Jammu Kashmir: କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ? ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha1225749

Jammu Kashmir: କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ? ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ସୀମା ପୁନଃନିର୍ଦ୍ଧାରଣ ବର୍ତ୍ତମାନ ଜାମୁ କ୍ଷେତ୍ରରେ ୪୩ ଏବଂ କାଶ୍ମୀର ଘାଟିରେ ୪୭ ବିଧାନସଭା ଆସନ ହୋଇଛି। 

Jammu Kashmir: କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ? ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

Jammu Kashmir Assembly Election: ରାଜ୍ୟରେ ଅବସ୍ଥିତ ନିର୍ବାଚନମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ କେବେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ତାହାର ଜବାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ସେ କହିଛନ୍ତି ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ନିକଟରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣ ବର୍ତ୍ତମାନ ଜାମୁ କ୍ଷେତ୍ରରେ ୪୩ ଏବଂ କାଶ୍ମୀର ଘାଟିରେ ୪୭ ବିଧାନସଭା ଆସନ ହୋଇଛି। 

ଗତ ୨୦୧୯ ଅଗଷ୍ଟ ୫ ତାରିଖରେ ଜାମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ୩୭୦ ଏବଂ ୩୫ଏ  ଧାରାକୁ ହଟାଇଥିଲା ଭାରତୀୟ ସଂସଦ। ଏହା ପରେ ଅବିଭକ୍ତ ଜାମୁ କାଶ୍ମୀର ରାଜ୍ୟକୁ ୨ ଭାଗରେ ବିଭକ୍ତ କରାଯାଇ ଜାମୁ କାଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା। 

ସୀମା ପୁନଃନିର୍ଦ୍ଧାରଣ ବର୍ତ୍ତମାନ ଜାମୁ କ୍ଷେତ୍ରରେ ୪୩ ଏବଂ କାଶ୍ମୀର ଘାଟିରେ ୪୭ ବିଧାନସଭା ଆସନ ହୋଇଛି। ବର୍ତ୍ତମାନ ଜାମୁ କାଶ୍ମୀର ବିଧାନସଭାର ମୋଟ ଆସନ ସଂଖ୍ୟା ହେଉଛି ୯୦। ନିକଟରେ ୨ ଦିନିଆ ଜାମୁ କାଶ୍ମୀର ଗସ୍ତ କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। 

ନିକଟରେ ନିର୍ବାଚନ ଆୟୋଗ ଜାମୁ କାଶ୍ମୀରରେ ପୁନଃନିର୍ଦ୍ଧାରଣ ଦାୟିତ୍ୱରେ ରହିଥିବା ଅଧିକାରୀଙ୍କୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଡ୍ରାଫ୍ଟ ରୋଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ସୀମା ପୁନଃନିର୍ଦ୍ଧାରଣ ପରେ ପ୍ରଥମ ଥର ଲାଗି ଅନୁସୂଚିତ ଜନଜାତି  ପ୍ରାର୍ଥୀଙ୍କ ପାଇଁ ୯ ଏବଂ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ୭ ସଂରକ୍ଷିତ କରାଯାଇଛି। ପାକିସ୍ତାନ ଅଧିକୃତ ଜାମୁ କାଶ୍ମୀର ଅଞ୍ଚଳରେ ଅବସ୍ଥିତ ଆସନରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା କାର୍ଯ୍ୟକାରୀ କରିନାହାଁନ୍ତି ସୀମା ନିର୍ଦ୍ଧାରଣ ଆୟୋଗ।

Also Raed: JK Assembly Election:ଚୂଡାନ୍ତ ରିପୋର୍ଟ ଜାରି କଲେ ସୀମା ପୁନଃନିର୍ଦ୍ଧାରଣ ଆୟୋଗ