ମମତା ବି ମାନିଲେ ବିଜେପିର କୌଣସି ବିକଳ୍ପ ନାହିଁ
Advertisement
Article Detail0/zeeodisha/odisha1119674

ମମତା ବି ମାନିଲେ ବିଜେପିର କୌଣସି ବିକଳ୍ପ ନାହିଁ

କୋଲକାତାରେ ଦଳର ସାଂଗଠନିକ ବୈଠକରେ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି । ତାଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ (Abhishek Banerjee) ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।

ମମତା ବି ମାନିଲେ ବିଜେପିର କୌଣସି ବିକଳ୍ପ ନାହିଁ

କୋଲକାତା: Mamata Banerjee: ତୃଣମୂଳ କଂଗ୍ରେସ (Trinamool Congress) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (West Bengal Mamata Banerjee)  ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ସମୟରେ କୌଣସି ବିକଳ୍ପ ନ ଥିବାରୁ ଭାରତୀୟ ଜନତା ପାର୍ଟି (BJP) କେନ୍ଦ୍ରରେ ଶାସନ କରୁଛି । ଏହାସହ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ରାଜନୈତିକ ଦଳଗୁଡିକିୁ ବିକଳ୍ପ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ।

ମଙ୍ଗଳବାର ଦଳର ନାମ ନ ନେଇ ମମତା ବାନାର୍ଜୀ (Mamata Banerjee) କହିଛନ୍ତି ଯେ, " ତିନି ରାଜନୈତିକ ଦଳ ପଶ୍ଚିମବଙ୍ଗର ଦେବଚା ପଞ୍ଚମୀରେ କୋଇଲା ଖଣି ଓ ତାଜପୁରରେ ଗଭୀର ସମୁଦ୍ର ବନ୍ଦର ଭଳି ପ୍ରକଳ୍ପକୁ କିପରି ବନ୍ଦ କରାଯିବ ସେନେଇ ବୈଠକ କରିଛନ୍ତି । ସେମାନେ ଜାଣନ୍ତି ଯେ ଯଦି ଏହି ପ୍ରକଳ୍ପଗୁଡିକ ସଫଳ ହୁଏ ତେବେ , ସେମାନେ ଆଗାମୀ ୨୦ ବର୍ଷରେ କ୍ଷମତାକୁ ଆସିବାକୁ ସକ୍ଷମ ହେବେ ନାହିଁ । ମୁଁ କହିବି ଯେ ସେମାନେ ଯାହା କରିଛନ୍ତି ତାହା ପାଇଁ ଆସନ୍ତା ୫୦ ବର୍ଷ ମଧ୍ୟରେ ସେମାନେ କ୍ଷମତାକୁ ଆସିବେ ନାହିଁ ।" 

କୋଲକାତାରେ ଦଳର ସାଂଗଠନିକ ବୈଠକରେ ପଶ୍ଚିମଙ୍ଗ ମୁଖ୍ୟମନ୍ତ୍ରୀ ଏହି କଥା କହିଛନ୍ତି । ତାଙ୍କ ବ୍ୟତୀତ ଅଭିଷେକ ବାନାର୍ଜୀ (Abhishek Banerjee) ଓ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ ।

ବିଜେପିର ନାମ ନ ନେଇ ମମତା କହିଛନ୍ତି ଯେ, "ଆପଣ କେନ୍ଦ୍ରରେ ଅଛନ୍ତି କାରଣ ଏହି ସମୟରେ କୌଣସି ବିକଳ୍ପ ନାହିଁ । ଏକ ବିକଳ୍ପ ଶକ୍ତି ଆସିବା କ୍ଷଣି ଆପଣ କ୍ଷମତାରେ ରହିବେ ନାହିଁ । ଏକ ବିକଳ୍ପ ଶକ୍ତି ଗଠନ ପାଇଁ ରାଜନୈତିକ ଦଳଗୁଡିକ ଏକାଠି ହେବା ଜରୁରୀ । କେବଳ ବୟାନ ଦେଲେ କୌଣସି ଉଦ୍ଦେଶ୍ୟ ପୂରଣ ହେବ ନାହିଁ ।"

ଏହା ବି ପଢ଼ନ୍ତୁ:-ଯଦି ୟୁପି ଏକଜିଟ୍ ପୋଲ୍ ସତ ହୁଏ ତ ସମାଜବାଦୀ ପାର୍ଟି ଓ ଅଖିଳେଶଙ୍କ ପାଇଁ ରହିଛି ୪ଟି ଖୁସି ଖବର

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'ଚେଚେନ ସ୍ପେଶାଲ ଫୋର୍ସ' ବିଷୟରେ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେଲେ ପୁଟିନ!

ଏହା ବି ପଢ଼ନ୍ତୁ:-ରାଜ୍ୟସଭା ଜରିଆରେ ସଂସଦରେ ପହଞ୍ଚିବେ ପ୍ରିୟଙ୍କା! କଂଗ୍ରେସର ରହିଛି ଏହି ପ୍ଲାନ

ସେ କହିଛନ୍ତି ଯେ, ଯଦି ଆପଣ ୨୦୨୪ରେ ବିଜେପିକୁ ହଟାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତ୍ୟେକ ଘରେ ଏକ ଦୁର୍ଗ ନିର୍ମାଣ କରିବାକୁ ପଡ଼ିବ । ଉତ୍ତରପ୍ରଦେଶ, ବିହାର, ତ୍ରିପୁରା, ଆସାମ, ରାଜସ୍ଥାନ ଏବଂ ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ଦୁର୍ଗ ନିର୍ମାଣ କରିବାକୁ ପଡ଼ିବ । ଆପଣଙ୍କୁ ସକ୍ରିୟ ହେବାକୁ ପଡିବ ।