President Election 2022: ମମତା ବାନାର୍ଜୀଙ୍କ ଲାଗି ବଢିଲା ଧର୍ମ ସଂକଟ
Advertisement
Article Detail0/zeeodisha/odisha1253441

President Election 2022: ମମତା ବାନାର୍ଜୀଙ୍କ ଲାଗି ବଢିଲା ଧର୍ମ ସଂକଟ

President Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି।

President Election 2022: ମମତା ବାନାର୍ଜୀଙ୍କ ଲାଗି ବଢିଲା ଧର୍ମ ସଂକଟ

President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନଦ୍ୱିତା କରୁଥିବା ଏନଡିଏ ମେଣ୍ଟର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ଏବେ ଦେଶର ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି କ୍ରମରେ ସେ  ଜୁଲାଇ ୧୧ ତାରିଖ ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ରାଜ୍ୟର ବିଜେପି ସାଂସଦ ତଥା ବିଧାୟକଙ୍କୁ ଭେଟିଛନ୍ତି। 

ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀଙ୍କ ସାମ୍ନାରେ ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। ସେ ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନା ବିରୋଧି ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ତାହା ତାଙ୍କ ଲାଗି ଏକ ଧର୍ମ ସଙ୍କଟ ଭାବେ ଉଭା ହୋଇଛି। 

ରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନକଲେ ଟିଏମସି କ୍ଷତି ସହିପାରେ। କାରଣ ଆଗାମୀ ୨୦୧୪ ଲୋକସଭା ନିର୍ବାଚନରେ ​​ଆଦିବାସୀ ଭୋଟ ହରାଇବାର ଭୟ ଦଳକୁ ଘାରୁଛି। ପଶ୍ଚିମବଙ୍ଗର ମୋଟ ଜନସଂଖ୍ୟାରେ ଆଦିବାସୀଙ୍କ ଅଂଶ ହେଉଛି ପ୍ରାୟ ୭-୮ ପ୍ରତିଶତ। ରାଜ୍ୟର ଅନେକ ନିର୍ବାଚନମଣ୍ଡଳୀରେ ଆଦିବାସୀ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ଗତ ସପ୍ତାହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ଯଦି ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପ୍ରସଙ୍ଗରେ ବିରୋଧି ଦଳ ସହ ଚର୍ଚ୍ଚା କରିଥାନ୍ତା ତାହେଲେ ସେ ସହମତି ଭିତ୍ତିରେ ପ୍ରାର୍ଥୀ ହୋଇଥାନ୍ତେ।

ଏହି ସମୟରେ ଟିଏମସି ସାଂସଦ ସୌଗତ ରୟ ଶୁକ୍ରବାର ଦିନ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ସେ ଏବଂ ତାଙ୍କ ଦଳର ଅନ୍ୟ ସାଂସଦଙ୍କୁ ବିଜେପି ପଶ୍ଚିମବଙ୍ଗ ଶାଖା ପକ୍ଷରୁ ଏକ ପତ୍ର ମିଳିଛି। ଯେଉଁଥିରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ  ସମର୍ଥନ ମଗାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳର ସାଂସଦ ଏବଂ ବିଧାୟକ ବିରୋଧି ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ସପକ୍ଷରେ ମତଦାନ କରିବେ।

ବର୍ତ୍ତମାନ ପଶ୍ଚିମବଙ୍ଗରେ ବିଜେପିର ୧୭ ଜଣ ଲୋକସଭା ସାଂସଦ ଅଛନ୍ତି। ପୂର୍ବରୁ ଅର୍ଜୁନ ସିଂହ ଦଳ ଛାଡି଼ ଟିଏମସି ହାତ ଧରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସାଂସଦ ପଦରୁ ଇସ୍ତଫା ଦେଇନାହାଁନ୍ତି। ଅନ୍ୟପଟେ ବିଧାନସଭାରେ ଦଳର ୭୦ ଜଣ ବିଧାୟକ ଅଛନ୍ତି। ଦଳର ୫ ଜଣ ବିଧାୟକ ଟିଏମସି ହାତ ଧରି ସାରିଛନ୍ତି।

Also Read: President Election 2022: ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ

Also Read: President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମିଳିପାରେ AIUDF ସମର୍ଥନ