Presidential Election 2022: ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ବୟାନକୁ ନେଇ ସରଗରମ ରାଜନୀତି
Advertisement

Presidential Election 2022: ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ବୟାନକୁ ନେଇ ସରଗରମ ରାଜନୀତି

Presidential Election 2022: ରାଷ୍ଟ୍ରପତି ନିର୍ବାଚନ ବିଧାନ ଭବନରେ ମତଦାନ ଚାଲିଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି କଂଗ୍ରେସ ଏହାର ବିଧାୟକଙ୍କୁ ମଧ୍ୟ ସୁରକ୍ଷା ଦେଇପାରୁ ନାହିଁ। 

Presidential Election 2022: ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷଙ୍କ ବୟାନକୁ ନେଇ ସରଗରମ ରାଜନୀତି

Presidential Election 2022: ଜୁଲାଇ ୧୮ ତାରିଖ ସୋମବାର ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ଶେଷ ହୋଇଛି ମତଦାନ। ଚଳିତ ଥରର ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।

ରାଷ୍ଟ୍ରପତି ନିର୍ବାଚନ ଲାଗି ଗତକାଲି ରାଜ୍ୟ ବିଧାନ ଭବନରେ ଅନୁଷ୍ଠିତ ହୋଇଥିବା ମତଦାନ ବେଳେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ସେ ନିଶ୍ଚିତ ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ସରକାରଙ୍କ ଆସ୍ଥା ଭୋଟ୍ ସମୟରେ ଅନୁପସ୍ଥିତ ରହିଥିବା କେତେକ କଂଗ୍ରେସ ବିଧାୟକ ନିଜ ବିବେକ ଅନୁସାରେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବେ।

ରାଷ୍ଟ୍ରପତି ନିର୍ବାଚନ ବିଧାନ ଭବନରେ ମତଦାନ ଚାଲିଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି କଂଗ୍ରେସ ଏହାର ବିଧାୟକଙ୍କୁ ମଧ୍ୟ ସୁରକ୍ଷା ଦେଇପାରୁ ନାହିଁ। ମୁଁ ନିଶ୍ଚିତ ଯେ ଆସ୍ଥା ଭୋଟ୍ ସମୟରେ ଅନୁପସ୍ଥିତ ରହିଥିବା କେତେକ କଂଗ୍ରେସ ବିଧାୟକ ଏଥର ମଧ୍ୟ ସେମାନଙ୍କ ବିବେକ ବ୍ୟବହାର କରିବେ।

ବିଜେପି ବିଧାୟକ ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଆଶିଷ ଶେଲାର କହିଛନ୍ତି ବିରୋଧି ଦଳ ସେମାନଙ୍କ ଶକ୍ତି ପାଇଁ ଗର୍ବ କରିବା ଉଚିତ୍ ନୁହେଁ। ଗତ ଜୁଲାଇ ୪ ତାରିଖରେ ମହାରାଷ୍ଟ୍ର ବିଧାନ ଭବନରେ ଅନୁଷ୍ଠିତ ହୋଇଥିବା ଅସ୍ଥାଭୋଟ ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ସମେତ ୧୧ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ନଥିଲେ। ବିଳମ୍ବିରେ ବିଧାନ ଭବନରେ ପହଞ୍ଚିବା କାରଣରୁ ସେମାନେ ଅସ୍ଥାଭୋଟ ଲାଗି ଅନୁଷ୍ଠିତ ହୋଇଥିବା ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିନଥିଲେ।

ମୋଟ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବର୍ତ୍ତମାନ ୧୦୬  ବିଜେପି, ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ୪୦, ବିଜେପିକୁ ସମର୍ଥନ କରୁଥିବା ୧୦ ଜଣ ସ୍ୱାଧିନ ବିଧାୟକ ଅଛନ୍ତି। ଅନ୍ୟପଟେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନାର ୧୫ ଜଣ ବିଧାୟକ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଏନସିପି ଏବଂ କଂଗ୍ରେସ ପାଖରେ ଯଥାକ୍ରମେ ୫୩ ଏବଂ ୪୪ ଜଣ ବିଧାୟକ ଅଛନ୍ତି।

ସୋମବାର ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ବିଜେପି ବିଧାୟକ ବବନାରାଓ ଲୋନିକର କଂଗ୍ରେସ ବିଧାୟକ ନିତିନ ରାଉତଙ୍କୁ ବିଧାନସଭା ଭବନରେ ଧାଡିରେ ଠିଆ ନ ହେବାକୁ ବିରୋଧ କରିଛନ୍ତି। ଏନେଇ ସେ ରାଉତଙ୍କ ଭୋଟ୍ ଅବୈଧ ଘୋଷଣା କରିବାକୁ ସେ ନିର୍ବାଚନ ଆୟୋଗ ନିକଟରେ ଆବେଦନ କରିବେ। ବିଧାନ ଭବନ ପରିସରରେ ବିଜେପି ବିଧାୟକ ଲୋନିକର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମତଦାନ ଆରମ୍ଭ ପୂର୍ବରୁ ନିତିନ ରାଉତ କେନ୍ଦ୍ରୀୟ ସଭାଗୃହ ଠାରେ ପହଞ୍ଚିଥିଲେ। ଆମ ପରି ଧାଡିରେ ଠିଆ ହେବା ପରିବର୍ତ୍ତେ ସେ ଭୋଟ୍ ଦେବା ପାଇଁ ସିଧା ଭିତରକୁ ଯାଇଥିଲେ। ଯାହା ଗ୍ରହଣୀୟ ନୁହେଁ। 

Also Read: Maharashtra Politics: ହିନ୍ଦୁତ୍ୱ ପ୍ରସଙ୍ଗରେ ଶିବସେନା ବିରୋଧରେ ବର୍ଷିଲା ବିଜେପି