ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା
Advertisement
Article Detail0/zeeodisha/odisha1246243

ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

Vice Presidential Election 2022:  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏହା ସହିତ ବିଜେପି ନେତୃତ୍ୱାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସୂଚନା ମୁତାବକ, ଶାସକ ଏନଡିଏ ତରଫରୁ ମୁସଲିମ ସମ୍ପ୍ରଦାୟର ୩ ଜଣ ଓ ଶିଖ ସମ୍ପ୍ରଦାୟର ଜଣେ ନାମକ

ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: Vice Presidential Election 2022:  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏହା ସହିତ ବିଜେପି ନେତୃତ୍ୱାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି । ସୂଚନା ମୁତାବକ, ଶାସକ ଏନଡିଏ ତରଫରୁ ମୁସଲିମ ସମ୍ପ୍ରଦାୟର ୩ ଜଣ ଓ ଶିଖ ସମ୍ପ୍ରଦାୟର ଜଣେ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍ତାର ଅବ୍ବାସ ନକଭି, କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନଜମା ହେପତୁଲ୍ଲାଙ୍କ ନାମ ଏନଡିଏ ପ୍ରାର୍ଥୀ ଭାବେ ବିଚାର କରାଯାଉଛି । ଏହା ବ୍ୟତୀତ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣତିକୁ ଦେଖିବା ତ ଏନଡିଏ ପାଖରେ ଯଥେଷ୍ଟ ଭୋଟ୍ ଅଛି, ତେଣୁ ସେ ସହଜରେ ନିଜ ପ୍ରାର୍ଥୀଙ୍କୁ ଜିତାଇ ପାରିବ । ଏଥିସହ ଦ୍ରୌପଦୀ ମୁର୍ମୁଙ୍କ ପରି ଉପରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏର ପ୍ରାର୍ଥୀଙ୍କ ନାମ ସମସ୍ତଙ୍କୁ ଚକିତ କରାଇପାରେ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ । ପରବର୍ତ୍ତୀ ଉପରାଷ୍ଟ୍ରପତି ଅଗଷ୍ଟ ୧୧ରେ ଶପଥ ଗ୍ରହଣ କରିବେ ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବିଜେପିର ବରିଷ୍ଠ ନେତା କହିଛନ୍ତି ଯେ,  ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପସନ୍ଦର ମୁସଲିମଙ୍କ ସହ ସମ୍ପର୍କ ରଖି ଥିବା ଜଣେ ଦକ୍ଷ, ଅଣ ବିବାଦୀୟ ନେତାଙ୍କ ଖୋଜା ଚାଲିଛି । ଯଦି ଆବଶ୍ୟକ ପ୍ରୋଫାଇଲ୍ କାହା ଠାରେ ନ ମିଳେ, ତେବେ ଦଳ ଚାରି ନାମ ଆରିଫ ମହମ୍ମଦ ଖାନ, ନକଭି, ହେପତୁଲ୍ଲା ଏବଂ କ୍ୟାପଟେନ ଅମରିନ୍ଦରଙ୍କ ନାମରେ ସହମତ ହୋଇପାରେ ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେବାର କାରଣ କହିଲେ ଦେବେନ୍ଦ୍ର ଫଡନାଭିସ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ଏହା ବି ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା LPG ର ଦାମ୍, ଜାଣନ୍ତୁ ଆଜି କେତେ ଟଙ୍କା ମହଙ୍ଗା ହେଲା ସିଲିଣ୍ଡର

ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତି ନିର୍ବାଚନ (Presidential Election 2022) ରେ ​​ଭାରତୀୟ ଜନତା ପାର୍ଟି (BJP) କୁ ସହଯୋଗୀ ତଥା ମିତ୍ର ଦଳର ସମର୍ଥନର ଆବଶ୍ୟକତା ରହିଛି । ତେବେ ଉପରାଷ୍ଟ୍ରପତି ନିର୍ବାଚନ (Vice Presidential Election 2022) ରେ ​​ପ୍ରାର୍ଥୀ ଜିତିବା ପାଇଁ ଗେରୁଆ ଦଳ ପାଖରେ ପର୍ଯ୍ୟାପ୍ତ ଭୋଟ୍ ରହିଛି । ଏହା ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ମନୋନୀତ ସାଂସଦଙ୍କ ସମେତ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ କରନ୍ତି । ଏହି ନିର୍ବାଚନରେ ​​ଲୋକସଭାରେ ୫୪୩ ସାଂସଦ ଓ ରାଜ୍ୟସଭାରେ ୨୩୨ ଜଣ ସାଂସଦ ଭୋଟ୍ କରନ୍ତି ।

ନିକଟ ଅତୀତରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ​​ବିଜେପି ତିନିଟି ଆସନ ହରାଇଛି । ଜୁଲାଇ ୧ରେ ଗୃହରେ ଦଳର କ୍ଷମତା ହ୍ରାସ ଘଟି ୯୨ ସାଂସଦ ରହିଯାଇଛି । ଲୋକସଭାରେ ବିଜେପି ଓ ଏନଡିଏର ବହୁମତ ରହିଛି । ନିକଟ ଅତୀତରେ ଉପ-ନିର୍ବାଚନରେ ​​ବିଜେପି ଦୁଇଟି ଆସନ ଜିତିଛି । ଏହା ସହ ଲୋକସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୩୦୩କୁ ବୃଦ୍ଧି ପାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିର ମୋଟ ୩୯୫ ସାଂସଦ ବା ଭୋଟ୍ ଅଛି, ଯାହା ଜିତିବା ପାଇଁ ଆବଶ୍ୟକ ୩୮୮ରୁ ସାତ ଅଧିକ ।