ଭାଇରାଲ ହୋଇଥିବା ଏକ ଅଡିଓକୁ ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ।
Trending Photos
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ଲାଗି ମାର୍ଚ୍ଚ ୨୭ ତାରିଖ ଶନିବାର ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଛୋଟ ମୋଟ ହିଂସାକାଣ୍ଡ କିମ୍ବା ଗଣ୍ଡଗୋଳ ଭଳି ଘଟଣାକୁ ଛାଡିଦେଲେ ଶାନ୍ତିପୂର୍ଣ୍ଣ ଉପାୟରେ ହେଉଛି ମତଦାନ। ହେଲେ ଏବେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ସରଗରମ ହୋଇଉଠିଛି ପଶ୍ଚିମବଙ୍ଗ ରାଜନୀତି।
ଏଥରର ନିର୍ବାଚନରେ ଶାସକ ଟିଏମସି ଏବଂ ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିବା ବିଜେପି ମଧ୍ୟରେ ଚାଲିଛି କାଣ୍ଟେ କି ଟକ୍କର ମୁକାବିଲା। ହେଲେ ବର୍ତ୍ତମାନ ଭାଇରାଲ ହୋଇଥିବା ଏକ ଅଡିଓକୁ (Viral Audio) ନେଇ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଏ ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି ବିପକ୍ଷ ଦଳ।
Also Read: ମାନିଲେନି ହାର; Wheel Chair ସହାୟତାରେ ପ୍ରଚାର କରିବେ TMC Supremo
ବିରୋଧି ବିଜେପି ପକ୍ଷରୁ ଜାରି ହୋଇଥିବା ଏହି ଅଡିଓ କ୍ଲିପରେ ଶାସକ ଟିଏମସି ଅଧ୍ୟକ୍ଷ (TMC Supremo) ମମତା ବାନାର୍ଜୀ (Mamata Banerjee) ନିଜେ ପ୍ରତିଦ୍ୱନ୍ଦିତା କରୁଥିବା ନନ୍ଦିଗ୍ରାମ ଆସନରୁ (Nandigram Assembly Constituency) ବାଜିମାତ କରିବା ଲାଗି ଜଣେ ଦଳୀୟ ନେତାଙ୍କୁ ସହାୟତା ମାଗୁଛନ୍ତି। ଏପରିକି ତାଙ୍କୁ ଟିଏମସିକୁ ଫେରି ଆସିବା ଲାଗି କହୁଛନ୍ତି।
ଭାଇରାଲ ହୋଇଥିବା ଏହି ଅଡିଓ କ୍ଲିପରେ ଟିଏମସି ସୁପ୍ରିମୋ ତାମଲୁକ ଜିଲ୍ଲା ବିଜେପି ଉପାଧ୍ୟକ୍ଷ ତଥା ଦଳୀୟ ନେତା ପ୍ରଳୟ ପାଲଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିବା ଜଣାପଡିଛି। ନନ୍ଦିଗ୍ରାମ ହିଂସାରେ ଦଳୀୟ ନେତା ସାମିଲ ରହିଥିବାର ସ୍ୱୀକାର କରିଛନ୍ତି ମମତା ବାନାର୍ଜୀ।
Also Read: ସେମାନଙ୍କୁ ବହୁତ ସମ୍ମାନ କରୁଥିଲି, ହେଲେ ସେମାନେ ଗଦ୍ଦାର ବାହାରିଲେ'
ଏନେଇ ବିଜେପି ପକ୍ଷରୁ ଟ୍ୱିଚ କରି କୁହାଯାଇଛି ଏଥର ନନ୍ଦିଗ୍ରାମ ଆସନରୁ ପରାସ୍ତ ହେବେ ବୋଲି ନିଜେ ଜାଣି ସାରିଲେଣି ଟିଏମସ ସୁପ୍ରିମୋ ମମତା ବାନାର୍ଜୀ। ଆଉ ଏଠାରୁ ଜିତିବା ଲାଗି ଆମ ଦଳର ନେତାଙ୍କ ସାହାଯ୍ୟ ସହଯୋଗ ମାଗୁଛନ୍ତି। ନିର୍ବାଚନରେ ପରାଜିତ ହେବାର ଭୟ ତାଙ୍କୁ ଏବେ ଠାରୁ ଘାରିଲାଣି।
Also Read: 'ଜୋ ହମାରା ସାଥ ଟକରାତା ହୈଁ, ବୋ ଚୁର ଚୁର ହୋ ଯାତା ହୈଁ'
ଦଳ ସହ କୌଣସି ପରିସ୍ଥିତିରେ ବିଶ୍ୱାସଘାତକତା କରିପାରିବି ନାହିଁ ବୋଲି ମମତା ବାନାର୍ଜୀଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ବିଜେପି ନେତା ପ୍ରଳୟ ପାଲ। ନିଜ ଜୀବନ ଦେଇ ମୁଁ ମୋ ଦଳ ସହ ରହିବି। ଆପଣ ଏତେ ବଡ ନେତ୍ରୀ ହୋଇ ମୋତେ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।