ଆଉ କିଛିସମୟ ପରେ ବିଜେପିର ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାମ ହେବ ଘୋଷଣା
Advertisement
Article Detail0/zeeodisha/odisha2288888

ଆଉ କିଛିସମୟ ପରେ ବିଜେପିର ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାମ ହେବ ଘୋଷଣା

ଚଳିତ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୭୮ ଆସନ ପାଇଥିବାରୁ ଦଳ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଅନେକ ଆଲୋଚନା ଚାଲିଛି। 

ଆଉ କିଛିସମୟ ପରେ ବିଜେପିର ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାମ ହେବ ଘୋଷଣା

ଭୁବନେଶ୍ୱର: ଆଉ କିଛିସମୟ ପରେ ରାଜ୍ୟ ବିଜେପିର ନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଧାୟକ ଦଳର ନେତା ନିର୍ଦ୍ଧାରଣ କରାଯିବ। ଏଥିପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦୁଇ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବ ଏବଂ ରାଜନାଥ ସିଂହ ଭୁବନେଶ୍ୱର ପହଞ୍ଚିଛନ୍ତି। ଏହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। 

ଚଳିତ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ୭୮ ଆସନ ପାଇଥିବାରୁ ଦଳ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ହେଲେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଅନେକ ଆଲୋଚନା ଚାଲିଛି। ଫଳାଫଳ ଘୋଷଣାର ଏକ ସପ୍ତାହରୁ ଅଧିକ ସମୟ ହୋଇଥିଲେ ମଧ୍ୟ ବିଜେପି ନିଜର ନେତା ନିର୍ଦ୍ଧାରଣ କରିପାରି ନାହିଁ। ଏପରିକି ଏହି କାରଣରୁ ବିଜେପି ପୂର୍ବରୁ ନିର୍ଦ୍ଧାରଣ କରିଥିବା ସରକାର ଗଠନର ତାରିଖକୁ ବଦଳାଇଛି। ଆସନ୍ତା କାଲି ସରକାର ଗଠନ କାର୍ଯ୍ୟକ୍ରମ ଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। 

ଅପରାହ୍ଣ ସାଢ଼େ ୪ଟା ବେଳେ ଏଥିନେଇ ବୈଠକ ବସିବ। କେନ୍ଦ୍ରୀୟ ସଂସଦୀୟ କମିଟି ଏଭିତରେ ସରକାର ଗଠନର ନୀତି ନିର୍ଦ୍ଧାରଣ କରିସାରିଛି। ବୈଠକରେ କମିଟିର ନିଷ୍ପତ୍ତିକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିବେ।  ଏ ବାବଦରେ ମଧ୍ୟ ମତାମତ ସଂଗ୍ରହ କରିବେ। 
ମିଳିଥିବା ସୂଚନା ଅନୁସାରେ ଏଥର ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ବିଜେପି ଚୟନ କରିପାରେ। ବିଶେଷ କରି ପଶ୍ଚିମାଞ୍ଚଳରୁ କୌଣସି ବିଧାୟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତୋବେ ଦୁଇ କେନ୍ଦ୍ରମନ୍ତ୍ରୀ ପଶ୍ଚିମାଞ୍ଚଳରୁ ହୋଇଥିବାରୁ ଉପକୂଳରେ ବିଜେଡି ଗଡ଼କୁ ଧ୍ୟଂସ କରିବା ପାଇଁ ଦୁଇଜଣ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରଯାଇପାରେ।

Also Read- ବିଜେଡି ସରକାର ହଟିବା ନେଇ ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର