NITI Aayog: ଦାବି ଉପସ୍ଥାପନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧିଙ୍କ ଟାର୍ଗେଟ
Advertisement

NITI Aayog: ଦାବି ଉପସ୍ଥାପନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧିଙ୍କ ଟାର୍ଗେଟ

ନୀତି ଆୟୋଗ ବୈଠକରେ ନବୀନଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି।

NITI Aayog: ଦାବି ଉପସ୍ଥାପନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧିଙ୍କ ଟାର୍ଗେଟ

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ନୀତି ଆୟୋଗ ବୈଠକରେ ଓଡ଼ିଶାର ସ୍ୱାର୍ଥ ନେଇ ବିଭିନ୍ନ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଳବାଇ, ବ୍ୟାଙ୍କିଂ, ଟେଲିକମ୍, କେନ୍ଦ୍ରୀୟ ଅନୁଦାନ ହ୍ରାସ , ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’, ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ କରିବାକୁ ଏହି ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରିଥିଲେ। 

ମୁଖ୍ୟମନ୍ତ୍ରୀ (CM Naveen Patnaik) କହିଥିଲେ ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ। ଥରେ ନିର୍ବାଚନ ବିଜୟ ହେଲା ପରେ ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ। ହେଲେ ଆମେ ତାହା କରୁଛେ କି ନାହିଁ ତାହାକୁ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟ ସହ ସମାଜରେ ଘଟୁଥିବା ଅପରାଧକୁ ମଧ୍ୟ ରାଜନୖତିକ ଦୃଷ୍ଟିଭଙ୍ଗୀରେ ଦେଖାଯାଉଛି। ଏପରି ପରିବେଶରେ ଦେଶ ତଥା ରାଜ୍ୟର ବିକାଶ, ସମୃଦ୍ଧି ପାଇଁ ବଡ଼ ବାଧକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

Also Read: ବିଶ୍ୱକୁ କୋରୋନା ଟିକା ଯୋଗାଇବାକୁ ସକ୍ଷମ 'ଆତ୍ମନିର୍ଭର ଭାରତ'

 

ଜାତୀୟ ଦଳ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହାକୁ ପାଳନ କରିବା ନାହିଁ ତାହେଲେ ଆମକୁ ଇତିହାସ କ୍ଷମା ଦେବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅପପୁଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ୟୁପିଏସସି, ଏନଇଇଟି, ଜେଇଇ  ଭଳି ପରୀକ୍ଷା ଢାଞ୍ଚା ବଦଳିବା ଦରକାର। ଗ୍ରାମାଞ୍ଚଳ, ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Also Read: Paddy Preocurement: ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧି

 

ନୀତି ଆୟୋଗ ବୈଠକରେ ଅନେକ ପ୍ରସଙ୍ଗ ଉଠୁଛି। ନୀତି ଆୟୋଗର ପଦକ୍ଷେପ ସମସ୍ତେ ଜାଣିବା ଆବଶ୍ୟକ। ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ ମସିହାରୁ ପଡ଼ିରହିଛି। ବିନା ନିଷ୍ପତ୍ତିରେ ଦୀର୍ଘବର୍ଷ ଧରି ପକାଇ ରଖିବା ଠିକ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ମତାମତ ରଖିଛନ୍ତି । କୋରୋନା ମୁକାବିଲା ନେଇ ହୋଇଥିବା ସଂଗ୍ରାମ ମିଳିତ ଉଦ୍ୟମର ପ୍ରତିଫଳନ। ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମ ଦରକାର ବୋଲି ସେ ଯୁକ୍ତି ବାଢିଛନ୍ତି। ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବିକୁ ବିଜେଡି ଯଥାର୍ଥ କହିବା ସହ ଏହାର ପୂରଣ ହେବା ଦରକାର ବୋଲି କହିଛି ବିଜେଡି। 

ନୀତି ଆୟୋଗ ବୈଠକରେ ନବୀନଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପାଟି ଖୋଲିଛନ୍ତି। ୟୁପିଏ ସରକାର ସମୟରେ ରାଜରାସ୍ତାକୁ ଓହ୍ଲାଉଥିଲେ। ଏହା ଅଭ୍ୟାସ ଯୁଦ୍ଧ ନହୋଇ ଲୋକଙ୍କ ବିକାଶ ପାଇଁ ହେଉ ବୋଲି ସେ କହିଛନ୍ତି। 

Also Read: 'କୃଷି ଆଇନରେ କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ'

ସେହିପରି ବିରୋଧି ଦଳ ନେତା କହିଛନ୍ତି ଅପରାଧକୁ ରାଜନୀତିକରଣ କରିବା କୌଣସି ଦଳର ଲକ୍ଷ ନୁହେଁ। ଦୋଷୀ ଧରାପଡିବ ନାହିଁ, ଦୋଷୀକୁ ଯଦି ସରକାର ଘଣ୍ଟ ଘୋଡାଇବେ ବିରୋଧି ସେ ପ୍ରସଙ୍ଗ ଉଠାଇଲେ ତାକୁ ରାଜନୀତିକରଣ କରିବା ବୋଲି ଯଦି ଭାବୁଛନ୍ତି ତା ହେଲେ ମୁଁ ଦୁଃଖ ପ୍ରକାଶ କରୁଛି ବୋଲି ବିରୋଧି ଦଳ ନେତା କହିଛନ୍ତି। ଏତେ ବଡ଼ କ୍ଷମତା ଗୁରୁଦାୟିତ୍ଵରେ ଥିବା ଲୋକ ଏଭଳି ମନ୍ତବ୍ୟ ଦେଉଛନ୍ତି। ଆଉ ଯେଉଁ କଥା କହୁଛନ୍ତି ସବୁକଥାକୁ ରାଜନୀତି କରୁଛନ୍ତି ବୋଲି କହୁଛନ୍ତି କିଏ ରାଜନୀତି କରୁଛି। ଓଡିଶା ସରକାର ନିଜକୁ ସମୀକ୍ଷା କରୁ ନିଜକୁ ବଞ୍ଚାଇବା ପାଇଁ ରାଜନୀତି କରୁଛି କି ନାହିଁ। ନିଜ ଆଇନାରେ ନିଜକୁ ଦେଖନ୍ତୁ ସେ ଭୁଲ କରୁଛନ୍ତି କି ନାହିଁ। ୫୦୦ କୋଟି ଟଙ୍କା ନେଇ ବିଜୁ ଯୁବବାହିନୀ କରିବା ରାଜନୈତିକ ଅଭିସନ୍ଧି ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ