UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସାରେ ପୋତିଦେଲେ ଶାଇସ୍ତା ପରବୀନ, ଜାଣନ୍ତୁ ସେ କିଏ?
Advertisement

UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସାରେ ପୋତିଦେଲେ ଶାଇସ୍ତା ପରବୀନ, ଜାଣନ୍ତୁ ସେ କିଏ?

Uttar Pradesh Politics: ମାଫିଆ ଅତୀକ ଅହମ୍ମଦଙ୍କ ପତ୍ନୀ ଶାଇସ୍ତା ପରବୀନ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାକୁ ପଛେଇ ନାହାଁନ୍ତି। 

UP Politics: ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସାରେ ପୋତିଦେଲେ ଶାଇସ୍ତା ପରବୀନ, ଜାଣନ୍ତୁ ସେ କିଏ?

Atiq Ahmed Wife Shaista Parveen: ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲା କୁଖ୍ୟାତ ମାଫିଆ ତଥା ପୂର୍ବତନ ସାଂସଦ ଅତୀକ ଅହମ୍ମଦ। ଏବେ ତାଙ୍କ ପତ୍ନୀ ଶାଇସ୍ତା ପରବୀନ ମଧ୍ୟ ମୁଖ୍ୟମନ୍ତ୍ରୀ  ଯୋଗୀଙ୍କୁ ପ୍ରଶଂସା କରିବାକୁ ପଛେଇ ନାହାଁନ୍ତି। ଏନେଇ ଶାଇସ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ହେଉଛନ୍ତି ହିନ୍ଦୁସ୍ତାନରେ ହିନ୍ଦୁତ୍ୱର ସବୁଠାରୁ ବଡ ଚେହେରା। ସେ ମୁସଲମାନଙ୍କ ମଧ୍ୟରେ ମଧ୍ୟ ବେଶ୍ ଲୋକପ୍ରିୟ। ସେ ସମସ୍ତଙ୍କ ପାଇଁ ସମାନ ଭାବରେ କାମ କରୁଛନ୍ତି। ସେ ହେଉଛନ୍ତି ସର୍ବ ସମାଜର ଚେହେରା ଭାବେ ଉଭା ହୋଇଛନ୍ତି। 

ମାଫିଆ ଅତୀକ ଅହମ୍ମଦଙ୍କ (Mafia Atiq Ahmed ) ପତ୍ନୀ ଶାଇସ୍ତା ପରବୀନ (Shaista Parveen) କେବଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ (CM Yogi Adityanath) ପ୍ରଶଂସା କରିନାହାଁନ୍ତି। ବରଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଖକୁ ଏକ ଖୋଲା ଚିଠି ମଧ୍ୟ ଲେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅନୁମତି ମାଗିଛନ୍ତି ଶାଇସ୍ତା। ଏନେଇ କହିଛନ୍ତି ଯେ ବିଜେପି (BJP) ପସମାନ୍ଦା ମୁସଲିମ ସମ୍ପ୍ରଦାୟ (Pasmanda Muslimm Community) ପାଇଁ କାମ କରୁଛି। ମୁଁ ନିଜେ ପସମାାନ୍ଦ ମୁସଲମାନ ସମାଜରୁ ଆସୁଛି। ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛି।

Also Read: Shocking News: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସାରେ ମାଫିଆ ଅତୀକ ଅହମଦ

ବାହୁବଳୀ ନେତା ଅତୀକ୍ ଅହମ୍ମଦଙ୍କ ପତ୍ନୀ ମୁଖ୍ୟ ଯୋଗୀଙ୍କୁ ଲେଖିଥିବା ଚିଠିରେ ଜେଲରେ ଥିବା ୨ ପୁଅଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ସମୟ ମାଗିଛନ୍ତି। ଶାଇସ୍ତା ପରବୀନ କହିଛନ୍ତି ଯେ ଉତ୍ତର ପ୍ରଦେଶ ପୋଲିସ (Uttar Pradesh Police) ମୋ ପୁଅଙ୍କ ଉପରେ ଗ୍ୟାଙ୍ଗଷ୍ଟର ଆଇନ ଲଗେଇବାକୁ ପ୍ରସ୍ତୁତ ହେଉଛି। ଏହି ଘଟଣା ସମ୍ପର୍କରେ ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ଚାହୁଁଛି।

ଲେଖିଥିବା ଚିଠିରେ ଶାଇସ୍ତା ପରବୀନ କହିଛନ୍ତି ଯେ ଯଦି ସମ୍ଭବ ହେଲେ ତାହେଲେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ରାଜନୈତିକ ଆଲୋଚନା ହୋଇପାରିବ। ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ହେବାକୁ ଥିବା ଭେଟଘାଟ ଉପରେ ପ୍ରତିକ୍ରିୟ ରଖି ସେ କହିଛନ୍ତି ଯେ, ଜେଲରେ ଥିବା ସ୍ୱାମୀଙ୍କ ଠାରୁ ରାଜନୈତିକ ପରାମର୍ଶ ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ଆଲୋଚନା କରିବେ। 

Also Read: UP Election 2022: ନଜରରେ ପୂର୍ବାଞ୍ଚଳ, ବାହୁବଳୀ ନେତାଙ୍କ ପତ୍ନୀଙ୍କୁ ଟିକେଟ ଦେଲା AIMIM!

ଗତ ୨୦ ତାରିଖରେ ଲକ୍ଷ୍ନୌସ୍ଥିତ ଏକ ଅଦାଲତରେ ହାଜର ହେବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲା ବାହୁବଳୀ ଅତୀକ ଅହମ୍ମଦ। ଯାହା ସେତେବେଳେ ଉତ୍ତର ପ୍ରଦେଶ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏହି ବାହୁବଳୀ ନେତା ଜଣଙ୍କ କହିଥିଲେ ଯେ ସେ ହେଉଛନ୍ତି ଜଣେ ସାହସୀ, ସଚ୍ଚୋଟ ଏବଂ ପରିଶ୍ରମୀ ମୁଖ୍ୟମନ୍ତ୍ରୀ। ସ୍ୱାମୀ ଅତୀକ୍ ଅହମ୍ମଦଙ୍କ ବକ୍ତବ୍ୟ ଉପରେ ପତ୍ନୀ ଶାଇସ୍ତା ପରବୀନ ମଧ୍ୟ ସହମତ ହୋଇଛନ୍ତି।  ଏନେଇ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରକୃତରେ ସାହସୀ, ସଚ୍ଚୋଟ ଏବଂ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ।