Mamata Mohanto: ବିଜେପିରେ ଯୋଗ ଦେଲେ ମମତା ମହାନ୍ତ
Advertisement
Article Detail0/zeeodisha/odisha2363612

Mamata Mohanto: ବିଜେପିରେ ଯୋଗ ଦେଲେ ମମତା ମହାନ୍ତ

ଭୁବନେଶ୍ୱର: ଦଳରେ ଅବହେଳା ଆଣି ବିଜୁ ଜନତା ଦଳ ତଥା ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ ସିଂ ତୋମାର ଶ୍

Mamata Mohanto: ବିଜେପିରେ ଯୋଗ ଦେଲେ ମମତା ମହାନ୍ତ

Mamata Mohanto: ଭୁବନେଶ୍ୱର: ଦଳରେ ଅବହେଳା ଅଭିଯୋଗ ଆଣି ବିଜୁ ଜନତା ଦଳର ତୃଣମୂଳ ସଦସ୍ୟ ତଥା ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କୁଡୁମୀ ସମ୍ପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ ସିଂ ତୋମାର ଶ୍ରୀମତୀ ମହାନ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ। 

ବିଜେପିରେ ଯୋଗଦେବା ପରେ ଶ୍ରୀମତୀ ମହାନ୍ତ କହିଛନ୍ତି କି ଲୋକମାନେ ମୋର ସଂପତ୍ତି। ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି। ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି। ଲୋକଙ୍କ ସେବା, କୁଡ଼ୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି ବୋଲି ମମତା କହିଛନ୍ତି। 

ସେପଟେ ବିଜେପରେ ମମତାଙ୍କ ଯୋଗଦାନ ପରେ ରାଜ୍ୟରେ ରାଜନୀତି ଜୋର ଧରିଛି। ସାଂସଦ ପ୍ରଦୀପ ପାଣିଗ୍ରାହୀ ଚିରାଚରିତ ଢଙ୍ଗରେ ବିଜେଡିକୁ ସମାଲୋଚନା କରିଛନ୍ତି। କହିଛନ୍ତି କି ଲେଖା ଛିଡି ଛିଡି ଆସୁଛି। ଆଜିକା ଦିନରେ ରାଜ୍ୟରେ ବିଜେପି ବଢୁଛି ଓ ବିଜେଡି ଛିଡ଼ୁଛି ବୋଲି କହିଥିଲେ। ଏହି ମିଶ୍ରଣ ପର୍ବରେ ମିଶ୍ରଣ ପର୍ବରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନୀତା ପ୍ରିୟଦର୍ଶିନୀ, କେନ୍ଦୁଝର ସାଂସଦ ଅନନ୍ତ ନାଏକ, ରାଜ୍ୟ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।