Jagan Mohan: ଚନ୍ଦ୍ରବାବୁ ନାଇଡୁଙ୍କ ଗଡ଼ ଦଖଲ ପାଇଁ ଜଗନ୍ ମୋହନ ରେଡ୍ଡୀଙ୍କ ପ୍ରସ୍ତୁତି
Advertisement

Jagan Mohan: ଚନ୍ଦ୍ରବାବୁ ନାଇଡୁଙ୍କ ଗଡ଼ ଦଖଲ ପାଇଁ ଜଗନ୍ ମୋହନ ରେଡ୍ଡୀଙ୍କ ପ୍ରସ୍ତୁତି

Andhra Pradesh Politics: YSR କଂଗ୍ରେସ ପାର୍ଟି ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ୍ ମୋହନ ରେଡ୍ଡୀ ଶୁକ୍ରବାର ଦିନ ଚିତ୍ତୋର ଜିଲ୍ଲାର କୁପ୍ପମ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ଚନ୍ଦ୍ରବାବୁ ନାଇଡୁଙ୍କ ଗଡ଼ରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। 

Jagan Mohan: ଚନ୍ଦ୍ରବାବୁ ନାଇଡୁଙ୍କ ଗଡ଼ ଦଖଲ ପାଇଁ ଜଗନ୍ ମୋହନ ରେଡ୍ଡୀଙ୍କ ପ୍ରସ୍ତୁତି

Andhra Pradesh Politics: YSR କଂଗ୍ରେସ ପାର୍ଟି ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ୍ ମୋହନ ରେଡ୍ଡୀ (Andhra Pradesh CM YS Jagan Mohan Reddy) ଶୁକ୍ରବାର ଦିନ ଚିତ୍ତୋର ଜିଲ୍ଲାର କୁପ୍ପମ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରି ଚନ୍ଦ୍ରବାବୁ ନାଇଡୁଙ୍କ ଗଡ଼ରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ଗତ ବର୍ଷ ଅନୁଷ୍ଠିତ ସ୍ଥାନୀୟ ପୌର ନିର୍ବାଚନରେ ​​୨୫ଟି ୱାର୍ଡ ମଧ୍ୟରୁ ୧୯ଟି ଜିତିବା ପରେ ରେଡ୍ଡୀ ବର୍ତ୍ତମାନ କୁପ୍ପମ୍ ବିଧାନସଭା ଆସନ ଉପରେ ନଜର ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଗତ ସାତୋଟି ବିଧାନସଭା ନିର୍ବାଚନରେ ଏନ. ​​ଚନ୍ଦ୍ରବାବୁ ନାଇଡୁ (N. Chandrababu Naidu) ଏହି ଆସନ ଜିତୁଛନ୍ତି। ମଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ କୁପ୍ପମରେ ପହଞ୍ଚିଥିବା ଜଗନ୍ ମୋହନ ରେଡ୍ଡୀ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ। ସେ କହିଛନ୍ତି ଯେ, ଯଦି ତାଙ୍କ ଦଳ ଏଠାରେ ଜିତେ, ତେବେ ଏହି ଅଞ୍ଚଳରେ ବିକାଶକୁ ସେ ବଢାଇ ନେବେ।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଏକ ବିଧାନସଭା ନିର୍ବାଚନମଣ୍ଡଳୀ କୁପ୍ପମ ଗସ୍ତରେ ଅଛନ୍ତି। ଆନ୍ଧ୍ରପ୍ରଦେଶ ରାଜନୀତିରେ ରେଡ୍ଡୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୯ ପରଠାରୁ ଅନୁଷ୍ଠିତ ହୋଇଥିବା ସମସ୍ତ ସାତୋଟି ବିଧାନସଭା ନିର୍ବାଚନରେ ​​ଚନ୍ଦ୍ରବାବୁ ନାଇଡୁ ଏହି ଆସନ ଜିତିଛନ୍ତି। ଚିତ୍ତୋର ଜିଲ୍ଲାର ନାଇଡୁଙ୍କ ଗଡ଼କୁ ଜଗନ୍ ରେଡ୍ଡୀଙ୍କ ଏହା ପ୍ରଥମ ଗସ୍ତ ଥିଲା।

ଜଗନ୍ ମୋହନ ରେଡ୍ଡୀଙ୍କ ଦଳର ନେତାମାନେ ବିଶ୍ୱାସ କରନ୍ତି ଯେ, YSR କଂଗ୍ରେସ ଏହି ଆଶନରେ ଟିଡିପିର ଜନସମର୍ଥନ ଉପରେ ରୋକ ଲଗାଇବାରେ ସମର୍ଥନ ହୋଇଛି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ସ୍ଥାନୀୟ ପୌ ନିର୍ବାଚନରେ ​​YSR କଂଗ୍ରେସ, କୁପ୍ପମ ପୌରପାଳିକାକୁ କାବୁ କରିଥିଲା। ୮୯ ଗ୍ରାମ ପଞ୍ଚାୟତ ମଧ୍ୟରୁ ୭୫ଟି, ୬୫ ବ୍ଲକ ପରିଷଦ ସିଟ୍ ମଧ୍ୟରୁ ୬୨ ଓ ନିର୍ବାଚନ କ୍ଷେତ୍ରରର ସମସ୍ତ ଚାରୋଟି ଜିଲ୍ଲା ପରିଷଦ ଆସନ ବ୍ୟତୀତ ୨୫ରୁ ୧୯ ୱାର୍ଡରେ ଜିତିଥିଲା।

କୁପ୍ପମ ନିକଟ ଆନିମିଗାନିପାଲ୍ଲେରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଜଗନ୍ ମୋହନ ରେଡ୍ଡୀ କହିଛନ୍ତି, "ଲୋକମାନେ କଲ୍ୟାଣକାରୀ ଯୋଜନା ଗୁଡିକ ଲାଗୁ କରୁଥିବା ଆମ ସରକାର ଓ ଲୁଟପାଟରେ ବିଶ୍ବାସ ରଖୁଥିବା ଟିଡିପି ବିରୋଧରେ ଭୋଟ ଦେଇ YSRC ଉପରେ ବିଶ୍ବାସ ପ୍ରଦର୍ଶନ କରିଛନ୍ତି। ସେ କହିଛନ୍ତି ଯେ, କୁପ୍ପମରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଏକ ବଡ ଜନସଂଖ୍ୟା ଅଛି ଏବଂ ତେଣୁ ସେମାନଙ୍କୁ ଏହି ଆସନକୁ ପ୍ରତିନିଧିତ୍ୱ କରିବା ଉଚିତ୍। କିନ୍ତୁ ନାଇଡୁ ଓବିସି ହାତରୁ ଏହି ଆସନକୁ ହାତେଇ ନେଇଛନ୍ତି। ସେ ସର୍ବଦା OBCଙ୍କ ପାଇଁ ୟୁଜ୍ ଆଣ୍ଡ ଥ୍ରୋ ରଣନୀତି ଗ୍ରହଣ କରନ୍ତି।

ଜଗନ୍ ମୋହନ ରେଡ୍ଡୀ କହିଛନ୍ତି ଯେ, ତାଙ୍କ ସରକାର (Govt) ଗତ ତିନିବର୍ଷ ମଧ୍ୟରେ କୁପ୍ପମର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଯାହା ଦ୍ବାରା ପ୍ରତ୍ୟେକ କ୍ଷେତ୍ରରେ ଅନେକ ବିକାଶ ହୋଇଛି। ଜାନୁୟାରୀରୁ ପେନ୍‌ସନ୍‌କୁ ୨୫୦୦ରୁ ୨୭୫୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି ଏବଂ ଏହା ୩୦୦୦ ଟଙ୍କାରୁ ମଧ୍ୟ ଅଧିକ ସଂଖ୍ୟା ଛୁଇଁବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, କୁପ୍ପମରେ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଚେଉଥା ପର୍ବ ଆୟୋଜିତ କରାଯିବ ଏବଂ ନିର୍ବାଚିତ ପ୍ରତିନିଧୀ ମଣ୍ଡଳ ସ୍ତରରେ ପ୍ରତ୍ୟେକ ଘର ପରିଦର୍ଶନ କରିବେ।