President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଭିଯୋଗ ଆଣିଲା କର୍ଣ୍ଣାଟକ କଂଗ୍ରେସ
Advertisement
Article Detail0/zeeodisha/odisha1264991

President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଭିଯୋଗ ଆଣିଲା କର୍ଣ୍ଣାଟକ କଂଗ୍ରେସ

NDA Candidate Draupadi Murmu: ଦଳ ପକ୍ଷରୁ ଦାବି କରାଯାଇଛି ଯେ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଏହି ନିର୍ଦ୍ଦେଶ ଦିଅନ୍ତୁ ଯେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଦିଆଯାଇଥିବା ସମସ୍ତ ଭୋଟ୍କୁ ଅବୈଧ ଘୋଷଣା କରାଯାଉ।

President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଭିଯୋଗ ଆଣିଲା କର୍ଣ୍ଣାଟକ କଂଗ୍ରେସ

 
NDA Candidate Draupadi Murmu: ଜୁଲାଇ ୧୮ ତାରିଖ ସୋମବାର ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।

ମାତ୍ର ଏହା ପୂର୍ବରୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ରାଷ୍ଟ୍ରପତି ନିର୍ବାଚନ ​​ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ଅନ୍ୟମାନଙ୍କ ବିରୋଧରେ ମଙ୍ଗଳବାର ରାଜ୍ୟ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଛି କର୍ଣ୍ଣାଟକ କଂଗ୍ରେସ। ଦଳ ପକ୍ଷରୁ ଦାବି କରାଯାଇଛି ଯେ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଏହି ନିର୍ଦ୍ଦେଶ ଦିଅନ୍ତୁ ଯେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଦିଆଯାଇଥିବା ସମସ୍ତ ଭୋଟ୍କୁ ଅବୈଧ ଘୋଷଣା କରାଯାଉ।

କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, ବିଜେପି ରାଜ୍ୟ ଶାଖା ସଭାପତି ନଳିନୀ କୁମାର କତୀଲ, ଦଳର ପୁରୁଖା ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟୁଦିୟୁରପ୍ପା, ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ସତୀଶ ରେଡ୍ଡୀ ଏବଂ ରାଜ୍ୟରେ କ୍ଷମତାସୀନ ବିଜେପି ମନ୍ତ୍ରୀ ତଥା ଶାସକ ଦଳର ଅନ୍ୟ ବରିଷ୍ଠ ନେତା ଜୁଲାଇ ୧୭ ତାରିଖରେ ରାଜଧାନୀ ବେଙ୍ଗାଲୁରୁସ୍ଥିତ ଏକ ପାଞ୍ଚ ତାରକା ହୋଟେଲକୁ ସମସ୍ତ ବିଜେପି ବିଧାୟକଙ୍କୁ ଡାକିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ଦଳୀୟ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ସେମାନଙ୍କୁ ବିଳାସପୂର୍ଣ୍ଣ କୋଠରୀ, ଖାଦ୍ୟ, ମଦ, ପାନୀୟ, ମନୋରଞ୍ଜନ ସେବା ଯୋଗାଇ ଦେଇଛି ବିଜେପି।

ଜୁଲାଇ ୧୮ ତାରିଖ ସୋମବାର ସକାଳେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ କରିବାକୁ ବିଜେପି ସରକାରଙ୍କ ମନ୍ତ୍ରୀ ଏବଂ ବିଧାୟକ ବିଏମଟିସି ଦ୍ୱାରା ପରିଚାଳିତ ଶୀତତାପ ନିୟନ୍ତ୍ରିତ ବସ୍‌ ଯୋଗେ ହୋଟେଲରୁ ଆସି ବିଧାନସଭାରେ ପହଞ୍ଚିଥିଲେ। ଉଭୟ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ଜରିଆରେ ଏହି ଖବର ପ୍ରକାଶିତ ହୋଇଛି। ବିରୋଧି କଂଗ୍ରେସ କହିଛି ଶାସକ ଦଳ ବିଜେପି ନେତାଙ୍କ ଏହି ସମସ୍ତ କାର୍ଯ୍ୟ ବିଧାୟକଙ୍କୁ ଲାଞ୍ଚ ଦେବା ଏବଂ ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶରେ ମତଦାତାଙ୍କ ଉପରେ ଅଯଥା ପ୍ରଭାବ ପକାଇବା ବ୍ୟତୀତ ଆଉ କିଛି ନୁହେଁ।

ଅଭିଯୋଗରେ ଦର୍ଶାଯାଇଛି ଯେ ଏହି କାର୍ଯ୍ୟ ଦ୍ୱାରା ବିଜେପି ନେତୃତ୍ୱ ବିଧାୟକଙ୍କ ନିର୍ବାଚନୀ ଅଧିକାରର ସ୍ୱତନ୍ତ୍ର ପ୍ରୟୋଗରେ ହସ୍ତକ୍ଷେପ କରିଛନ୍ତି। ହୋଟେଲରୁ ବିଧାନସଭାକୁ ବସ୍ ଏବଂ ଅନ୍ୟାନ୍ୟ ଯାନ ଯୋଗାଇ ଦେଇଛନ୍ତି। ହୋଟେଲ ବିଲ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତୃତ୍ୱ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ୧୯୫୨ ଅନୁଯାୟୀ ଭାରତୀୟ ଦଣ୍ଡ ସଂହିତା ଧାରା 181A, 171 B, 171 C, 171 E,  171 F ବ୍ୟବସ୍ଥାର ସ୍ପଷ୍ଟ ଉଲ୍ଲଂଘନ କରୁଛି।

ଉପରୋକ୍ତ ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ, ବିଜେପି ରାଜ୍ୟ ଶାଖା ସଭାପତି ନଳିନୀ କୁମାର କତୀଲ, ଦଳର ପୁରୁଖା ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟୁଦିୟୁରପ୍ପା, ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ସତୀଶ ରେଡ୍ଡୀ ଏବଂ ରାଜ୍ୟରେ କ୍ଷମତାସୀନ ବିଜେପି ମନ୍ତ୍ରୀ ତଥା ଶାସକ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଦ୍ୱାରା କରାଯାଇଥିବା ନିର୍ବାଚନ ଅପରାଧ ବାବଦରେ ଯାଞ୍ଚ କରିବାକୁ ଆବେଦନ କରୁଛୁ। ସେମାନଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ କରାଯାଉ ବୋଲି ଆମେ ଆବେଦନ କରୁଛୁ। ଏହି ଅଭିଯୋଗପତ୍ରରେ ବିଧାନସଭାର ବିରୋଧି ଦଳ ନେତା ସିଦ୍ଧରମୈୟା, କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.ଶିବକୁମାର, ବିଧାନ ପରିଷଦରେ ବିରୋଧି ଦଳ ନେତା ବି.କେ ହରିପ୍ରସାଦଙ୍କ ଦସ୍ତଖତ ରହିଛି।  

Also Read: Presidential Election: ଦ୍ରୌପଦୀ ମୁର୍ମୁଙ୍କ ବାବଦରେ ବୟାନ ରଖି ବିବାଦରେ କଂଗ୍ରେସ ନେତା