Pakistan: ଶାହାୱାଜ ସରିଫ ହେବେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତି ଦେଲେ ଏହି ଆଦେଶ
Advertisement

Pakistan: ଶାହାୱାଜ ସରିଫ ହେବେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତି ଦେଲେ ଏହି ଆଦେଶ

ପାକିସ୍ତାନ ସଂସଦ ଭଙ୍ଗା ଯିବା ପରେ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।

Pakistan: ଶାହାୱାଜ ସରିଫ ହେବେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତି ଦେଲେ ଏହି ଆଦେଶ

ଇସଲାମାବାଦ: ରାଜନୈତିକ ସଂକଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ରାଜନୀତିରେ ହୋଇପାରେ ଏକ ବଡ଼ ପରିବର୍ତ୍ତନ। ପାକିସ୍ତାନ ସଂସଦ ଭଙ୍ଗା ଯିବା ପରେ ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଏ ପ୍ରସଙ୍ଗରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ସୋମବାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ନହେବା ପର୍ଯ୍ୟନ୍ତ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ବିଦାୟୀ ପ୍ରଧାନମନ୍ତ୍ରୀ ଏହି ପଦବୀରେ ରହିବେ। ଏହାପୂର୍ବରୁ କ୍ୟାବିନେଟ ସଚିବାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଇମ୍ରାନ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ପାକିସ୍ତାନ ସମ୍ବିଧାନର ୯୪ ଧାରା ଅନୁଯାୟୀ, ରାଷ୍ଟ୍ରପତି ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ନ ହେବା ବିଦାୟୀ ପ୍ରଧାନମନ୍ତ୍ରୀଙ୍କୁ, ପ୍ରଧାନମନ୍ତ୍ରୀ ପଦରେ ରହିବାକୁ କହିପାରିବେ। ଇମ୍ରାନ ଖାନଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ଦେଶର ସଂସଦ ଭଙ୍ଗ କରିଛନ୍ତି। 

ଯଦିଓ ଯଦିଓ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଦେଶର ଜାତୀୟ ସଂସଦ ଉପାଧ୍ୟକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି ହେଲେ ପିଟିଆଇ ସରକାର ପାଖରେ ବର୍ତ୍ତମାନ ସଂଖ୍ୟାଗରିଷ୍ଠତା ନାହିଁ। ବିରୋଧୀ ଦଳ ପାଖରେ ପୂର୍ଣ୍ଣ ବହୁମତ ରହିଛି। ଏଭଳି ପରିସ୍ଥିତିରେ ସମସ୍ତ ବିରୋଧୀ ଦଳର ନେତା ସ୍ପଷ୍ଟ କରିଛନ୍ତି ଯେ ଶାହୱାଜ ସରିଫ ବିରୋଧୀ ଦଳରୁ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ହେବେ। ଯଦି ରାଷ୍ଟ୍ରପତି କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଚୟନ କରନ୍ତି ତାହେଲେ ବିରୋଧୀଙ୍କ ସଂଖ୍ୟା ବଳ ଦୃଷ୍ଟିରୁ ଶାହୱାଜ ସରିଫଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବେ।

Also Read: General ବାଜୱାଙ୍କ ସେହି Indian Doctrine ଯିଏ ବଦଳାଇବ Pakistan ରାଜନୀତିର ଗତି

ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଦେଶର ଜାତୀୟ ସଂସଦ ଉପାଧ୍ୟକ୍ଷ ବାଚସ୍ପତି ପ୍ରତ୍ୟାଖ୍ୟାନ କରିବା ଏହି ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚି ସାରିଛି। ଇମ୍ରାନ ଖାନଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଆରିଫ ଅଲଭି ଦେଶର ସଂସଦ ଭଙ୍ଗ କରିବା ପରେ ଜାତୀୟ ଦେଶର ଜାତୀୟ ସଂସଦ ଉପବାଚସ୍ପତି କାସିମ ସୁରୀ ଦେଶର କ୍ଷମତାସୀନ ସରକାର ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରି ଦେଇଥିଲେ। ଦେଶର ସଂସଦର ନିମ୍ନ ସଦନରେ ଇମ୍ରାନ ଖାନ ବହୁମତ ହରାଇ ସାରିଛନ୍ତି। 

ଦେଶର ମୁଖ୍ୟ ବିଚାରପତି ଓମାର ଅତା ବାନ୍ଦିୟାଲ ପାକିସ୍ତାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଜାତୀୟ ସଂସଦ ଭଙ୍ଗ କରିବାକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପ କୋର୍ଟ ଆଦେଶ ଅନୁଯାୟୀ ହେବ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣିକୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିଥିଲେ ବିଚାରପତି ବାନ୍ଦିୟାଲ। 

ଏ ମାମଲାରେ ପାକିସ୍ତାନ ସୁପ୍ରିମ କୋର୍ଟ ରାଷ୍ଟ୍ରପତି ଆରିଫ ଅଲଭି ଏବଂ ଦେଶର ଜାତୀୟ ସଂସଦ ଉପବାଚସ୍ପତି କାସିମ ସୁରୀଙ୍କ ନୋଟିସ ଜାରି କରିଛି। ଏହା ସହିତ ସମସ୍ତ ପକ୍ଷକୁ କୌଣସି ଅସାମ୍ବିଧାନିକ ପଦକ୍ଷେପ ନେ ନେବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାର ଶୁଣାଣି ସୋମବାର କରିବାକୁ ନିଷ୍ପତ୍ତି ନେଇଥିଲେ ସୁପ୍ରିମ କୋର୍ଟ। ସେ ପଟେ ପାକିସ୍ତାନ ସୁପ୍ରିମକୋର୍ଟ ବାର ଅଧ୍ୟକ୍ଷ ଅହସାନ ଭୁନ କହିଥିଲେ ଦେଶର ସଂସଦ ଭଙ୍ଗ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଏବଂ ଉପାଧ୍ୟକ୍ଷ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସମ୍ବିଧାନ ବିରୋଧି। ସେମାନଙ୍କ ବିରୋଧର ଦେଶର ସମ୍ବିଧାନର ୬ ଧାରା ଅନୁସାରେ ଦେଶଦ୍ରୋହ ମାମଲା ରୁଜୁ କରାଯିବ ଆବଶ୍ୟକ।  

Also Read: Pakistan: କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ? ଭାରତ ଉପରେ କ'ଣ ରହିବ ପ୍ରଭାବ

ଦେଶର ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ବିରୋଧି ଦଳ। ଦେଶର ସଂସଦ ଭଙ୍ଗ କରାଯିବା ମାମାଲରେ ପ୍ରତିକ୍ରିୟା ରଖି ମୁଖ୍ୟ ବିରୋଧି ଦଳ PMLN ନେତା ଶାହୱାଜ ସରିଫ୍ କହିଥିଲେ ଆମେ ଏ ପ୍ରସଙ୍ଗରେ ଅଦଲତଙ୍କ ଦ୍ୱାରସ୍ତ ହେବୁ। ସଂସଦ ଭଙ୍ଗ କରି ଇମ୍ରାନ ଖାନ ଆଇନକୁ ପରିହାସ କରିଛନ୍ତି। ସେ ଅସାମ୍ବିଧାନିକ କାର୍ଯ୍ୟ କରିବା ସମ୍ବିଧାନର ସୀମା ଅତିକ୍ରମ କରିଛନ୍ତି। ଭୋଟ୍ ଦେବାକୁ ଅନୁମତି ନଦେବା ଏକ ଷଡଯନ୍ତ୍ର। ସମଗ୍ର ପାକିସ୍ତାନରେ ସେ ଆନ୍ଦୋଳନ କରିବେ।

ଅନ୍ୟପଟେ ଅନ୍ୟତମ ବିରୋଧି ଦଳ PPP ପକ୍ଷରୁ ସଂସଦ ଭଙ୍ଗା କରାଯିବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ଏନେଇ PPP ନେତା ବିଲୱାଲ ଭୁଟ୍ଟୋ କହିଥିଲେ ଗଣତନ୍ତ୍ର ପାଇଁ ସେ ସଂଗ୍ରାମ ଜାରି ରଖିବେ। ଗଣତନ୍ତ୍ର ହେଉଛି ପାକିସ୍ତାନୀଙ୍କ ଦାୟିତ୍ୱ। ଆମେ ଗଣତନ୍ତ୍ରକୁ ସମ୍ମାନ କରୁ।

ସୋମବାର ଦେଶର ସଂସଦ ଭଙ୍ଗା ଯିବା ମାମଲାରେ ଶୁଣାଣି ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ କରୁଛି। ଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କ ନାମ ମାଗିଥିଲେ ପାକିସ୍ତାନ ସୁପ୍ରିମ କୋର୍ଟ। କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ପାଇଁ PTI ପକ୍ଷରୁ ୨ ନାମ ପଠାଯାଇଛି। ଅନ୍ୟପଟେ ବିରୋଧୀ ଦଳ ନେତା ଶାହୱାଜ ସରିଫ କହିଛନ୍ତି ଯେ ଆମେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ପଦ ଲାଗି କୌଣସି ନାମ ପଠାଇବୁ ନାହିଁ।

Also Read: ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍

ଶୁଣାଣି ସମୟରେ ପାକିସ୍ତାନ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାକୁ ନେଇ ରାଜନୀତି କରନ୍ତୁନାହିଁ। ଏହି ମାମଲାରେ ଏକ ଉପଯୁକ୍ତ ନିଷ୍ପତ୍ତି ନିଆଯିବୁ।  ଅନ୍ୟପଟେ ଇମ୍ରାନ ଖାନଙ୍କ ନେତୃତ୍ୱଧିନ ଶାସକ PTI ପକ୍ଷରୁ କୁହାଯାଇଛି ଏହି ମାମଲାର ଶୁଣାଣି ପୂରା ବେଞ୍ଚ କରିବା ଆବଶ୍ୟକ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆବଶ୍ୟକ ହେଲେ ଏହା ମଧ୍ୟ କରାଯିବ। ବିରୋଧୀଙ୍କ ଦାବି ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଆପତ୍ତି ଅଛି ତାହେଲେ ବିରୋଧି ଦଳ ଅଦାଲତରେ ସେମାନଙ୍କ ପକ୍ଷ ରଖନ୍ତୁ।