BJP କୁ ହରାଇବେ Rakesh Tikait: Nandigram ଠାରେ କରିବେ ମହାପଞ୍ଚାୟତ
Advertisement

BJP କୁ ହରାଇବେ Rakesh Tikait: Nandigram ଠାରେ କରିବେ ମହାପଞ୍ଚାୟତ

ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାକେଶ ଟିକେତଙ୍କ କୋଲକାତା ଗସ୍ତ ପଛରେ ରାଜନୈତିକ କାରଣ। 

BJP କୁ ହରାଇବେ Rakesh Tikait: Nandigram ଠାରେ କରିବେ ମହାପଞ୍ଚାୟତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମତଦାନ ହେବା ପୂର୍ବରୁ କୋଲକାତାରେ ପହଞ୍ଚିଛନ୍ତି ଭାରତୀୟ କିସାନ ୟୁନିୟନ ନେତା ରାକେଶ ଟିକେତ। ପଶ୍ଚିମବଙ୍ଗ ଗସ୍ତ ଅବସରରେ ସେ ସ୍ଥାନୀୟ  କୃଷକ ନେତାଙ୍କ ସହ କଥାବାର୍ତ୍ତା କରିବେ। ଏହା ପରେ ମାର୍ଚ୍ଚ ୧୨ ତାରିଖ ଶନିବାର ସନ୍ଧ୍ୟାରେ ନନ୍ଦିଗ୍ରାମ ଠାରେ ମହାପଞ୍ଚାୟତ କରିବେ।

ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାକେଶ ଟିକେତଙ୍କ କୋଲକାତା ଗସ୍ତ ପଛରେ ରାଜନୈତିକ କାରଣ। ଏହି ନିର୍ବାଚନରେ ବିଜେପିକୁ ଚେକମେଟ ଦେବା ଲାଗି ଅଣ୍ଟା ଭିଡିଛନ୍ତି ସେ। ଏନେଇ ସେ କହିଛନ୍ତି ଦଳ ଲାଗି ପ୍ରଚାର କରିବା ମୋର ଉଦ୍ଦେଶ୍ୟ ନୁହେଁ। ହେଲେ ବିଜେପିକୁ ହରାଇବା ଲାଗି ଆହ୍ୱାନ କରିବି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର ନୂଆ କୃଷି ଆଇନ କାରଣରୁ କୃଷକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ବର୍ତ୍ତମାନ ଏପରି ଦଳକୁ ସ୍ୱୀକାର କରିବା ଠିକ ନୁହେଁ।  

Also Read: ମହାପଞ୍ଚାୟତ ବେଳେ ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାକେଶ ଟିକେତ

କାହା ନାଁ ନ ନେଇ ଭାରତୀୟ କିସାନ ୟୁନିୟନ-ବିକେୟୁ (Bharatiya Kisan Union-BKU) ନେତା ରାକେଶ ଟିକେତ (Rakesh Tikait) କହିଛନ୍ତି କେନ୍ଦ୍ରରେ ଶାସନ ଗାଦିରେ ବସିଥିବା ଲୁଟେରାଙ୍କୁ ବାହାର କରିବାକୁ ହେବ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ଆଗେଇ ନେବା ପାଇଁ ସେ ଗୋଟିଏ ଗାଁ ୧୫ ଲୋକ ୧୦ ଦିନର ନାରା ଦେଇଛନ୍ତି। କୌଣସି ପରିସ୍ଥିତିରେ ଦିଲ୍ଲୀ ଯାତ୍ରା କରିବାକୁ ଏବଂ ବିହାରରେ ଆନ୍ଦୋଳନକୁ ବଢାଇବା ପାଇଁ ଆହ୍ୱାନ ଦିଆଯାଇପାରେ। ଏକତା ଅଭାବ କାରଣରୁ କୃଷକ ଲୁଟର ଶିକାର ହୋଇଛନ୍ତି।  

Also Read: Farmers Protest: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav

କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶର କୃଷକ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀସ୍ଥିତ ଗାଜିପୁର, ଟିକରି, ସିଂଘୁ ସୀମାରେ ୩ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ କରୁଛନ୍ତି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ ରାକେଶ ଟିକେତଙ୍କ ସମେତ ବହୁ କୃଷକ ନେତାଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି। ଏହା ପରେ ସେ କୃଷକ ଆନ୍ଦୋଳନର ନୂଆ ଚେହେରା (Farmer Protest Poster Boy) ପାଲଟିଯାଇଛନ୍ତି।  

Also Read: ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ

ବିଜେପିକୁ ହରାଇବା ଲାଗି ଭାରତୀୟ କିସାନ ୟୁନିୟନ ନେତାଙ୍କ ଉଦ୍ୟମ  କେତେଦୂର ସଫଳ ହେବ ତାହା ମେ ୨ ତାରିଖ ରବିବାର ଆସିବାକୁ ଥିବା ନିର୍ବାଚନ ଫଳଫଳରୁ ଜଣାପଡିବ।