UP Election 2022: RLD ପକ୍ଷରୁ ଲଗାାଯାଇଥିବା ପୋଷ୍ଟରକୁ ନେଇ ତାତି ଉଠିଲା BKU
Advertisement
Article Detail0/zeeodisha/odisha1049224

UP Election 2022: RLD ପକ୍ଷରୁ ଲଗାାଯାଇଥିବା ପୋଷ୍ଟରକୁ ନେଇ ତାତି ଉଠିଲା BKU

ଯଦି କୌଣସି ରାଜନୈତିକ ଏପରି ପୋଷ୍ଟର କିମ୍ବା ଫଟୋ ଲଗାନ୍ତି ତାହେଲେ ଏହା ଭୁଲ। 

UP Election 2022: RLD ପକ୍ଷରୁ ଲଗାାଯାଇଥିବା ପୋଷ୍ଟରକୁ ନେଇ ତାତି ଉଠିଲା BKU

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ଦଳୀୟ ସଭାସମିତି, ରାଲି ଏବଂ ଜନସଭା ଭଳି କାର୍ଯ୍ୟକ୍ରମର ଆୟୋଜନ। ଅନ୍ୟପଟେ ଦଳୀୟ ଟିକଟରେ ନିର୍ବାଚନରେ ଲଢିବାକୁ ଯାଉଥିବା ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ସର୍ବସାଧାରଣରେ ପୋଷ୍ଟର, ହୋର୍ଡିଂ ଲଗାଇ ଜନସମର୍ଥନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। 

ଏହିକ୍ରମରେ ରାଜ୍ୟର ମୁଜାଫରନଗର ଜିଲ୍ଲା (Muzaffarnagar District) ଅଧିନସ୍ଥ ପୁରକାଜୀ ବିଧାନସଭା ଆସନରେ (Purqazi Assembly Constituency) ରାଷ୍ଟ୍ରିୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ଦ୍ୱାରା ରଖାଯାଇଥିବା ଏକ ହୋର୍ଡିଂ ଏବେ ବିବାଦୀୟ ରୂପ ନେଇଛି। ଏହି ହୋର୍ଡିଂର ଗୋଟିଏ ପଟରେ ଆରଏଲଡି ଅଧ୍ୟକ୍ଷ (RLD President) ଜୟନ୍ତ ଚୌଧୁରୀ (jayant chaudhary) ଏବଂ ଅନ୍ୟ ପଟେ ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party  Supremo) ଅଖିଳେଶ ଯାଦବଙ୍କ (Akhilesh Yadav) ଫଟୋ ଲଗାଯାଇଛି। ଏହା ସହିତ ହୋର୍ଡିଂର ମଧ୍ୟ ଭାଗରେ ଭାରତୀୟ କିସାନ ୟୁନିୟନ (Bharatiya Kisan Union) ବିକେୟୁ ନେତା ରାକେଶ ଟିକେତ (BKU Leader Rakesh Tikait) ଫଟୋ ଲଗାଯାଇଛି। ଏହା ସହିତ ହୋର୍ଡିଂରେ ହିନ୍ଦୀ ଭାଷାରେ ଏହା ମଧ୍ୟ ଲେଖାଯାଇଛି, "ହାରିଗଲା ଗର୍ବ, ଜିତିଗଲେ, କୃଷକ ଜିତିଲେ, ସବୁ କଥା ମନେ ରଖାଯିବ।" ଏହା ବ୍ୟତୀତ ଏହା ଲେଖାଯାଇଛି ଯେ କୃଷକଙ୍କ ଏହି ଐତିହାସିକ ବିଜୟ ପରେ ସେମାନଙ୍କୁ ଅଭିନନ୍ଦନ ଏବଂ ସ୍ୱାଗତ।

Also Read: ନିର୍ବାଚନ ପରେ ପୁଣି ଆସିବ କୃଷି ଆଇନ; ଆନ୍ଦୋଳନ ଜାରି ରଖିବାକୁ ଜଣାଇଲେ କୃଷକ ସଙ୍ଗଠନ

ଏହି ପୋଷ୍ଟରକୁ ଲଗାଇଛନ୍ତି ଆରଏଲଡି଼ ଏସସିଏସଟି ସେଲ (RLD SCST Cell) ରାଜ୍ୟ ମହାସଚିବ ଡକ୍ଟର ମୋନିକା (State Secretary Dr.Monica)। ଯିଏକି ଏଥର ପୁରକାଜୀ ବିଧାନସଭା ଆସନରୁ ଆଲଏଲଡି଼ ଟିକେଟରେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି। ଆମମ ଦଳ ହେଉଛି କୃଷକଙ୍କ ଦଳ ଆଉ ରାକେଶ ଟିକେତ ହେଉଛନ୍ତି କୃଷକ ନେତା। କୃଷକ ଆନ୍ଦୋଳନ ସରିବା ପରେ ତାଙ୍କର ଘର ବାହୁଡାକୁ ଏହି ପୋଷ୍ଟର ଲଗାଯାଇଛି। ଏନେଇ କୌଣସି ଅନୁମତି ନେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସେ।

Also Read: କୃଷକଙ୍କ କାନ୍ଧରେ ବିରୋଧିଙ୍କ ବନ୍ଧୁକ! ଜାଣନ୍ତୁ ଭାରତ ବନ୍ଦ ପଛର ରାଜନୈତିକ କାରଣ

ଏହି ପୋଷ୍ଟରକୁ ସିଧାସଳଖ ନିର୍ବାଚନ ସହି ଯୋଡି ଦେଖାଯାଉଛି। ହେଲେ ଏହାକୁ ବିରୋଧ କରିଛି ବିକେୟୁ। ଯଥାଶୀଘ୍ର ଏହାକୁ ହଟାଇବା ଉଚିତ ବୋଲି କହିଛି ଏହି କୃଷକ ସଙ୍ଗଠନ। ଏ ସମ୍ପର୍କରେ ମତ ରଖି ବିକେୟୁ ପୂର୍ବତନ ଅଧ୍ୟକ୍ଷ ଶାହିଦ ଆଲମ କହିଛନ୍ତି  ଯଦି କୌଣସି ରାଜନୈତିକ ଏପରି ପୋଷ୍ଟର କିମ୍ବା ଫଟୋ ଲଗାନ୍ତି ତାହେଲେ ଏହା ଭୁଲ। ଆମେ ଏହାକୁ ବିରୋଧ କରୁଛୁ। ଏଭଳି ପୋଷ୍ଟର ଯଥାଶୀଘ୍ର ହଟାଯିବ ଆବଶ୍ୟକ। କାରଣ ଆମର ସଙ୍ଗଠନ ଏକ ରାଜନୈତିକ ସଙ୍ଗଠନ ନୁହେଁ। ଆମେ କୌଣସି ଦଳ ସହ ଜଡିତ ନୁହେଁ। ଆମେ କୃଷକଙ୍କ ପାଇଁ  ଲଢେଇ ଜାରି ରଖିବୁ। ନିର୍ବାଚନରେ କୃଷକ ​​କାହାକୁ ଭୋଟ୍ ଦେବେ ତାହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। 

Also Read: Farmer Protest: କେଉଁ ଦେଶ କରିଥିଲେ କେତେ ଟଙ୍କାର Funding

ଅନ୍ୟପଟେ ନିର୍ବାଚନ ଲଢିବା ପାଇଁ ବିକେୟୁ ନେତା  ବିକେୟୁ ନେତା ରାକେଶ ଟିକେତଙ୍କୁ ଖୋଲା ଆମନ୍ତ୍ରଣ ଦେଇଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ। ରାଜ୍ୟର ଜୌନପୁର ଠାରେ ଦଳ ଲାଗି ପ୍ରଚାର କରିବା ଅବସରରେ ସେ କହିଛନ୍ତି ରାକେଶ ଟିକେତ କୌଣସି ରାଜନୈତିକ ଦଳ ପାଇଁ କାମ କରୁନାହାଁନ୍ତି। ସେ ସବୁବେଳେ କୃଷକଙ୍କ କଥା କହିଥାନ୍ତି। ଯଦି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି ତାହାଲେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିକେୟୁ ନେତା ରାକେଶ ଟିକେତ କହିଛନ୍ତି ମୁଁ କୌଣସି ନିର୍ବାଚନ ଲଢିବାକୁ ଯାଉନାହିଁ। ମୋ ଫଟୋକୁ କୌଣସି ଦଳ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତୁ ନାହିଁ।