ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭାରୀ ମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୨୭ ତାରିଖ ଶନିବାର ହୋଇସାରିଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଏହି ନିର୍ବାଚନ ସମୟରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା ମଧ୍ୟ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟୁଥିବାର ଖବର ସାମ୍ନାକୁ ଆସୁଛି।
ସଦ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ରାଜ୍ୟର ଉତ୍ତର ୨୪ ପରଗଣା ଜିଲ୍ଲା ଅଧିନସ୍ଥ ଜଗଦଲ ଥାନା ଅଞ୍ଚଳରେ। ସ୍ଥାନୀୟ ଶ୍ୟାମ ନଗର ନେତାଜୀ କଲୋନୀ ଠାରେ ଅଜଣା ଉପଦ୍ରବୀ ବନ୍ଧୁକ, ଇଟାରେ ଆକ୍ରମଣ କରିଥିଲେ। ଏ ଘଟଣାରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସେମାନଙ୍କୁ ଭାଟପାରାସ୍ଥିତ ସରକାରୀ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।
Also Read: West Bengal Assembly Election 2021: ମତଦାନ ବେଳେ ଆକ୍ରମଣ, TMC ବିରୁଦ୍ଧରେ ଆସିଲା ଅଭିଯୋଗ
ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ସ୍ଥାନୀୟ ଅଞ୍ଚଳରେ ଭାରୀ ମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି। ରବିବାର ଅଜଣା ଉପଦ୍ରବୀ ନେତାଜୀ କଲୋନୀ ଠାରେ ଗୁଳିମାଡ କରିବା ସହ ବୋମାମାଡ କରିଥିଲେ। ଯେତେବେଳେ ସେଠାକାର ଲୋକ ଏହାର ପ୍ରତିରୋଧ କରିଥିଲେ ସେତେବଳେ ସେମାନେ ବନ୍ଧୁକ ବଟ ଦ୍ୱାରା ଆକ୍ରମଣ କରିଥିଲେ।
Also Read: West Bengal Election 2021: ପୋଲିସ ନୁହେଁ ସୁରକ୍ଷା ଦାୟିତ୍ୱରେ ରହିବେ CAPF
ଗତ ଶନିବାର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବା ବେଳେ ଦକ୍ଷିଣ ୨୪ ପରଗଣା ଜିଲ୍ଲାର ନରେନ୍ଦ୍ରପୁର ଥାନା ଅଞ୍ଚଳରୁ ୫୬ ବୋମା ଜବତ କରାଯାଇଥିଲା। ଏ ଘଟଣାରେ ୨ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିଲା। ସେମାନଙ୍କ ବିରୁଦ୍ଧରେ ବୋମା ପ୍ରସ୍ତୁତ କରିବା, ବିଭିନ୍ନ ସ୍ଥାନକୁ ପଠାଇବା, ବେଆଇନ ଭାବେ ବ୍ୟବହାର କରିବାର ଅଭିଯୋଗ ରହିଛି।
Also Read: ଆଗକୁ ନିର୍ବାଚନ; ଅର୍ଦ୍ଧ ସାମରିକ ବଳ ନିୟନ୍ତ୍ରଣରେ ରହିବ ପଶ୍ଚିମବଙ୍ଗ
ଏ ଘଟଣାରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଦକ୍ଷିଣ ୨୪ ପରଗଣା ଜିଲ୍ଲାର ନରେନ୍ଦ୍ରପୁର ଥାନା ଅଞ୍ଚଳରୁ ବୋମା ଜବତ କରାଯିବା ଘଟଣାରେ ତରୁଣ ଏବଂ ଅନ୍ୟଜଣେ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି।