Odisha News Live Updates: ଓଡି଼ଶାରେ ପ୍ରଧାନମନ୍ତ୍ରୀ ମୋଦି, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2268080

Odisha News Live Updates: ଓଡି଼ଶାରେ ପ୍ରଧାନମନ୍ତ୍ରୀ ମୋଦି, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଓଡି଼ଶାରେ ପ୍ରଧାନମନ୍ତ୍ରୀ ମୋଦି, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
29 May 2024
23:03 PM

Puri News: ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟ  ଦେବୀ ଘାଟ ନିକଟରେ ବିସ୍ଫୋରଣ ଘଟି  ଏକାଧିକ ଆହତ। ଆହତମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି। ଅନେକ ଗୁରୁତର ଥିବା ସୂଚନା। ନରେନ୍ଦ୍ର ଚକଡା ନିକଟ ମଠ ନିକଟ  ନରେନ୍ଦ୍ର ତୋଠରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାଣ କି ଆଉ କଣ ବିସ୍ପୋରଣ ହୋଇଛି ତାହା ଅସ୍ପଷ୍ଟ। ୪୦ରୁ ଊର୍ଦ୍ଧ୍ବ ଆହତ।

22:36 PM

PM Modi's meditation: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମେ' ୩୦ ତାରିଖ ସନ୍ଧ୍ୟାରେ ରଖାଯିବାକୁଥିବା ମୌନ ବ୍ରତକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ତୀବ୍ର ଆପତ୍ତି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୌନ ବ୍ରତକୁ ପ୍ରସାରଣ ରୋକିବାକୁ କଂଗ୍ରେସ ପ୍ରତିନିଧି ଦଳ ନିର୍ବାଚନ ଆୟୋଗ ପାଖରେ ଦାବି କରିଛି।

21:20 PM

Naveen Patnaik Slams PM Modi: ପିଏମ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପିଏମ ମୋଦୀଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ମୁଁ ବୁଝି ପାରୁଛି ଯେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ କହିଛନ୍ତି ଯେ ମୋର ସ୍ୱାସ୍ଥ୍ୟ ଖରାପ ଓ ସେ ଏହି ମାମଲାର ଯାଞ୍ଚ କରିବାକୁ ଚାହୁଁଛନ୍ତି। ଯଦି ସେ ମୋ ସ୍ୱାସ୍ଥ୍ୟ ବିଷୟରେ ଏତେ ଚିନ୍ତିତ ଥିଲେ ତାଙ୍କୁ କେବଳ ଏକ ଫୋନ୍ ଉଠାଇ ମୋତେ କଲ୍ କରି ମୋ ସ୍ୱାସ୍ଥ୍ୟ ବିଷୟରେ ପଚାରିବାର ଥିଲା। ବିଜେପିରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗତ ୧୦ ବର୍ଷ ଧରି ମୋ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରୁଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଗତ ଏକ ମାସ ଧରି ମୋ ରାଜ୍ୟରେ ପ୍ରଚାର କରୁଛି।

 

19:42 PM

Anti-Radiation Missile Rudram-II: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆକାଶରୁ ଭୂପୃଷ୍ଠ ଲକ୍ଷ୍ୟ ଭେଦ କରିପାରୁଥିବା ଆଣ୍ଟି-ରେଡିଏସନ୍ କ୍ଷେପଣାସ୍ତ୍ର ରୁଦ୍ରମ-୨କୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ର ଆଜି ଓଡ଼ିଶା ଉପକୂଳରୁ ବାୟୁସେନା ଯୁଦ୍ଧ ବିମାନ ସୁଖୋଇ-୩୦ (Su-30MKI) ରୁ ଉତକ୍ଷେପଣ କରାଯାଇଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ DRDO ଏହି ସୂଚନା ସେୟାର କରିଛି। DRDO ଲେଖିଛି ଯେ ଉଡାଣରେ ପରୀକ୍ଷଣରେ ସମସ୍ତ ପରୀକ୍ଷା ଉଦ୍ଦେଶ୍ୟ ପୂରଣ ହୋଇଛି। ଏଥିରେ, ପ୍ରୋପଲ୍ସନ ସିଷ୍ଟମରୁ ଆରମ୍ଭ କରି କଣ୍ଟ୍ରୋଲ ଓ ଗାଇଡ୍ସ ଆଲଗୋରିଦମ ପର୍ଯ୍ୟନ୍ତ ସବୁକିଛି ନିଶ୍ଚିତ କରାଯାଇଥିଲା।

18:52 PM

Jairam Ramesh On Mani Shankar Aiyar Remark: କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ବୟାନକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟ ପଟେ କଂଗ୍ରେସ ମଣି ଶଙ୍କର ଆୟାରଙ୍କ ବୟାନରୁ ନିଜରକୁ ଦୂରେଇ ରହିଛି। ଏହି କ୍ରମରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ମନଶଙ୍କର ଆୟାର କିଏ? ସେ କେବଳ ଦଳର ନେତା, ନା ସେ ସାଂସଦ କିମ୍ବା ସେ କୌଣସି ପଦବୀରେ ଅଛନ୍ତି।

18:04 PM

Arvind Kejriwal News: ମଧ୍ୟବର୍ତ୍ତୀକାଳୀନ ଜାମିନର ସମୟସୀମା ବୃଦ୍ଧି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ ଜୁନ୍ ୨ ରେ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଦେଶକୁ ବଞ୍ଚାଇବା ପାଇଁ ସେ ଜେଲ ଯାଉଛନ୍ତି ଓ ଏଥିପାଇଁ ସେ ଗର୍ବିତ। କହିରଖୁଛୁ ଯେ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରି ସୁପ୍ରିମକୋର୍ଟ ଜୁନ୍ ୨ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ।

16:45 PM

Delhi Weather Update: ଦିଲ୍ଲୀର ଗରମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ରାଜଧାନୀରେ ତାପମାତ୍ରା ୫୨ ଡିଗ୍ରୀ ଅତିକ୍ରମ କରିଛି। ବୁଧବାର ଦିନ ଦିଲ୍ଲୀର ମୁଙ୍ଗେଶପୁରରେ ସର୍ବାଧିକ ତାପମାତ୍ରା ୫୨.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

16:06 PM

PM Modi On Naveen Patnaik: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ଗୋଟିଏ ବର୍ଷ ମଧ୍ୟରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ହଠାତ୍ ଏତେ ଖରାପ କିପରି ହୋଇଗଲା। ଯେତେବେଳେ ବି ତାଙ୍କର ଘନିଷ୍ଠ ବ୍ୟକ୍ତିମାନେ ମୋତେ ଭେଟନ୍ତି, ସେମାନେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରନ୍ତି। ସେମାନେ କହିଛନ୍ତି ଯେ ନବୀନ ବାବୁ ନିଜେ କିଛି କରିବାକୁ ସକ୍ଷମ ନୁହଁନ୍ତି।

14:50 PM

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ କହିଛନ୍ତି ଯେ ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୬ ମାସ ମଧ୍ୟରେ ଦେଶର ରାଜନୀତିରେ ଏକ ବଡ଼ ଧରଣର ଭୂକମ୍ଫ ଆସିବ। 

13:58 PM

PM Modi Odisha Visit: ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାରରେ ଆସି ବାରିପଦାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନସଭାରେ ଲୋକଙ୍କୁ ସମ୍ୱୋଧନ କରି ପିଏମ ମୋଦୀ କହିଥିଲେ ଯେ, ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ଅଦ୍ଭୁତ ଉତ୍ସାହ ଦୋଖିବାକୁ ମିଳିଛି । ତୃତୀୟ ଥର ପାଇଁ ମୋଦୀ ସରକାର ବନିବା ନିଶ୍ଚିତ ହୋଇସାରିଛି । ଆଜି ଓଡ଼ିଶା ଲୋକେ ମୋଦୀ ଗ୍ୟାରେଣ୍ଟି ଚାହୁଁଛନ୍ତି । ଏଥିସହ ଦୁଇଥର ପଦ୍ମ ଏବଂ ଦୁଇ ଗୁଣ ବିକାଶ କଥା କହି ପ୍ରଧାନମନ୍ତ୍ରୀ ବାରିପଦା ସଭାରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରିଛନ୍ତି ।

13:45 PM

Odisha News Live Updates ବିଜେପିରୁ ବହିଷ୍କାର ହେଲେ ହିମାଂଶୁ ଶେଖର ସାହୁ। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଆଜି ବହିଷ୍କାର କରିଛି। ଅଧିକ ପଢ଼ନ୍ତୁ

13:30 PM

Odisha News Live Updates: ଏସସିବି ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଭଲ ଖବର। ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରାଯାଇଛି। ସରକାର ରୋଗୀଙ୍କ ପିଛା ନିର୍ଦ୍ଧାରିତ ଖାଦ୍ୟ ମୂଲ୍ୟ ବୃଦ୍ଧି କରିବାପରେ ଖାଦ୍ୟ ତାଲିକାରେ ଆମିଷ ଯୋଡ଼ି ହୋଇଛି। ଯାହା ରୋଗୀଙ୍କ ପାଇଁ ଖୁସି ଖବର। ରୋଗୀଙ୍କୁ ସପ୍ତାହକୁ ୩ଦିନ  ଆମିଷ ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି। ଅଧିକ ପଢ଼ନ୍ତୁ

12:50 PM

 Odisha News Live Updates: ଉପରମୁହାଁ ପାରଦ । ପୁଣି ରାଜ୍ୟକୁ ଲେଉଟିଛି ତାତି। ପୁଣି ବଢ଼ିଲାଣି ତାତି; ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର। ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ସମ୍ବଲପୁର ୪୨.୨ ଓ ହୀରାକୁଦ ତାପମାତ୍ରା ୪୨ ଡିଗ୍ରୀ। ରାଉରକେଲା ୪୦.୮, କେନ୍ଦୁଝର ୪୦.୫, ଭୁବନେଶ୍ୱର ୩୮.୮ ଡିଗ୍ରୀ।

 

12:24 PM

Odisha News Live Updates: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା।  ଏନ୍‌କାଉଣ୍ଟରରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର ହୋଇଛି। ମାଓବାଦୀ ଲୁଚି ଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି।

 

11:52 AM

Odisha News Live Updates: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଝଟ୍‌କା। କେଜରିୱାଲଙ୍କ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ଆବେଦନ ଖାରଜ। ଜାମିନ ମିଆଦ ବୃଦ୍ଧି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ଜୁନ୍ ୨ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

 

11:47 AM

Odisha News Live Updates: ଚାଇନା ଓ ପାକିସ୍ତାନର ଗତିବିଧ‌ିକୁ ଦେଖି ଭାରତ ନିଜକୁ ଲଗାତାର ଭାବେ ମଜଭୁତ କରି ଚାଲିଛି। ଗତ କିଛି ବର୍ଷରେ ଭାରତୀୟ ସେନାଙ୍କ ଶକ୍ତି ବହୁ ଗୁଣା ବୃଦ୍ଧି ହୋଇଛି। ଫ୍ରାନ୍ସରୁ ୨୬ଟି ଅତ୍ୟାଧୁନିକ ରାଫାଲେ ସାମୁଦ୍ରିକ ଜେଟ୍‍ ବିମାନ କିଣିବ ଭାରତ। ଏଥିଲାଗି ଆବଶ୍ୟକ ଚୁକ୍ତି ସମ୍ବନ୍ଧରେ କଥାବାର୍ତ୍ତା ଆରମ୍ଭ ହୋଇଛି। ରାଫାଲ୍ ମେରାଇନ୍ ଫାଇଟର୍ ଜେଟ୍ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି। ଭାରତୀୟ ନୌସେନା ଏଥିଲାଗି ଅତ୍ୟନ୍ତ ଆଗ୍ରହୀ ରହିଛି। ସମୁଦ୍ରରେ ବଢ଼ୁଥିବା ଚୀନ ପ୍ରଭାବକୁ ରୋକିବା ଲାଗି ଏହି ସୁପରସୋନିକ ଜେଟ୍‍ ବିମାନ ଆବଶ୍ୟକତା ରହିଛି। ଏଥିରେ ୫୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସପ୍ତାହରେ ରାଫାଲ ଯୁଦ୍ଧ ବିମାନ ସମ୍ପର୍କରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। 

11:06 AM

Odisha News Live Updates:  ଲାନିନୋ ପ୍ରଭାବରେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ହେବ। ଏହାକୁ ସ୍ପଷ୍ଟ କରିଛି ଭାରତ ପାଣିପାଗ ବିଭାଗ। କେନ୍ଦ୍ରୀୟ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମହାସାଗରୀୟ ତାପମାତ୍ର ଖସୁଥିବାରୁ କୌଣସି ମୁହୂର୍ତ୍ତରେ ବି ଲା ନିନୋ ପ୍ରବାହିତ ହୋଇପାରେ। ଏହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରିବ। ଗ୍ରୀଷ୍ମ ପ୍ରବାହ, ପ୍ରବଳ ବର୍ଷା ଏବଂ ଶୀତ ଲହଡ଼ି ଏହାର ପ୍ରଭାବରେ ସୃଷ୍ଟି ହୋଇଥାଏ। ଜୁନ୍‍-ଜୁଲାଇ ବେଳକୁ ଲାନିନୋ  ପ୍ରଭାବ ଦେଖା ଦେଉଥିବାରୁ ରାଜ୍ୟରେ ବର୍ଷା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି। 

 

10:47 AM

Odisha News Live Updates:  ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି ।  ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ କଡେଇ ଛକ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । 

 

10:19 AM

Odisha News Live Updates: ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ। ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ। ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁ। ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା। ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଆଜି ଅନ୍ତିମ ପର୍ବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ,ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଘଣ୍ଟ,ଛତା,କାହାଳୀ,ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିବାର ପରମ୍ପରା ରହିଛି। ସେପଟେ ପରମ୍ପରା ମୁତାବକ ଆଜି ରଥଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି। ପରମ୍ପରା ଅନୁଯାଇ ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯିବା ପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇ ଚକଡେରା ନିତି ଅନୁଷ୍ଠିତ ହୁଏ। ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରନ୍ତି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଥାଏ।

 

10:00 AM

Odisha News Live Updates: ଶିକ୍ଷକ ଓ ଶିକ୍ଷୟତ୍ରୀ ହେବାକୁ ସ୍ବପ୍ନଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଏବଂ ଏମ୍‌ଏଡ୍‌ ନାମଲେଖା ପାଇଁ ଆଜିଠାରୁ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଦିନ ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ। ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଫର୍ମରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଜୁନ୍‌ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ୪୫ମିନିଟ୍‌ ଭିତରେ କରିପାରିବେ ଛାତ୍ରୀଛାତ୍ର । ୧୫ତାରିଖ ପୂର୍ବାହ୍ନ ୧୧ଟାରେ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ (ଏସ୍‌ଏସ୍‌ବି) ଓ୍ବେବ୍‌ସାଇଟ୍‌ https://ssbodisha.sc.in ଏବଂ ସାମ୍ସ ପୋର୍ଟାଲରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ।

09:42 AM

Prashant Jagdev: ବାହୁବଳୀ ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି ।  ଏନେଇ ଆଜି ତାଙ୍କୁ କଟକ ବଡ଼଼ ମେଡିକାଲରେ ଭର୍ତ୍ତି କରାଯାଇଛି।   ଜେଲରେ ଥିବା ବେଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲରୁ ଏସସିବି ଆଣି ଭର୍ତ୍ତି କରିଛନ୍ତି ଜେଲ୍ କର୍ମଚାରୀ। ବର୍ତ୍ତମାନ ମେଡିସିନ୍ ୱାର୍ଡ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। 

 

09:20 AM

Odisha News Live Updates: ମୁଖ୍ୟମନ୍ତ୍ରୀ  ବିଜେପିର ବରିଷ୍ଠ ନେତାଙ୍କୁ ଓଡ଼ିଶାରେ ପର୍ଯ୍ୟଟକ ବୋଲି କହିବା ସହ ଦଳ ଯେଉଁ ଆଚରଣ କରୁଛି ତାହାକୁ ଆଲୋଚନା କରିଛନ୍ତି।  କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲେଙ୍ଗାନାରେ ସେମାନେ ଏପରି ଆଚରଣ ପ୍ରଦର୍ଶନ କରି ସରକାର ଗଢ଼ିବେ ବୋଲି କହୁ୍‍ଥିଲେ କିନ୍ତୁ ଲୋକେ ତାଙ୍କୁ ପ୍ରତ୍ୟାନ କରିଥିଲେ। ଏବେ ଓଡ଼ିଶାରେ ବି ତାଙ୍କ ପ୍ରୟାସ ବିଫଳ ହେବ ବୋଲି ସେ କହିଛନ୍ତି। ଓଡ଼ିଶାର ଲୋକେ ଖରାପ ଭାଷାକୁ ପସନ୍ଦ କରନ୍ତି ନାହିଁ ବୋଲି କହିବା ସହ ଭଗବାନ ବିରୋଧୀ ବିଜେପିର ନେତାମାନଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି।

 

08:51 AM

Odisha News Live Updates: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଡିଏସ୍‍ କୁଟ୍ଟେଙ୍କୁ ତୁରନ୍ତ ନିଲମ୍ବନ କରି ଓଡ଼ିଶାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣ ୩ଟା ସୁଦ୍ଧା ଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।  ଶ୍ରୀ କୁଟ୍ଟେଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଇଜି ତଥା ବରିଷ୍ଠ ଆଇପିଏସ୍‍ ଅଧିକାରୀ ଆଶୀଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ୩୧ ତାରିଖ ଭିତରେ ରିପୋର୍ଟ ଦେବାକୁ ଭାରତର ନିର୍ବାଚନ ଆୟୁକ୍ତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। ଶ୍ରୀ ସିଂହ ଛୁଟି ନେଇ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ଶ୍ରୀ କୁଟ୍ଟେଙ୍କ ବିରୁଦ୍ଧରେ ପ୍ରମାଣ ଆସିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲା ତଦନ୍ତ ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି। 

08:42 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର : Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

08:27 AM

Odisha News Live Updates: ଆଜି ମେ ୨୯ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ପେଟ୍ରୋଲ୍ ଡିଜେଲର ଲିଟର ପିଛା ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Petrol Diesel Price Today: କମିଲା ନା ବଢିଲା, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ୍ ରେଟ୍?

08:08 AM

Odisha News Live Updates:  ଗତକିଛି ଦିନ ହେବ ରାଜ୍ୟରେ କାଳବୈଶାଖି ବର୍ଷା ଲାଗି ରହିଥିବାରୁ ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ମିଳିଥିଲା। କିନ୍ତୁ ଏବେ ରାଜ୍ୟକୁ ଫେରିଛି ତାତି।  ମଙ୍ଗଳବାର ଆଭ୍ୟନ୍ତରୀଣ ତଥା ପଶ୍ଚିମାଞ୍ଚଳରେ ପାରଦ ୪୦ ଡିଗ୍ରୀ ଟପିଛି। ୪୫.୦୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ତଥା ଦେଶର ଉତ୍ତପ୍ତ ସହର ପାଲଟିଛି।  ରାଜସ୍ଥାନର ଚୁରୁ  ଅଞ୍ଚଳରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୫୦.୫ ଡିଗ୍ରୀ  ରେକର୍ଡ଼ ହୋଇଛି। ରାଜ୍ୟରେ  ଉପକୂଳ ଅଞ୍ଚଳରେ ଉଷ୍ଣ ଆଦ୍ର ସ୍ଥିତି ଲାଗି ହିଟ୍ ଇଣ୍ତେକ୍ସ ରେକର୍ଡ଼ ଭାଙ୍ଗିଛି।  

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ: Weather Update: ବଦଳିବ ପାଗର ମିଜାଜ୍, ଏହି ଦିନଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

07:34 AM

Odisha Daily News Live:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ୯ଟା ୩୦ରେ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ତଳୀର ନିମାପଡ଼ା ,ସକାଳ ୧୦ଟା ୩୦ରେ କାକଟପୁର, ମଧ୍ୟାହ୍ନ ୧୧ଟା ୩୦ରେ ପାରାଦୀପ, ମଧ୍ୟାହ୍ନ ୧୨ଟା ୩୦ରେ ଜଗତସିଂହପୁର, ଅପରାହ୍ନ ୧ଟା ୩୦ରେ ତିର୍ତ୍ତୋଲ୍, ଅପରାହ୍ନ ୨ଟା ୪୫ରେ ଭଦ୍ରକର ଚାନ୍ଦବାଲି ଓ ଅପରାହ୍ନ ୪ଟା ୩୦ରେ ଧାମନଗର ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

07:09 AM

Odisha Daily News Live: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡି଼ଶା ଗସ୍ତରେ ଆସୁଛନ୍ତି। ସେ ତିନୋଟି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦି ଆଜି ମଧ୍ୟାହ୍ନ ୧୨ଟା ୩୦ରେ ବାରିପଦାର  ଛଉ ପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ବର ରେମୁଣା ସ୍ଥିତ ନରହରି ପଡ଼ିଆ  ଏବଂ ଅପରାହ୍ନ ୪ଟାରେ କେନ୍ଦ୍ରାପଡା ବରୁଆ ପଡ଼ିଆ ଠାରେ  ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି। 

06:59 AM

Odisha Daily News Live: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୯ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Today Horoscope: ଆଜି ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର ?