ବିଧାନସଭା କିମ୍ବା ଲୋକସଭା ନିର୍ବାଚନର ବିପରୀତ ପ୍ରକ୍ରିୟା ଅନୁସାରେ ବିଧାନ ପରିଷଦ ନିର୍ବାଚନ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।
Trending Photos
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପରେ ବିଧାନ ପରିଷଦରେ ଶକ୍ତି ବଢାଇଛି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି। ହେଲେ ଦଳ ବହୁମତ ମତ ଠାରୁ ଗୋଟିଏ ଆସନ ପଛରେ ରହିଯାଇଛି। ଗତ ୧୦ ତାରିଖରେ ବିଧାନ ପରିଷଦରେ ଦ୍ୱି ବର୍ଷୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତ ମଙ୍ଗଳବାର ଏହାର ଫଳାଫଳ ପ୍ରକାଶ ପାଇଥିଲା।
ଏହି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ୨୦ଟି ସ୍ଥାନୀୟ ସ୍ୱାୟତ୍ତ ଶାସିତ ଅଞ୍ଚଳର (Local Body Authority) ୨୫ଟି ଆସନ ମଧ୍ୟରୁ ବିଜେପି (BJP) ୧୧ ଏବଂ କଂଗ୍ରେସ (Congress) ୧୧ ସିଟ୍ ହାତେଇଛି। ଅନ୍ୟପଟେ ଜେଡି଼ଏସ (JDS) ହାସନ ଆସନ ଜିତିଛି। ସେହିପରି ଜଣେ ସ୍ୱାଧିନ ପ୍ରାର୍ଥୀ ବେଲାଗାଭି ନିର୍ବାଚନମଣ୍ଡଳୀରେ ଦୁଇଟି ଆସନ ମଧ୍ୟରୁ ଗୋଟିଏ ସିଟ୍ ଜିତିବାରେ ସଫଳ ହୋଇଛନ୍ତି। ଏହି ଫଳାଫଳ ସହିତ ୭୫ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନ ପରିଷଦରେ (Karnataka Legislative Council) ଶାସକ ବିଜେପିର ସଦସ୍ୟ ସଂଖ୍ୟା ୩୨ରୁ ୩୭କୁ ବୃଦ୍ଧି ପାଇଥିବାବେଳେ କଂଗ୍ରେସର ସଂଖ୍ୟା ୨୯ରୁ ୨୬କୁ ହ୍ରାସ ପାଇଛି। ସେହିପରି ଜେଡିଏସ ସଦସ୍ୟଙ୍କ ସଂଖ୍ୟା ୧୨ରୁ ୧୦କୁ ଖସିଆସିଛି।
Also Read: Maharashtra MLC Election: ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ଆଗରେ ଭାରୀ ପଡିଲା ବିଜେପି
ଗତ ୨୦୧୫ ବର୍ଷରେ ଅନୁଷ୍ଠିତ ହୋଇଥିବା ସ୍ୱାୟତ୍ତ ଶାସିତ ଅଞ୍ଚଳ ନିର୍ବାଚନରେ ବିଜେପି ୬, କଂଗ୍ରେସ ୧୪, ଜେଡିଏସ୍ ୪ ଏବଂ ସ୍ୱାଧିନ ପ୍ରାର୍ଥୀ ଗୋଟିଏ ଆସନ ଜିତିଥିଲେ। ଗତ ହୋଇଥିବା ଏହି ନିର୍ବାଚନରେ ସମସ୍ତ ୨୫ ଆସନରେ ୯୯ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ୨୦-୨୦ ଏବଂ ଜେଡିଏସ ପକ୍ଷରୁ ୬ ଜଣଙ୍କ ସମେତ ମୋଟ ୯୦ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନ ପାଇଁ ମତଦାତାଙ୍କ ତାଲିକାରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାର ସଦସ୍ୟଙ୍କ ସହିତ ନିର୍ବାଚିତ ପ୍ରତିନିଧି ମଧ୍ୟ ଅନ୍ତର୍ଭୂକ୍ତ ଥିଲେ। ବିଧାନସଭା କିମ୍ବା ଲୋକସଭା ନିର୍ବାଚନର ବିପରୀତ ପ୍ରକ୍ରିୟା ଅନୁସାରେ ବିଧାନ ପରିଷଦ ନିର୍ବାଚନ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।