'Punjab' ପରେ 'Operation Rajasthan' ଉପରେ କଂଗ୍ରେସ ନଜର
Advertisement

'Punjab' ପରେ 'Operation Rajasthan' ଉପରେ କଂଗ୍ରେସ ନଜର

ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ସରଗରମ ହୋଇଉଠଛି କଂଗ୍ରେସ ଶାସିତ ରାଜ୍ୟର ରାଜନୀତି। 

'Punjab' ପରେ 'Operation Rajasthan' ଉପରେ କଂଗ୍ରେସ ନଜର

ନୂଆଦିଲ୍ଲୀ: ପଞ୍ଜାବ ପରେ କଂଗ୍ରେସ ଶାସିତ ରାଜସ୍ଥାନରେ ଦଳୀୟ ସଙ୍ଗଠନ, ମନ୍ତ୍ରୀମଣ୍ଡଳ ବିସ୍ତାର ସହ ସାମ୍ଭାବ୍ୟ ନେତୃତ୍ୱ ପରିବର୍ତ୍ତନ କରିବାକୁ ନେଇ ଆରମ୍ଭ ହୋଇଗଲାଣି। ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଗତ ଶୁକ୍ରବାର ଦଳର ବରିଷ୍ଠ ନେତାଙ୍କ ସହ ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର। ଏହି ଭେଟଘାଟ ପରେ ରାଜ୍ୟ ରାଜନୀତିରେ କେଉଁ ପରିବର୍ତ୍ତନ ଦେଖିବାକୁ ମିଳିବ ତାହା ଆଗାମୀ ଦିନରେ ଜଣାପଡି଼ବ।

ଗତ ଶୁକ୍ରବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (Former Deputy CM of Rajasthan) ତଥା ରାଜ୍ୟ କଂଗ୍ରେସ କମିଟିର (Rajasthan Congress Committee) ପୂର୍ବତନ ସଭାପତି ସଚ୍ଚିନ ପାଇଲଟ (Sachin Pilot)। ନିକଟରେ ପଞ୍ଜାବ ରାଜନୀତିରେ (Punjab Politics) ହୋଇଥିବା ପରିବର୍ତ୍ତନ ପରେ ଏହି ସାକ୍ଷାତକାର ଅନୁଷ୍ଠିତ ହୋଇଥିବା ଜଣାପଡିଛି।। ଆଉ ଯାହାକୁ ନେଇ ସରଗରମ ହୋଇଉଠିଛି ରାଜସ୍ଥାନ ରାଜନୀତି (Rajasthan Politics)। 

ଏହି ଭେଟଘାଟ ପୂର୍ବରୁ ଗତ ସପ୍ତାହରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀ ଠାରେ ସାକ୍ଷାତ କରିଥିଲେ ସଚ୍ଚିନ୍ ପାଇଲଟ। ଆଉ ଏହି ସାକ୍ଷାତକାରକୁ ନେଇ ରାଜସ୍ଥାନର ରାଜନୀତିକୁ ନେଇ ଆରମ୍ଭ ହୋଇଗଲାଣି ଅଙ୍କକଷା। ଦଳ ତଥା ସରକାରରେ କ୍ଷମତା ବିସ୍ତାର କରିବାକୁ ନେଇ  ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan Chief Minister) ଅଶୋକ ଗେହୋଲତ (Ashok Gehlot) ଏବଂ ଦଳର ବରିଷ୍ଠ ନେତା ସଚ୍ଚିନ ପାଇଲଟ। 

Also Read: Navjot Singh Sidhu ଙ୍କ ପରେ Amarinder Singh ଙ୍କ ଟାର୍ଗେଟରେ Rahul-Priyanka Gandhi

ଉଭୟ ରାଜସ୍ଥାନ ପଞ୍ଜାବକୁ ଛାଡି କଂଗ୍ରେସ ଶାସିତ ଅନ୍ୟତମ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି ସମାନ ପରିସ୍ଥିତି। ଏଠାରେ ଚାଲିଥିବା ଦଳୀୟ କନ୍ଦଳ ଉପରେ ସତର୍କ ନଜର ରଖିଛନ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ।      

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସଚ୍ଚିନ ପାଇଲଟଙ୍କ ହୋଇଥିବା ସାକ୍ଷାତକାର ଉପରେ ଏ ପର୍ଯ୍ୟନ୍ତ କୌଣସି ଔପଚାରିକ ବୟାନ ଜାରି କରାଯାଇନାହିଁ। ହେଲେ କୁହାଯାଉଛି ଏହି ସାକ୍ଷାତକାର ବୈଠକରେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରରେ ସମ୍ଭାବିତ ମନ୍ତ୍ରୀମଣ୍ଡଳ ବିସ୍ତାର ଏବଂ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିବାକୁ ନେଇ ଆଲୋଚନା କରାଯାଇଥିବା ଚର୍ଚ୍ଚା ହେଉଛି। 

ମନ୍ତ୍ରୀମଣ୍ଡଳ ବିସ୍ତାର ସହ ରାଜ୍ୟର ବିଭିନ୍ନ ବୋର୍ଡ ଓ ନିଗମରେ ଖାଲିପଡି଼ଥିବା ପଦବୀକୁ ଶୀଘ୍ର ପୂରଣ କରିବା ପାଇଁ ଦୀର୍ଘ ସମୟ ଧରି ଦାବି କରିଆସୁଛନ୍ତି ସଚ୍ଚିନ ପାଇଲଟ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ମୋ ସହ କାମ କରୁଥିବା ଦଳୀୟ କର୍ମକର୍ତ୍ତାଙ୍କୁ ଦଳ ପକ୍ଷରୁ ଉଚିତ ହକ୍ ଦିଆଯିବା ଆବଶ୍ୟକ।   

Also Read: Punjab Politics: Captain ଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ନଜର

ଦଳର କେନ୍ଦ୍ରୀୟ ନେନେତୃବୃନ୍ଦଙ୍କୁ ଭେଟିବା ପରେ ସଚ୍ଚିନ ପାଇଲଟଙ୍କୁ ରାଜ୍ୟ କଂଗ୍ରେସ କମିଟିର ସଭାପତି ପଦ ପୁନଃର୍ବାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟଙ୍କୁ ହଟାଇ ଦଳ ଓ ସରକାରର ଦାୟିତ୍ୱ ପାଇଲଟଙ୍କୁ ଦିଆଯାଉ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ତାଙ୍କ ଗୋଷ୍ଠୀର ସମର୍ଥକ ଦଳୀୟ ସରକାର ବିରୁଦ୍ଧରେ ବିଦ୍ରୋହ କରିବାକୁ ପଛାଇନଥିଲେ। ଯାହାର ଫଳସ୍ୱରୂପ ସଚ୍ଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ କମିଟି ସଭାପତି ପଦ ହରାଇବାକୁ ପଡିଥିଲା।