଧୁମେହକୁ କଣ୍ଟ୍ରୋଲ କରିଥାଏ । ଏହାର ବ୍ୟବହାର ଦ୍ୱାରା ରକ୍ତରେ ଚିନି ସ୍ତରକୁ କମ ରଖିଥାଏ ।  ଇନସୁଲିନର ସ୍ତରକୁ ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ । ଆପଣଙ୍କୁ କହି ରଖୁଛୁ କି ବ୍ରୋକୋଲି ରସ ସେବନରେ ଆପଣ ଟାଇପ ୩ ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିପାରିବେ ।

ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା

ଏହା ବି ପଢ଼ନ୍ତୁ:-ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ହାଡ଼କୁ କରେ ମଜବୁତ

5/5
ହାଡ଼କୁ କରେ ମଜବୁତ

ଆମର ହାଡ଼ ପାଇଁ ବ୍ରୋକୋଲି ରସ ବହୁତ ଲାଭଦାୟକ । ଏଥିରେ କ୍ୟାଲସିୟମ ଓ ଭିଟାମିନ୍ କେ ଭରପୁର ରହିଛି ଯାହା ଆପଣଙ୍କ ହାଡକୁ ଅଧିକ ମଜବୁତ କରିବାରେ ସାହାଯ୍ୟ କରିଥାଏ ।