ରାଜନୈତିକ ସୁଖ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ U-turn
Advertisement
Article Detail0/zeeodisha/odisha826148

ରାଜନୈତିକ ସୁଖ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ U-turn

ଜାତୀୟ ରାଜନୀତି (National Politics) ରେ ପ୍ରବେଶ କରିବେ ସେ ନେଇ କେହି ମଧ୍ୟ କେବେ କଳ୍ପନା ମଧ୍ୟ କରିନଥିଲେ। କିନ୍ତୁ ଆଜି ସେ କଂଗ୍ରେସର ଏକ ପ୍ରମୂଖ ଚେହେରା। ପ୍ରିୟଙ୍କା ଏବେ ଉତ୍ତର ପ୍ରଦେଶ କଂଗ୍ରେସର ମହାସଚିବ ଦାୟୀତ୍ୱରେ ଅଛନ୍ତି।

ରାଜନୈତିକ ସୁଖ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ U-turn

ନୂଆଦିଲ୍ଲୀ: ଆଜି ୟୁପି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ୪୯ତମ ଜନ୍ମଦିନ। ରାଜନୀତିକୁ ଦୁରୁ ଜୁହାର କରୁଥିବା ପ୍ରିୟଙ୍କା ଏବେ କଂଗ୍ରେସର ସକ୍ରିୟ ସଦସ୍ୟ।  ରାଜନୀତିକୁ ଆସିବା ପୂର୍ବରୁ ସେ ଅନେକ ବଡ ବଡ ଘୋଷଣା କରିଥିଲେ। କିନ୍ତୁ ରାଜନୈତିକ ସୁଖ ପାଇଁ ସବୁ ଭୁଲିଗଲେ। ଆଉ କଂଗ୍ରେସର ବୁଡୁଥିବା ନୌକାକୁ କୂଳରେ ଲଗାଇବାକୁ ରାଜନୀତିର ନଈକୁ ଡିଆଁ ମାରିଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କରି ଜନ୍ମଦିନରେ ତାରଙ୍କର କିଛି ଭିତିରି କଥା।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) କନ୍ୟା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ (Indira Gandhi) ଙ୍କ ନାତୁଣୀ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ରାଜନୈତିକ ପରିବାର ଜନ୍ମ ଗ୍ରହଣ କରିଥିବା ପ୍ରିୟଙ୍କା (Priyanka Gandhi) ଙ୍କୁ ପିଲାବେଳୁ ରାଜନୀତିଠାରୁ ଦୂରେଇ ରହିଥିଲେ। ସେ କେବେ ଜାତୀୟ ରାଜନୀତି (National Politics) ରେ ପ୍ରବେଶ କରିବେ ସେ ନେଇ କେହି ମଧ୍ୟ କେବେ କଳ୍ପନା ମଧ୍ୟ କରିନଥିଲେ। କିନ୍ତୁ ଆଜି ସେ କଂଗ୍ରେସର ଏକ ପ୍ରମୂଖ ଚେହେରା। ପ୍ରିୟଙ୍କା ଏବେ ଉତ୍ତର ପ୍ରଦେଶ କଂଗ୍ରେସର ମହାସଚିବ ଦାୟୀତ୍ୱରେ ଅଛନ୍ତି।

Also Read: ସୁପ୍ରିମକୋର୍ଟଙ୍କୁ ବି ଅନ୍ଧାରରେ ରଖିଛନ୍ତି ନବୀନ ସରକାର: କଂଗ୍ରେସ

ଗାନ୍ଧୀ ପରିବାର (Gandi Family) ର ପ୍ରାୟ ସମସ୍ତେ ଉତ୍ତର ପ୍ରଦେଶ (Uttar Pradesh) ରୁ ହିଁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଆଉ ତାହାକୁ ବଜାୟ ରଖିବାକୁ ପ୍ରିୟଙ୍କା ଚେଷ୍ଟା ଚଲାଇଛନ୍ତି। ଏବେ ସେ ଉତ୍ତର ପ୍ରଦେଶ ରାଜନୀତିରେ ଖୁବ୍ ଆକ୍ଟିଭ୍ ଅଛନ୍ତି। କଂଗ୍ରେସ (Congress) ର ନୌକା ଯେତେବେଳେ ବୁଡି ବୁ଼ଡି ଯାଉଥିଲା, ଠିକ୍ ସେତିକି ବେଳେ ପ୍ରିୟଙ୍କାଙ୍କ ଏଣ୍ଟ୍ରୀ ହେଲା। ତେବେ ପ୍ରଥମରୁ ରାଜନୀତିଠୁ ମୁହଁ ମୋଡୁଥିବା ମହିଳା କାହିଁକି ଏବଂ କିପରି ନିଜର ନିଷ୍ପତ୍ତିରୁ U-turn ମାରିଲେ? ତାହା ରାଜନୈତିକ ମହଲରେ ଏକ ଚର୍ଚ୍ଚାର ବିଷୟ।

fallback

୧୯୯୯ ସାଧାରଣ ନିର୍ବାଚନ (General Election) ଅଭିଯାନ ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜନୀତିରେ ପ୍ରବେଶ କରିବା ନେଇ ପ୍ରଶ୍ନ କରାଯାଇଥିଲା। ସେତେବେଳେ ସେ କହିଥିଲେ, " ମୋ ମସ୍ତିଷ୍କରେ ଏହା ସ୍ପଷ୍ଟ ଅଛି କି, ରାଜନୀତି ଶକ୍ତିଶାଳୀ ନାହିଁ ବରଂ ଜନତା ଅଧିକ ମହତ୍ୱପୂର୍ଣ୍ଣ। ଆଉ ସେଥିପାଇଁ ମୁଁ ରାଜନୀତି ଠାରୁ ଦୂରରେ ରହି ସେମାନଙ୍କ ସେବା କରିପରିବି। ତେଣୁ ରାଜନୀତିରେ ଯିବାକୁ ମୁଁ ଇଚ୍ଛୁକ ନୁହେଁ।" କିନ୍ତୁ ସେହି ସାକ୍ଷାତକାରର ୨ ଦଶନ୍ଧି ବେଳକୁ ସେ ନିଜ କଥାରୁ ଉଲଟିଗଲେ ଏବଂ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକୁ ଏଣ୍ଟ୍ରୀ ମାରିଲେ।

Also Read: ରାଜସ୍ଥାନରେ ପୁଣି ବିଦ୍ରୋହ କରିବେ ସଚିନ ପାଇଲଟ?

ଏକ ମହତ୍ୱାକାଂକ୍ଷା ନେଇ ପ୍ରିୟଙ୍କା ଗାନ୍ଧି କୌଳିକବୃତ୍ତି ବା ରାଜନୀତିକୁ ଆସିଥିଲେ। କିନ୍ତୁ ତାହା ଏବେ ବି ଅଧୁରା ଅଛି। ୨୦୧୪ ପରଠାରୁ ଜାତୀୟ ଓ ଆଞ୍ଚଳିକ ସ୍ତରରେ କଂଗ୍ରେସ ଦୁର୍ବଳ ହେବାରେ ଲାଗିଥିଲା। ବିଭିନ୍ନ ନିର୍ବାଚନରେ ଦଳକୁ ଐତିହାସିକ ହାରର ସାମ୍ନା କରିବାକୁ ପଡିଥିଲା। ଦଳ ଭିତରେ କଳହ ମଧ୍ୟ ସୃଷ୍ଟି ହୋଇଥିଲା। ଏହି ସମୟରେ ସୋନିଆ ଗାନ୍ଧି ଏକ ଚାଲ ଚଲାଇଥିଲେ। ଇନ୍ଦିରା ଗାନ୍ଧିଙ୍କ ଛବିର ସାହାରା ନେଇ ପ୍ରିୟଙ୍କାଙ୍କୁ ଲଞ୍ଚ କରିଥିଲେ। କିନ୍ତୁ ସୋନିଆଙ୍କ ଅକଳନ ସବୁସ୍ତରରେ ଫେଲ୍ ହେଲା। ଦଳର ଅଗ୍ରଗତି କରିବା ବଦଳରେ ବର୍ବାଦ ହେବାକୁ ଲାଗିଲା। କିନ୍ତୁ କଂଗ୍ରେସକୁ ଗାନ୍ଧୀ ପରିବାରର ଦଳ ବୋଲି କୁହାଯାଉଥିବା ଉକ୍ତିଟି ସତ ପ୍ରାମାଣିତ ହେଲା ବୋଲି ଲୋକେ କହିଲେ।