Maharashtra MLC Election 2022: ଜୁନ ୨୦ ତାରିଖ ସୋମବାର ମହାରାଷ୍ଟ୍ର ବିଧାନ ପରିଷଦର ୧୦ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି।
Trending Photos
Maharashtra MLC Election 2022: ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ପରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରୁ ବାଦି ପଡି଼ଛନ୍ତି ୨ ଏନସିପି ବିଧାୟକ ନବାବ ମଲିକ ଏବଂ ଅନୀଲ ଦେଶମୁଖ। ବିଧାନ ପରିଷଦ ନିର୍ବାଚନ ମତଦାନ ପ୍ରକ୍ରିୟାରେ ଭାଗ ନେବା ଲାଗି ଉଭୟେ ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ସେମାନଙ୍କ ପକ୍ଷରୁ ଦାଖଲ ହୋଇଥିବା ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ବର୍ତ୍ତମାନର ଆଇନ ଅନୁସାରେ ଜେଲ ରେ ରହୁଥିବା କୌଣସି ବ୍ୟକ୍ତି ମତଦାନ କରିପାରିବେ ନାହିଁ।
ଉଭୟ ଏନସିପି ବିଧାୟକ ନବାବ ମଲିକ ଏବଂ ଅନୀଲ ଦେଶମୁଖ ବମ୍ବେ ହାଇକୋର୍ଟ ଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଲାଗି ଅନୁଷ୍ଠିତ ହେଉଥିବା ମତଦାନ ପ୍ରକ୍ରିୟାରେ ଭାଗ ନେବା ଲାଗି ଏହି ୨ ଏନସିପି ବିଧାୟକ କରିଥିବା ଆବେଦନକୁ ଖାରଜ କରିଥିଲେ ବମ୍ବେ ହାଇକୋର୍ଟ। ବିଧାୟକଙ୍କ ପକ୍ଷରୁ ନିର୍ବାଚନ ଲଢୁଥିବା ଓକିଲ ମୀନକ୍ଷୀ ଅରୋରା କହିଥିଲେ ସେମାନଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ ବିଧାନସଭା ଯିବାକୁ ଦିଆଯାଉ। ଆମେ ଜାମିନ ଆବେଦନ କରୁନାହିଁ। ମତଦାନ କରିବା ଆମର ସାମ୍ବିଧାନିକ ଅଧିକାର। ସେମାନେ ହେଉଛନ୍ତି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧି। ଏନସିପି ପାଖରେ ୫୪ ବିଧାୟକ ଅଛନ୍ତି। ଯଦି ସେମାନଙ୍କ ମଧ୍ୟରୁ ୨ ବିଧାୟକ ମତଦାନ କରିପାରିବେ ନାହିଁ ତାହେଲେ ଦଳର ଜଣେ ମାତ୍ର ପ୍ରାର୍ଥୀ ନିର୍ବାଚିତ ହୋଇପାରିବେ।
ଏନସିପି ବିଧାୟକଙ୍କ ପକ୍ଷରୁ କରାଯାଉଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଥିଲେ ଜେଲ କିମ୍ବା ପୋଲିସ ହେପାଜତରେ ରହିଥିବା କୌଣସି ବ୍ୟକ୍ତି ମତଦାନ କରିପାରିବେ ନାହିଁ। ଜନପ୍ରତିନିଧି ଆଇନ ୬୨(୫) ଧାରାରେ ଦର୍ଶାଯାଇଛି କେଉଁ ବ୍ୟକ୍ତି ମତଦାନ କରିପାରିବେ ନାହିଁ। ଜେଲ ମଧ୍ୟରେ ଥାଇ କୌଣସି ଜନପ୍ରତିନିଧିଙ୍କୁ ମତଦାନ କରିବା ଲାଗି ଆଇନ କୌଣସି ପ୍ରକାର ଅନୁମତି କିମ୍ବା ଆଶ୍ୱସ୍ତି ପ୍ରଦାନ କରିପାରିବ ନାହିଁ। ଯଦି ଅନ୍ତରୀଣ ଜାମିନ ମଧ୍ୟ ଦିଆଯାଏ ତାହେଲେ ଉଭୟେ ମତଦାନ କରିପାରିବେ ନାହିଁ।
ଯଦି ବିଧାନସଭା ପରିଷଦ ନିର୍ବାଚନ ୩ ଦିନ ପରେ ଅନୁଷ୍ଠିତ ହୋଇଥାନ୍ତି ତାହେଲେ ମତଦାନ ପ୍ରକ୍ରିୟାରେ ଭାଗ ନେବା ଲାଗି ଏନସିପି ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ସମୟ ମିଳିଥାନ୍ତା। ଆବେଦନକାରୀ ଦାଖଲ କରିଥିବା ଦଲିଲରେ କହିଛନ୍ତି ଯେ ସେମାନେ ହେଉଛନ୍ତି ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଜନ ପ୍ରତିନିଧି। କାଲି ସେମାନେ କହିବେ ଆମକୁ ଜେଲ ରେ ରଖାନଯାଉ ଏବଂ ବିଧାନସଭା ଯିବାକୁ ଅନୁମତି ଦିଆଯାଉ।
ଏହି ମାମଲାରେ ସଲିସିଟର ଜେନେରାଲ କହିଥିଲେ ମେ ମାସରେ ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରାଯାଇଥିଲା। ଆଇନରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଜେଲ ମଧ୍ୟରେ ଥିବା କୌଣସି ବ୍ୟକ୍ତି ଭୋଟ୍ ଦେଇ ପାରିବେ ନାହିଁ। ଆବେଦନକୁ ଖାରଜ କରିଦେବା ଆବଶ୍ୟକ। ଜନପ୍ରତିନିଧି ଆଇନ ୬୨(୫) ଧାରାକୁ କେହି ଚ୍ୟାଲେଞ୍ଜ କରିନାହାଁନ୍ତି। ଏହି ଧାରା ଆଧାରରେ ମତଦାନ ଲାଗି ଅନୁମତି ଦିଆଯାଇପାରିବ ନାହିଁ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବ୍ୟବସ୍ଥା ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଲାଗୁଛି ହେଲେ ଏହା ଉପରେ ବର୍ତ୍ତମାନ ବିସ୍ତୃତ ଭାବେ ବିଚାର କରାଯାଇପାରିବ ନାହିଁ। ଯାହା ହେଉ ବର୍ତ୍ତମାନ ଯଦି ମତଦାନ କରିବାକୁ ଅନୁମତି ଦିଆଯାଏ ତଥାପି ହେଲିକପ୍ଟର ଜେଲ ପରିସରରୁ ଉପଲବ୍ଧ ହୋଇପାରିବ ନାହିଁ।
ଜୁନ ୨୦ ତାରିଖ ସୋମବାର ମହାରାଷ୍ଟ୍ର ବିଧାନ ପରିଷଦର ୧୦ ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଧାନ ପରିଷଦ ନିର୍ବାଚନ ଲଢୁଥିବା କୌଣସି ଦଳ ପ୍ରାର୍ଥୀଙ୍କ ବିଜୟ ଲାଗି ୨୬ ଭୋଟ ଆବଶ୍ୟକ। ଏହି ନିର୍ବାଚନରେ ୫ ବିଜେପି, କଂଗ୍ରେସ-ଶିବସେନା-ଏନସିପି ପକ୍ଷରୁ ୨-୨-୨ ଜଣ ଲେଖାଁଏ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।
Also Read: Rajya Sabha Elections 2022: ଦୁଇଟି ଭୋଟ ହରାଇଲା NCP