JK Assembly Election:ଚୂଡାନ୍ତ ରିପୋର୍ଟ ଜାରି କଲେ ସୀମା ପୁନଃନିର୍ଦ୍ଧାରଣ ଆୟୋଗ
Advertisement
Article Detail0/zeeodisha/odisha1175092

JK Assembly Election:ଚୂଡାନ୍ତ ରିପୋର୍ଟ ଜାରି କଲେ ସୀମା ପୁନଃନିର୍ଦ୍ଧାରଣ ଆୟୋଗ

ଗୁରୁବାର ନୂଆଦିଲ୍ଲୀ ଠାରେ ଏହି ରିପୋର୍ଟ ଜାରି ହେବା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ରାସ୍ତା ସଫା ହୋଇଯାଇଛି।      

JK Assembly Election:ଚୂଡାନ୍ତ ରିପୋର୍ଟ ଜାରି କଲେ ସୀମା ପୁନଃନିର୍ଦ୍ଧାରଣ ଆୟୋଗ

ଶ୍ରୀନଗର: ଜାମୁ କାଶ୍ମୀରରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ସୀମା ପୁନଃନିର୍ଦ୍ଧାରଣର ଚୂଡାନ୍ତ ରିପୋର୍ଟ ଦାଖଲ କରିଛି ସୀମା ପୁନଃନିର୍ଦ୍ଧାରଣ ଆୟୋଗ। ଗୁରୁବାର ନୂଆଦିଲ୍ଲୀ ଠାରେ ଏହି ରିପୋର୍ଟ ଜାରି ହେବା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ରାସ୍ତା ସଫା ହୋଇଯାଇଛି।      

ସୀମା ପୁନଃନିର୍ଦ୍ଧାରଣ ଆୟୋଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଜାମୁ କାଶ୍ମୀରରେ ପ୍ରଥମ ଥର ଲାଗି ୯ ବିଧାନସଭା ଆସନ ଅନୁସୂଚିତ ଜାତି ଲାଗି ସଂରକ୍ଷିତ ରହିବ। ଏହା ବ୍ୟତୀତ ଏଠାକାର ସମସ୍ତ ୫ ଲୋକସଭା ଆସନରେ ସମାନ ସଂଖ୍ୟକ ବିଧାନସଭା ରହିବ। ବର୍ତ୍ତମାନ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଆସନ ସଂଖ୍ୟା ୯୦ ହୋଇଛି। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ମଧ୍ୟରୁ ୪୩ ଜମୁ ଏବଂ ୪୭ ଆସନ କାଶ୍ମୀର କ୍ଷେତ୍ରରେ ରହିଛି। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ସୀମା ଗୋଟିଏ ଜିଲ୍ଲା ମଧ୍ୟରେ ରହିବ।   

Also Read: Delimitation Commission ସୁପାରିଶ ବିରୁଦ୍ଧରେ ଗର୍ଜି ଉଠିଲା ଗୁପକାର ମେଣ୍ଟ; କେନ୍ଦ୍ର ବିରୁଦ୍ଧରେ ଦେଲା ଏହି ଧମକ

ଜାମୁ କାଶ୍ମୀର ଲାଗି ଗଠିତ ସୀମା ନିର୍ଦ୍ଧାରଣ ଆୟୋଗ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଲାଗି ସୀମା ପୁନନିର୍ଦ୍ଧାରଣ କାର୍ଯ୍ୟ ଶେଷ କରିଛନ୍ତି। ଗୁରୁବାର ଆୟୋଗ ପକ୍ଷରୁ ଏ ସମ୍ପର୍କିତ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଆୟୋଗ ଅତିରିକ୍ତ ବିଧାନସଭା ଆସନ ବାବଦରେ ସୁପାରିଶ କରିଛନ୍ତି। ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀରରୁ ବିସ୍ଥାପିତ ହୋଇ ଆସିଥିବା ଲୋକଙ୍କ ବାବଦରେ ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନ ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ସୀମା ନିର୍ଦ୍ଧାରଣ ଆୟୋଗ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଏବଂ ଜାମୁ କାଶ୍ମୀର ରାଜ୍ୟ ନିର୍ବାଚନ କମିଶନର କେ.କେ ଶର୍ମାଙ୍କୁ ନେଇ ଗଠିତ ହୋଇଛି।

Also Read: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ରିପୋର୍ଟ ପ୍ରସ୍ତୁତ

 

ସୀମା ନିର୍ଦ୍ଧାରଣ ପରେ କେତେ ହେବ ଆସନ ସଂଖ୍ୟା?

  • ମୋଟ ଆସନ ସଂଖ୍ୟା: ୯୦
  • କାଶ୍ମୀର କ୍ଷେତ୍ର: ୪୭
  • ଜାମୁ କ୍ଷେତ୍ର: ୪୩
  • ଅନୁସୂଚିତ ଜାତି ଲାଗି ସଂରକ୍ଷିତ ଆସନ: ୭
  • ଅନୁସୂଚିତ ଜନଜାତି ଲାଗି ସଂରକ୍ଷିତ ଆସନ: ୯
  • ଲୋକସଭା ବିଧାନସଭା ଆସନ ଅନୁପାତ:୧:୧୮

ନିର୍ବାଚନମଣ୍ଡଳୀ ସୀମା ପୁନନିର୍ଦ୍ଧାରଣ ଅର୍ଥ କ'ଣ?
ନିର୍ବାଚନମଣ୍ଡଳୀ ସୀମା ପୁନନିର୍ଦ୍ଧାରଣର ଅର୍ଥ ହେଉଛି କୌଣସି ଆସନର ସୀମା ସ୍ଥିର କରିବା। ଜାମୁ କାଶ୍ମୀରରୁ ୩୭୦ ଧାରା ହଟିବା ପରେ ଏଠାରେ ଅବସ୍ଥିତ ବିଧାନସଭା ଆସନର ସୀମା ପୁନନିର୍ଦ୍ଧାରଣକୁ ନେଇ ଜାରି ରହିଛି ଚର୍ଚ୍ଚା।  
ଏକ ସ୍ୱତନ୍ତ୍ର ପୂର୍ଣ୍ଣା ପାହ୍ୟା ରାଜ୍ୟରୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପୁନର୍ଗଠିତ ହେବା ପରେ ଜାମୁ କାଶ୍ମୀର ଲାଗି  ଏକ ସୀମା ପୁନନିର୍ଦ୍ଧାରଣ ଆୟୋଗ ଗଠନ କରାଯାଇଥିଲା। ଶେଷ ଥର ଲାଗି ୧୯୯୫ ମସିହାରେ ସୀମା ପୁନନିର୍ଦ୍ଧାରଣ କରାଯାଇଥିଲା। ସେତେବେଳେ  ଜାମୁ କାଶ୍ମୀରରେ ୧୨ ଜିଲ୍ଲା ଏବଂ ୫୮ ତହସିଲ ରହିଥିଲା। ବର୍ତ୍ତମାନ ଏଠାରେ ୨୦ ଜିଲ୍ଲା ୨୭୦ ତହସିଲ ରହିଛି। 

Also Read: JK Assembly Poll: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ସୀମା ପୁନଃନିର୍ଦ୍ଧାରଣ ପରେ ବଢିବ ୭ ଆସନ

ବିଗତ ସୀମା ନିର୍ଦ୍ଧାରଣ ୧୯୮୧ ଜନଗଣନା ଅନୁସାରେ କରାଯାଇଥିଲା। ହେଲେ ଏଥର ସୀମା ନିର୍ଦ୍ଧାରଣ ୨୦୧୧ ଜନଗଣନା ଅନୁସାରେ କରାଯାଇଛି। ସୀମା ପୁନଃନିର୍ଦ୍ଧାରଣର ଚୂଡାନ୍ତ ରିପୋର୍ଟ ଦାଖଲ ହେବା ପରେ  ଜାମୁ କାଶ୍ମୀରରେ ଆସନ୍ତା ଅକ୍ଟୋବର ମାସରେ ବିଧାନସଭା ନିର୍ବାଚନ କରାଯାଇପାରେ। ଗତ ଫେବୃଆରୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଯଥାଶୀଘ୍ର ଶେଷ ହେବ ଏବଂ ଆଗାମୀ ୬-୮ ମାସ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।