Rajasthan Politics: କିଏ ହେବ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଇସ୍ତପା ଦେବାକୁ ଯାଉଥିବା ଅଶୋକ ଗେହଲୋଟ୍ କଲେ ଖୁଲାସା
Advertisement
Article Detail0/zeeodisha/odisha1367138

Rajasthan Politics: କିଏ ହେବ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଇସ୍ତପା ଦେବାକୁ ଯାଉଥିବା ଅଶୋକ ଗେହଲୋଟ୍ କଲେ ଖୁଲାସା

Next CM Of Rajasthan: ରାଜସ୍ଥାନ ସିଏମ ଅଶୋକ ଗେହଲୋଟ ଜୈସଲମେରର ତନୋଟ ମାତାଙ୍କ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ, ଯେଉଁଠାରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ ରାଜସ୍ଥାନର ପରବର୍ତ୍ତୀ ସିଏମ୍ କିଏ ହେବ?

ସୌ: ସୋସିଆଲ ମିଡିଆ

Rajasthan Politics: କଂଗ୍ରେସରେ ଅଧ୍ୟକ୍ଷ ନିର୍ବାଚନ (Congress president election) ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ଥାନର ସିଏମ୍ ଅଶୋକ ଗେହଲୋଟ୍ (Ashok Gehlot) ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣାପଡିଛି, ଏଭଳି ପରିସ୍ଥିତିରେ ରାଜସ୍ଥାନର (Rajasthan) ପରବର୍ତ୍ତୀ ସିଏମ୍ କିଏ ହେବ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ରବିବାର ଦିନ ତନୋଟ ମାତାଙ୍କୁ ଦର୍ଶନ କରିବାକୁ ଜୈସଲମରକୁ ଆସିଥିବା ସିଏମ୍ ଗେହଲୋଟ୍ ଗଣମାଧ୍ୟମକୁ କହିଛନ୍ତି ଯେ ରାଜସ୍ଥାନର ପରବର୍ତ୍ତୀ ସିଏମ୍ କିଏ ହେବ?

ସିଏମ୍ ଗେହଲୋଟ୍ କହିଛନ୍ତି ଯେ କଂଗ୍ରେସ ମୋତେ ବହୁତ କିଛି ଦେଇଛି ଓ ବର୍ତ୍ତମାନ ମୁଁ ଚାହୁଁଛି ନୂଆ ପିଢ଼ି ରାଜସ୍ଥାନର ନେତୃତ୍ୱ ପାଉ । ସେ କହିଛନ୍ତି ଯେ ଯଦିଓ ମୁଁ ଦିଲ୍ଲୀ ଯାଉଛି, ରାଜସ୍ଥାନ ପ୍ରତି ମୋର ଅଦମ୍ୟ ପ୍ରେମ ସବୁଦିନ ପାଇଁ ରହିବ । ସେ କହିଛନ୍ତି ଯେ ମୁଁ ଅଗଷ୍ଟ ମାସରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ନିଜ ଇସ୍ତଫା ଦେଇଥିଲି କିନ୍ତୁ ସେ ମୋତେ ଏହି ପଦରେ ଜାରି ରହିବାକୁ କହିଥିଲେ । ବିଧାନସଭା ଦଳର ବୈଠକ ପରେ ରାଜସ୍ଥାନର ସିଏମ୍ କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଗେହଲୋଟ୍ କହିଛନ୍ତି । ଏହି ସମୟରେ ଗେହଲୋଟ୍ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବିଷୟରେ କହିଥିଲେ ଯେ କଂଗ୍ରେସର ଏହି ଯାତ୍ରା ଅତ୍ୟନ୍ତ ଚମତ୍କାର ଓ ଏହା ଦଳରେ ଏକ ବଡ ପରିବର୍ତ୍ତନ ଆଣିବ ।

ରାଜସ୍ଥାନ ବିଧାନସଭା ପାର୍ଟିର ଏକ ବୈଠକ ରବିବାର ଦିନ ଡକାଇଛି, ଏଠାରେ କଳ୍ପନାଜଳ୍ପନା ରହିଛି ଯେ ସମସ୍ତ କଂଗ୍ରେସ ବିଧାୟକ ସର୍ବସମ୍ମତି କ୍ରମେ ସିଏମ ପଦବୀ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ଏହି ବୈଠକରେ ଅଶୋକ ଗେହଲୋଟ୍ ସିଏମ୍ ପଦରୁ ଇସ୍ତଫା ଦେବେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗେହଲୋଟ୍ ଏହି ଇସ୍ତଫା ଦେଉଛନ୍ତି ।

ଏହି ପରିପ୍ରେକ୍ଷୀରେ ସିଏମ୍ ଗେହଲୋଟ୍ ନିଜେ କହିଥିଲେ ଯେ ଆଜି ପର୍ଯ୍ୟନ୍ତ କଂଗ୍ରେସ ଇତିହାସରେ ଯିଏ ଅଧ୍ୟକ୍ଷ ହୋଇଛନ୍ତି ସେ କେବେ ସିଏମ୍ ହୋଇନାହାଁନ୍ତି । ଏଥି ସହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କହିଥିଲେ ଯେ କଂଗ୍ରେସ ଦଳରେ ଜଣେ ବ୍ୟକ୍ତି ପାଇଁ ଗୋଟିଏ ପଦବୀ ରହିଛି । କେହି ଗୋଟିଏରୁ ଅଧିକ ପୋଷ୍ଟ ପାଇବା ଉଚିତ୍ ନୁହେଁ ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ,ଏକଥା ରାହୁଲ ନିଜେ ସ୍ପଷ୍ଟ କରି ସାରିଛନ୍ତି । ବର୍ତ୍ତମାନ ସଭାପତି ପଦ ପାଇଁ ଦୌଡ଼ରେ ଅଶୋକ ଗେହଲୋଟ୍ ଏବଂ ଶଶି ଥରୁରଙ୍କ ନାମ ସର୍ବାଗ୍ରେ ରହିଛି । ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର । ଏପରି ପରିସ୍ଥିତିରେ ରେସରେ ଅଧିକ ନାମ ଅନ୍ତର୍ଭୁକ୍ତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ।

 

ଏହା ବି ପଢ଼ନ୍ତୁ: PM Kisan: ନବରାତ୍ରିରେ ଆସିବ ପିଏମ କିସାନର ଦ୍ୱାଦଶ କିସ୍ତି! ଜାଣନ୍ତୁ କିପରି ଚେକ୍ କରିବେ ଷ୍ଟାଟସ୍?