Shankar Singh Vaghela: '୨୫ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୫ ଥର କଥାବାର୍ତ୍ତା ହୋଇଛି, ମୁଁ ଖୋଲାଖୋଲି କହୁଛି ବିଜେପି କେବଳ ପ୍ରତାରଣା କରୁଛି'
Advertisement
Article Detail0/zeeodisha/odisha1431623

Shankar Singh Vaghela: '୨୫ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୫ ଥର କଥାବାର୍ତ୍ତା ହୋଇଛି, ମୁଁ ଖୋଲାଖୋଲି କହୁଛି ବିଜେପି କେବଳ ପ୍ରତାରଣା କରୁଛି'

Gujarat Politics:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା। ଏନେଇ ସେ କହିଛନ୍ତି ହିନ୍ଦୁଙ୍କୁ ଖୁସି କରିବା ପାଇଁ ଗୋଧ୍ରା ଘଟଣା ଏବଂ ପୁଲୱାମା ଷ୍ଟ୍ରାଇକ କରାଯାଇଛି। ନିର୍ବାଚନ ଜିତିବା ପାଇଁ ବିଜେପି ହିନ୍ଦୁତ୍ୱ କାର୍ଡ ଖେଳିଥାଏ। ସେମାନଙ୍କର ହିନ୍ଦୁ ଧର୍ମ ସହିତ କୌଣସି ସମ୍ପର୍କ ନାହିଁ। ଭୋଟ ହାତେଇବା ପାଇଁ ବିଜେପି ହିନ୍ଦୁତ୍ୱ କାର୍ଡ ଖେଳୁଛି।

Shankar Singh Vaghela: '୨୫ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୫ ଥର କଥାବାର୍ତ୍ତା ହୋଇଛି, ମୁଁ ଖୋଲାଖୋଲି କହୁଛି  ବିଜେପି କେବଳ ପ୍ରତାରଣା କରୁଛି'

Gujarat Assembly Election 2022: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ସମସ୍ତ ଦଳ ଗୁଜୁରାଟ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ନିର୍ବାଚନ ପୂର୍ବରୁ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲା ପୁଣି ଥରେ କଂଗ୍ରେସ ସମର୍ଥନରେ ଆସିଛନ୍ତି। ଯାହା ତାଙ୍କ କଥାରୁ ଜଣାପଡୁଛି। ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ ଏଥର ବିଜେପି ନିର୍ବାଚନରେ ​​ହାରିଯିବା ନିଶ୍ଚିତ। କାରଣ ଗୋଟିଏ ଦଳ ପାଇଁ ୨୭ ବର୍ଷ ଧରି କ୍ଷମତାରେ ରହିବା କଷ୍ଟସାଧ୍ୟ। ବିଜେପି ଧର୍ମ ରାଜନୀତି କରିବା ସହ ଏବଂ ହିନ୍ଦୁ-ମୁସଲମାନ ମଧ୍ୟରେ ଲଢେଇ କରାଉଥିବାର ଅଭିଯୋଗ କରିଛନ୍ତି ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି ଅଧ୍ୟକ୍ଷ ଶଙ୍କର ସିଂହ ବାଘେଲା।

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଟାର୍ଗେଟ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Former Gujarat Chief Minister) ଶଙ୍କରସିଂହ ବାଘେଲା (Shankar Singh Vaghela)। ଏନେଇ ସେ କହିଛନ୍ତି ହିନ୍ଦୁଙ୍କୁ (Hindu) ଖୁସି କରିବା ପାଇଁ ଗୋଧ୍ରା ଘଟଣା ଏବଂ ପୁଲୱାମା ଷ୍ଟ୍ରାଇକ କରାଯାଇଛି। ନିର୍ବାଚନ ଜିତିବା ପାଇଁ ବିଜେପି (BJP) ହିନ୍ଦୁତ୍ୱ କାର୍ଡ (Hindutva Card) ଖେଳିଥାଏ। ହେଲେ ବର୍ତ୍ତମାନ ଜନସାଧାରଣ ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କର ହିନ୍ଦୁ ଧର୍ମ (Hindu Religion) ସହିତ କୌଣସି ସମ୍ପର୍କ ନାହିଁ। ଭୋଟ ହାତେଇବା ପାଇଁ ବିଜେପି ହିନ୍ଦୁତ୍ୱ କାର୍ଡ ଖେଳୁଛି। ବର୍ତ୍ତମାନ ଦେଶରେ ସୃଷ୍ଟି ହୋଇଥିବା ଅବସ୍ଥା କାରଣରୁ ସାଧାରଣ ଲୋକ ବହୁ ଅସୁବିଧାରେ ସାମ୍ନା କରୁଛନ୍ତି। ତାହା ଅର୍ଥନୀତି, ଆଇନ ଶୃଙ୍ଖଳା, ବେକାରୀ କିମ୍ବା ଦାରିଦ୍ର ନିରାକରଣ କ୍ଷେତ୍ରେରେ ଦେଖିବାକୁ ମିଳୁଛି। ଏହା ସତ୍ତ୍ୱେ କ'ଣ ଲୋକେ କେତେ ଦୂର ବିଜେପି ପାଇଁ ଭୋଟ୍ ଦେବେ?

ବର୍ତ୍ତମାନ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେଥିପାଇଁ ବିଜେପି ବର୍ତ୍ତମାନ ନିର୍ବାଚନ ହାରିବା ନିଶ୍ଚିତ। ଏହି କାରଣରୁ ଗୁଜରାଟ ବିଧାନସଭା ନିର୍ବାଚନରେ (Gujarat Assembly Elections 2022) ବିଜେପି ବହୁମତ ପାଇବ ନାହିଁ। ବିଜେପି ବ୍ୟତୀତ ଅନ୍ୟ କୌଣସି ଦଳ ହୁଅନ୍ତୁ, ହେଲେ ଗୁଜୁରାଟବାସୀ ନିଷ୍ପତ୍ତି ନେଇଛନ୍ତି ଯେ ଏଥର ଆଉ ବିଜେପି ନୁହେଁ। ବିଜେପି ପ୍ରତିଶ୍ରୁତି ଏବଂ କଥାବାର୍ତ୍ତା ଶୁଣି ଲୋକେ ଥକି ଗଲେଣି। ସେମାନଙ୍କ କଥାରେ କୌଣସି ସତ୍ୟତା ନାହିଁ। ନେତାଙ୍କ ଲୋକପ୍ରିୟତା କୌଣସି ଗୁରୁତ୍ୱ ରଖେନାହିଁ। ଦଳର ଲୋକପ୍ରିୟତା ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ। 

Also Read: Gujarat Politics: ବିଧାନସଭା ନିର୍ବାଚନ ପୂର୍ବରୁ ନୂଆଦଳ ଗଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲ

ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି (Praja Shakti Democratic Party) ଅଧ୍ୟକ୍ଷ କହିଛନ୍ତି ଯେ ସେ କଂଗ୍ରେସ ସହ ରୁହନ୍ତୁ କିମ୍ବା ନ ରୁହନ୍ତୁ ହେଲେ ବିଜେପିକୁ ରୋକିବା ଆବଶ୍ୟକ। କଂଗ୍ରେସ କିମ୍ବା ଆମ ପାଇଁ ନୁହେଁ ବରଂ ଗୁଜୁରାଟର ପରବର୍ତ୍ତୀ ପିଢି ପାଇଁ ବିଜେପିକୁ ରୋକିବା ଦରକାର। ଯଦି ଗୁଜୁରାଟ ଲୋକଙ୍କୁ ଆଗାମୀ ପିଢି ପାଇଁ କୃଷି, ଶିକ୍ଷା ଏବଂ ସ୍ୱାସ୍ଥ୍ୟକ୍ଷେତ୍ର ବଞ୍ଚାଇବାକୁ ହୁଏ, ତାହେଲେ ବିଜେପିକୁ କ୍ଷମତାରୁ ହଟାଇବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଏପରି କୌଣସି ଗୁଜୁରାଟୀ ନାହିଁ ଯିଏ ଅସନ୍ତୁଷ୍ଟ ନାହିଁ। କୋରୋନା ମହାମାରୀ ସମୟରେ ସରକାରଙ୍କ ମୂର୍ଖତା ହେତୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି।

ଯେତେବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେତେ ଥର କଥାବାର୍ତ୍ତା ହୋଇଛି ବୋଲି ପଚରା ଯାଇଥିଲା, ସେତେବେଳେ ସେ କହିଥିଲେ ଯେ ୧୯୯୫ ମସିହାରୁ ୨୭ ବର୍ଷ ବିତିଗଲାଣି। ବିଗତ ୨୫ ବର୍ଷରେ ୫ ଥର ପାଇଁ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ହୋଇଛି। ଏଥିରେ ମଧ୍ୟ କେବଳ ଆମ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରାଯାଇଛି। ମୋଦିଙ୍କ ସହ କୌଣସି ରାଜନୈତିକ ବାର୍ତ୍ତାଳାପ ହୋଇନାହିଁ। ଆମେ ଜାଣୁ ଦେଶ ସହ ବିଶ୍ୱାସଘାତକତା କରାଯାଉଛି। କେବଳ ମିଛ କୁହାଯିବା ସହ ପ୍ରତାରଣା କରାଯାଉଛି। ଲୋକଙ୍କୁ ଗପ କୁହାଯିବା ସହ ଗୁଜବ କରାଯାଉଛି। ଏହା ବ୍ୟତୀତ ଆଉ କିଛି ନାହିଁ। ଏଥର ବିଜେପିକୁ ନ ଜିତାଇବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଏଠାରେ କେବଳ ଦୁଇଟି ଦଳ ମଧ୍ୟରେ ନିର୍ବାଚନ ଚାଲିଛି। ଗୋଟିଏ କଂଗ୍ରେସ ଏବଂ ଗୋଟିଏ ବିଜେପି। ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ହେଉଥିବା ନେଇ ହେଉଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ।