କଂଗ୍ରେସର ଦୋମୁହାଁ ନୀତି; ମୁସ୍ତାଫାଙ୍କୁ ହିଁ, ପେରିସଙ୍କୁ ନାଁ
Advertisement

କଂଗ୍ରେସର ଦୋମୁହାଁ ନୀତି; ମୁସ୍ତାଫାଙ୍କୁ ହିଁ, ପେରିସଙ୍କୁ ନାଁ

ହେଲେ ବିଏମସି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ କର୍ପୋରେଟର ରବି ରାଜା। 

କଂଗ୍ରେସର ଦୋମୁହାଁ ନୀତି; ମୁସ୍ତାଫାଙ୍କୁ ହିଁ, ପେରିସଙ୍କୁ ନାଁ

ମୁମ୍ବାଇ: ଏକ ଛକର ନାମକରଣକୁ ନେଇ ତେଜିଛି ରାଜନୀତି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇସ୍ଥିତ ଏକ ଛକର ନାଁ ଜଣେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ନାମରେ ରଖିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଜଣେ ବିଦେଶୀ  ରାଷ୍ଟ୍ରମୁଖ୍ୟଙ୍କ ନାଁରେ ଏକ ଛକକୁ ନାମିତ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରବି ରାଜା।  

ଦକ୍ଷିଣ ମୁମ୍ବାଇ (Mumbai) ଠାରେ ଅବସ୍ଥିତ ଏକ ଛକର ନାଁ ପୂର୍ବତନ ଇସ୍ରାଏଲ ରାଷ୍ଟ୍ରପତି (Former Israel President) ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା (Nobel Peace Prize Winner) ଶିମୋନ ପେରିସଙ୍କ (Shimon Peres) ନାଁରେ ନାମିତ ହୋଇଥିବା ନେଇ ଜଣାଇଥିଲେ ବ୍ରିହାନ ମୁମ୍ବାଇ ମହନଗର ନିଗମ-ବିଏମସି (Brihanmumbai Municipal Corporation -BMC) ଅଧିକାରୀ। ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ସହରର କଳାଘୋଡା ନାମକ ସ୍ଥାନରେ ଥିବା ଏକ ଛକର ନାଁ ଏହି ନୋବେଲ ପୁରସ୍କାର ବିଜେତାଙ୍କ ନାମରେ ରଖାଯାଇଛି। ଯାହା ଦ୍ୱାରା ଇସ୍ରାଏଲ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ (Israel-India bilateral relations) ଆହୁରି ମଜବୁତ ହୋଇପାରିବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ "ଶିମୋନ ପେରିସ" ଛକ ଲାଗି ପ୍ରସ୍ତାବ ରଖାଯାଇଥିଲା।       

fallback

  

ହେଲେ ବିଏମସି ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ (Congress) କର୍ପୋରେଟର ରବି ରାଜା। ଏନେଇ ସେ କହିଛନ୍ତି ୨୦୧୮ରେ ବିଏମସି ଦ୍ୱାରା ପାରିତ ହୋଇଥିବା ନିୟମ ଅନୁସାରେ କେବଳ ଦେଶର ଲୋକଙ୍କୁ ଏପରି ସମ୍ମାନରେ ସମ୍ମାନିତ କରାଯିବ। କଂଗ୍ରେସ କର୍ପୋରେଟରଙ୍କ ଏହି ବୟାନ ଉପରେ ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।          

Also Read: ଇସ୍ରାଏଲ ଆକ୍ରମଣରେ ଥରହର ଇରାନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ପରମାଣୁ କେନ୍ଦ୍ର ଏବଂ ମିସାଇଲ ବେସ

ଅଗଷ୍ଟ ୨ ତାରିଖ ୧୯୨୩ ମସିହାରେ ଜନ୍ମିତ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରପତି ଶିମୋନ ପେରିସ ଦୀର୍ଘ ୭୦ ବର୍ଷ ଧରି ଦେଶୀୟ ରାଜନୀତିରେ ସକ୍ରିୟ ରହିଥିଲେ। ସେ  ୨୦୦୭ ଜୁଲାଇ ୧୫ ତାରିଖରୁ ୨୦୧୪ ଜୁଲାଇ ୨୪ ପର୍ଯ୍ୟନ୍ତ ଇସ୍ରାଏଲର ନବମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ସେ ୧୯୭୭ ଏପ୍ରିଲ ୨୨ ତାରିଖରୁ ସେହିବର୍ଷ ୨୧ ଜୁନ ପର୍ଯ୍ୟନ୍ତ, ୧୯୮୪ ସେପ୍ଟମ୍ବର ୧୩ ତାରିଖରୁ ୧୯୮୬ ଅକ୍ଟୋବର ୨୦ ପର୍ଯ୍ୟନ୍ତ, ୧୯୯୫ ନଭେମ୍ବର ୪ ତାରିଖରୁ ୧୯୯୬ ଜୁନ ୧୮ ପର୍ଯ୍ୟନ୍ତ, ପୁଣି ସେହି ବର୍ଷ ନଭେମ୍ବର ୨୨ ପର୍ଯ୍ୟନ୍ତ ଇସ୍ରାଏଲର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Also Read: ବଦଲା ନେଲା ଇସ୍ରାଏଲ; ଏୟାରଷ୍ଟ୍ରାଇକରେ ଥରହର ହୋଇଉଠିଲା ହମାସ ଆତଙ୍କବାଦୀ କ୍ୟାମ୍ପ

ଭାରତର ଜଣେ ଦୃଢ ସମର୍ଥକ ଭାବେ ଜଣାଶୁଣା ପୂର୍ବତନ ଇସ୍ରାଏଲ ରାଷ୍ଟ୍ରମୁଖ୍ୟ ପେରିସ। ଜାତିଂସଘ (United Nation) ନିରାପତ୍ତା ପରିଷଦରେ (Security Council) ଭାରତର ସ୍ଥାୟୀ ସଦସ୍ୟତା ପ୍ରଦାନ କରିବାକୁ ଦୃଢ ଭାବେ ସମର୍ଥନ ଜଣାଉଥିଲେ ସେ। ଗତ ୨୦୧୬ ସେପ୍ଟମ୍ବର ୨୮ ତାରିଖରେ ତାଙ୍କର ନିଧନ ହୋଇଥିଲା। ତାଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି (PM Modi)। ରାଷ୍ଟ୍ରପତି ଦାୟିତ୍ୱରୁ ଅବ୍ୟାହତି ନେବା ପରେ ମୋଦିଙ୍କୁ  ଭେଟିବା ଲାଗି ଭାରତ ଆସିଥିଲେ ପେରିସ। 

 

fallback

 

 

Also Read: ଇସ୍ରାଏଲ ଆକ୍ରମଣରେ ଥରହର ପାଲେଷ୍ଟାଇନ, ଏୟାରଷ୍ଟ୍ରାଇକରେ ଧ୍ୱଂସ ହେଲା ହମାସ ବେସ

କୌଣସି ମହାନ ବ୍ୟକ୍ତିଙ୍କ ନାମରେ ରାସ୍ତାର ନାମକରଣ କରିବାକୁ ନେଇ ଦେଶରେ ରାଜନୀତି ହେବା ନୂଆ ଘଟଣା ନୁହେଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ଠାରେ ଏକ ସଡକ ନାଁ ଆଧୁନିକ ତୁର୍କୀର ପ୍ରତିଷ୍ଠାତା (Modern Turkey Founder) ମୁସ୍ତାଫା କୋମାଲଙ୍କ (Mustafa Kemal) ନାଁରେ ରହିଛି। ଯାହାକୁ ବଦାଳାଇଲାଗି ଦାବି ଉଠୁଛି। ଦେଶରେ କଂଗ୍ରେସ ସରକାର କ୍ଷମତାସୀନ ଥିବା ସମୟରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଏକ ରାସ୍ତାର ନାଁ ଜଣେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ନାମ ଅନୁସାରେ ରଖାଯାଇଥିଲା। 

fallback

  

Also Read: ଦେଶ ଭାଙ୍ଗିବାକୁ ତୁର୍କୀର ଭୟାନକ ଷଡଯନ୍ତ୍ର!

ଏ ଘଟଣା ସାମ୍ନାକୁ ଆସିବା ପରେ ଯେଉଁ ରାସ୍ତାର ନାଁ ମୁସ୍ତଫାଙ୍କ ନାମରେ ରହିଥିଲା ତାକୁ ସେପରି ରଖିବା ଲାଗି ଗତବର୍ଷ ଅଗଷ୍ଟରେ ଭାରତକୁ ଅନୁରୋଧ କରିଥିଲେ ବର୍ତ୍ତମାନର ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନ (Incumbent Turkey President Erdogan)। ହେଲେ ସାମ୍ପ୍ରତିକ ସମୟରେ ଭାରତ-ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି। ଆଉ ଏହାର କାରଣ ହେଉଛନ୍ତି ନିଜେ ରାଷ୍ଟ୍ରପତି ଏଦ୍ରୋଗାନ। ଆତଙ୍କବାଦକୁ ସମର୍ଥନ କରି ବିଶ୍ୱ  ସମୁଦାୟରେ ଅପବାଦ ମୁଣ୍ଡାଇଥିବା ପାକିସ୍ତାନ ସହ ମିଶି କାଶ୍ମୀର ଘାଟିରେ ଆତଙ୍କୀ କାଣ୍ଡ ଭିଆଇବା ଲାଗି ହୋଇଛି ଷଡଯନ୍ତ୍ର। ଏ ଘଟଣାରେ ତୁର୍କୀ ରାଷ୍ଟ୍ରପତିଙ୍କ ଭୂମିକା ସାମ୍ନାକୁ ଆସିଛି।