BJP ନେତା ପିତାମ୍ବର ଆଚାର୍ଯ୍ୟଙ୍କୁ BJDର କଡ଼ା ଜବାବ୍
Advertisement

BJP ନେତା ପିତାମ୍ବର ଆଚାର୍ଯ୍ୟଙ୍କୁ BJDର କଡ଼ା ଜବାବ୍

BJD ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ପିତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରୁଛୁ। ଏମିତି ମିଛ କହିଲେ ପିତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ। 

ଡିଜାଇନ ଫଟୋ

ଭୁବନେଶ୍ୱର: ବିଜେପି ନେତା ପିତାମ୍ବର ଆଚାର୍ଯ୍ୟଙ୍କ ସାମ୍ବାଦିକ ସମ୍ମିଳନୀର କଡା ଜବାବ ଦେଲା ବିଜେଡି। ମୁଖପାତ୍ର ଲେନିନ୍ ମହାନ୍ତି ପ୍ରତିକ୍ରିୟା ଦେଇ ପିତାମ୍ବର ଆଚାର୍ଯ୍ୟ ଯେଉଁ ପ୍ରେସମିଟ୍ କରିଛନ୍ତି ସେ ମିଛ କହିଛନ୍ତି। ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ ପୁଳାଏ ମିଛ କହିବେ ଓ ଗାଳି କରିବେ। ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି BJD ଅଭିଯୋଗ ଆଣିଛି।

BJD ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ପିତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରୁଛୁ। ଏମିତି ମିଛ କହିଲେ ପିତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ। ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରୁଛି, ସେଥିପାଇଁ ଓଡିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି। ନିର୍ବାଚନ ଆସିଲେ ପିତାମ୍ବର ବାବୁ ଆସନ୍ତି ନିର୍ବାଚନ ଗଲେ ତାଙ୍କର ଦେଖା ମିଳେନାହିଁ। ତାଙ୍କର ବ୍ୟବହାର ପାଇଁ ଲୋକେ ତାଙ୍କୁ ଭଲ ପାଉନାହାଁନ୍ତି। ଓବିସି କ୍ଷେତ୍ରରେ ବୈପ୍ଳବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ଯାହାର ପ୍ରଶଂସା ଦେଶବାସୀ କରିଛନ୍ତି।

Also Read: ନିର୍ବାଚନ ପୂର୍ବରୁ ନବୀନଙ୍କ OBC କାର୍ଡ, ସମାଲୋଚନା କଲେ କଂଗ୍ରେସ- ବିଜେପି

ସୂଚନାଯୋଗ୍ୟ, ନିର୍ବାଚନରେ ଓବିସି ସଂରକ୍ଷଣ ଉପରେ ବିଜେପି ପ୍ରେସମିଟ କରି ରାଜ୍ୟ ସରକାର ମିଛ କହୁଛନ୍ତି ବୋଲି ଅଭିଯୋଗ ଆଣିଥିଲା। ଓବିସି ମାନଙ୍କର ସ୍ବାର୍ଥ ରକ୍ଷା କରିବାରେ ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି। ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେଇ ନାହାନ୍ତି। ନିଜ ଦଳ ଲୋକଙ୍କୁ ଦେବା ପାଇଁ ସଂରକ୍ଷଣ କରିଛନ୍ତି ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ କହିଥିଲେ।

ରାଜ୍ୟସରକାର କିଛି ନୂଆ କରି ନାହାନ୍ତି, ମୋଦି ସରକାର ଏହାଙ୍କ ଠାରୁ ଦଶ ପାଦ ଆଗରେ ଅଛନ୍ତି। ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରତ୍ୟେକ୍ଷ ଭାବେ ନିର୍ବାଚନ ପକ୍ରିୟା ପୂର୍ବରୁ ଥିଲା। ତାକୁ ବନ୍ଦ କରି ପରୋକ୍ଷ ଭାବେ କରିଥିଲେ। ଏବେ ସିଧାସଳଖ ନିର୍ବାଚନ ହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।