ଏହା ଜରୁରୀ ନୁହେଁ ଯେ ଦଳର କୌଣସି ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ଆସନ୍ତା ଅପ୍ରେଲ ୧ ତାରିଖ ଗୁରୁବାର ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ନିର୍ବାଚନ ଲାଗି ଗତ ମାର୍ଚ୍ଚ ୨୭ ତାରିଖ ଶନିବାର ଶେଷ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି।
ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ପଶ୍ଚିମବଙ୍ଗ ବିଜେପି ସଭାପତି (West Bengal BJP President) ତଥା ରାଜ୍ୟର ମେଦୀନପୁର ଲୋକସଭା (Medinipur Lok Sabha Seat) ସାଂସଦ ଦିଲ୍ଲୀପ ଘୋଷ (Dilip Ghosh) ରଖିଥିବା ବୟାନକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।
Also Read: WestBengal 2021Poll: ସଙ୍ଗଠନକୁ ମଜବୁତ କରିବା ଲାଗି ବଳ ଗୋଟାଉଛି ବିଜେପି
ଯଦିଓ ଏଥରର ନିର୍ବାଚନ ଲାଗି ବିଜେପି ପକ୍ଷରୁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ଉପସ୍ଥାପିତ କରାଯାଇନାହିଁ ହେଲେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କୁ ଦଳ ଏହି ଦାୟିତ୍ୱ ପ୍ରଦାନ କରିପାରେ ବୋଲି ଚର୍ଚ୍ଚା ହେଉଛି।
Also Read: ବିଜେପି ନଜରରେ ବଙ୍ଗଳା; ଧସେଇ ପଶିବାକୁ କରୁଛି ମନ୍ତ୍ରଣା
ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରେ ତାହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ପ୍ରତିକ୍ରିୟା ରଖି ଦିଲ୍ଲୀପ ଘୋଷ କହିଥିଲେ ଦଳ ଏ ବାବଦରେ ନିଷ୍ପତ୍ତି ନେବ। ହେଲେ ଏହା ଜରୁରୀ ନୁହେଁ ଯେ ଦଳର କୌଣସି ନିର୍ବାଚିତ ବିଧାୟକ ମୁଖ୍ୟମନ୍ତ୍ରୀ ହେବେ। ଯେତେବେଳେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବଳେ ସେ ବିଧାୟକ ନଥିଲେ।
Also Read: କୋଲକାତାରେ ପଶ୍ଚିମବଙ୍ଗ ବିଜେପି ସଭାପତିଙ୍କ ଉପରେ ଆକ୍ରମଣ
ମେଦୀନପୁର ଲୋକସଭା ସାଂସଦଙ୍କ ଏପରି ବୟାନ ପରେ ଏହି ଚର୍ଚ୍ଚା ଜୋର ଧରିଛି ଯେ ଯଦି ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାଜିମାତ କରେ ତାହାଲେ ଦିଲ୍ଲୀପ ଘୋଷଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ଦଳ। କାରଣ ଏଥର ସେ ବିଧାନସଭା ନିର୍ବାଚନ ଲଢୁନାହାଁନ୍ତି। ଏଥର ବିଜେପି ପକ୍ଷରୁ ଦଳର ୪ ଲୋକସଭା ଏବଂ ଜଣେ ରାଜ୍ୟସଭା ସାଂସଦ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ରାଜ୍ୟସଭା ସାଂସଦ ସପନ ଦାସ ଗୁପ୍ତା। ବିଧାନସଭା ନିର୍ବାଚନ ଲଢିବା ଲାଗି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବିଜେପି ସମର୍ଥିତ ରାଜ୍ୟସଭା ସାଂସଦ।
Also Read: ଭୂମି ପୂଜନ ଦିନରେ ପଶ୍ଚିମବଙ୍ଗରେ ଲାଗୁ ହେବ ଲକ ଡାଉନ; ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ଉଠାଇଲା ବିଜେପି
ଗତ ୨୦୧୧ ବିଧାନସଭା ନିର୍ବାଚନରେ ଯେତେବେଳେ ଟିଏମସି ବାଜିମାତ କରିବା ସହ ରାଜ୍ୟରେ ସରକାର ଗଠନ କରିଥିଲା ସେତେବେଳେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଯଦିଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହି ନିର୍ବାଚନ ପରେ ସେ ଭବାନୀପୁର ଆସନରୁ ନିର୍ବାଚନ ଲଢି ରାଜ୍ୟ ବିଧାନସଭାରେ ପହଞ୍ଚିଥିଲେ।
ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଦଳ ନିଜର ବିଜୟକୁ ନେଇ ଆଶ୍ୱସ୍ତ ରହିଛି। ସେପଟେ ଟିଏମସି ନେତାଙ୍କ ସମର୍ଥକ ଦଳର ସାମ୍ଭାବ୍ୟ ପରାଜୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି। ନିର୍ବାଚନ ପ୍ରକ୍ରିୟା ଆଗକୁ ଆଗକୁ ବଢିବା ପରେ ଟିଏମସି ହାରୁଥିବା ନେଇ ଦଳର କର୍ମକର୍ତ୍ତା ଜାଣିପାରିବେ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ସଭାପତି।