ପ୍ରଥମ କ୍ୟାବିନେଟ୍ ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର...
Advertisement
Article Detail0/zeeodisha/odisha2290686

ପ୍ରଥମ କ୍ୟାବିନେଟ୍ ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର...

First Cabinet Meeting: କ୍ୟାବିନେଟ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପ୍ରଂସଗ, ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି, ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ।

ପ୍ରଥମ କ୍ୟାବିନେଟ୍ ବୈଠକରେ ୪ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର...

ଭୁବନେଶ୍ୱର: ଆଜି ଓଡ଼ିଶାର ରାଜନୈତିକ ଇତିହାସରେ ଯୋଡ଼ି ହୋଇଛି ଏକ ନୂତନ ପୃଷ୍ଠା । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ଏଥିସହ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ଉତ୍ସବ ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ଲୋକସେବା ଭବନରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗରେ ଆଲୋଚନା ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପ୍ରଂସଗ, ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି, ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ।

ପ୍ରଥମ ନିଷ୍ପତିରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବା ନେଇ ଆଲୋଚନା ହୋଇଥିଲା । ଗୁରବାର ଦିନ କ୍ୟାବିନେଟର ସଦସ୍ୟମାନଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ୪ ଦ୍ୱାର ଖୋଲାଯିବ ବୋଲି ସୂଚନା ମିଳିଛି । ଏଥିସହ ଶ୍ରୀମନ୍ଦିରରେ କର୍ପସ ପାଣ୍ଠି ଗଠନ କରାଯିବ । ଯେଉଁଥିରେ ୫ଶହ କୋଟି ଟଙ୍କା ବଜେଟ୍ ରହିବ । ଶ୍ରୀମନ୍ଦିର ସୁପରିଚାଳନା ସହ ଭକ୍ତଙ୍କ ପାଇଁ ରହିଥିବା ସମସ୍ୟାର ସମାଧାନ କରାଯିବ । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ ବୋଲି ବିଜେପି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି । ‘ସମୃଦ୍ଧ କୃଷକ ନୀତି’ ଆଣିବା ନେଇ କ୍ୟାବିନେଟରେ ଆଲୋଚନା ହେବା ସହ ୧୦୦ ଦିନରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ ରଖାଯାଇଛି । ରାଜ୍ୟର ମହିଳାମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିଜେପି ପକ୍ଷରୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଥିଲା । ଏହାକୁ ଆଜି ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୫୦,୦୦୦ ଟଙ୍କାର ନଗଦ ଭାଉଚର ଦେବା ନେଇ ଗାଇଡଲାଇନ୍ ସହ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଛି । 

ଆପଣଙ୍କୁ କହିରଖୁଛୁ ଯେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କ୍ୟାବିନେଟର ସମସ୍ତ ମନ୍ତ୍ରୀମାନେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । କାଲି ସକାଳ ସମୟରେ ଶ୍ରୀମନ୍ଦିରରେ ମଙ୍ଗଳ ଆଲତୀ ସମୟରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ ।

Also Read- ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଅନୁମତି ମିଳିଲା, ୨୦୨୦ରୁ ଲାଗିଥିଲା କଟକଣା

Also Read- jupiter transit 2024: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ ରାଶି ପାଇଁ ସୁବର୍ଣ୍ଣ ସୁଯୋଗ