Farmer Protest: କେଉଁ ଦେଶ କରିଥିଲେ କେତେ ଟଙ୍କାର Funding? ପଢନ୍ତୁ ତାଲିକା...
Advertisement
Article Detail0/zeeodisha/odisha1047786

Farmer Protest: କେଉଁ ଦେଶ କରିଥିଲେ କେତେ ଟଙ୍କାର Funding? ପଢନ୍ତୁ ତାଲିକା...

ପ୍ରାୟ ବର୍ଷ କାଳ ଧରି କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଜାରି ରଖିବା ପାଇଁ ବିଦେଶରୁ ପାଣ୍ଠି ମିଳୁଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। 

Farmer Protest: କେଉଁ ଦେଶ କରିଥିଲେ କେତେ ଟଙ୍କାର Funding? ପଢନ୍ତୁ ତାଲିକା...

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ନିକଟରେ ଶେଷ ହୋଇଛି। ବର୍ତ୍ତମାନ ଆନ୍ଦୋଳନସ୍ଥଳରୁ ଆନ୍ଦୋଳନକାରୀ ନିଜେ ଲଗାଇଥିବା ତମ୍ବୁ ହଟାଇବା ସହ ନିଜ ନିଜ ଘର ଅଭିମୁଖେ ବାହୁଡିବାରେ ଲାଗିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଏମଏସପି ଉପରେ ଆଇନ ପ୍ରଣୟନ କରନ୍ତୁ ବୋଲି ଆନ୍ଦୋଳନ କରୁଥିବା କୃଷକ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। 

ପ୍ରାୟ ବର୍ଷ କାଳ ଧରି କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଜାରି ରଖିବା ପାଇଁ ବିଦେଶରୁ ପାଣ୍ଠି ମିଳୁଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇଛି। ଆଉ ଏହାର ଅନେକ ସମୟରେ ପ୍ରମାଣ ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଛି। ବିନା ବିଦେଶୀ ପାଣ୍ଠିରେ ଏହି ଆନ୍ଦୋଳନକୁ ବହୁ ଦିନ ପର୍ଯ୍ୟନ୍ତ ଜାରି ରଖିବା କୌଣସି ପରିସ୍ଥିତିରେ ସମ୍ଭବ ନୁହେଁ। ପ୍ରଦର୍ଶନ ଶେଷ ହେଉ ହେଉ ଏହି କଥା ସାମ୍ନାକୁ ଆସିଥିଲା ଯେତେବେଳେ କୃଷକ ସଙ୍ଗଠନ ନେତା  ଆନ୍ଦୋଳନ ମଞ୍ଚରୁ ବିଦେଶୀ ପାଣ୍ଠି ମିଳିଥିବା ନେଇ ଘୋଷଣା କରିଥିଲେ। 

Also Read: କୃଷକ ଆନ୍ଦୋଳନ: କାମ ଦେଲା କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ରଣନୀତି

ସିଂଘୁ, ଗାଜିପୁର, ଟିକରି ବର୍ଡର ପ୍ରଭୃତି ସ୍ଥାନରେ ହୋଇଥିବା ଆନ୍ଦୋଳନ ପାଇଁ ବିଦେଶରେ ରହୁଥିବା ଲୋକ ଆର୍ଥିକ ସହୟତା ପ୍ରଦାନ କରିଥିଲେ। ଆନ୍ଦୋଳନକାରୀଙ୍କୁ ଲଙ୍ଗର ଠାରୁ ଆରମ୍ଭ କରି ମଦ ପିଇବା ସହ ବିଳାସ ବ୍ୟସନ ପାଇଁ ଟ୍ରାକ୍ଟର ରାଲି ପାଇଁ ବିଦେଶୀ ପାଣ୍ଠି ମିଳିଥିଲା। ଆନ୍ଦୋଳନକାରୀଙ୍କ ନିଜ ଗାଁରୁ ଦିଲ୍ଲୀ ପର୍ଯ୍ୟନ୍ତ ଆସିବା ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଆନ୍ଦୋଳନସ୍ଥଳରେ ଏସି, ଫ୍ରିଜ୍, ପିଜା, ବର୍ଗର ଭଳି ସୁବିଧା ମଧ୍ୟ ଉପଲବ୍ଧ ଥିଲା। ଅଧିକାଂଶ ଆନ୍ଦୋଳନକାରୀଙ୍କୁ ଏପରି ସୁବିଧା ଦିଆଯାଇଥିଲା ଯାହାକି ସେମାନେ କେବେ କଳ୍ପନା କରିନଥିଲେ।

କାନାଡା, ନ୍ୟୁଜିଲ୍ୟାଣ୍ଡ ବ୍ୟତୀତ ଆମେରିକାସ୍ଥିତ କାଲିଫର୍ନିଆ ଏବଂ ନ୍ୟୁୟର୍କର ଭଳି ସ୍ଥାନରେ ରହୁଥିବା ପ୍ରବାସୀ ଭାରତୀୟ ଲଙ୍ଗର ଏବଂ ମେଡିକାଲ କ୍ୟାମ୍ପ ପାଇଁ ସହଯୋଗ କରିଥିଲେ। ବିଦେଶୀ ପାଣ୍ଠିରୁ ୬ କୋଟି ୩୫ ଲକ୍ଷ  ୮୩ ହଜାର ୯୪୦ ଟଙ୍କା ଗତ ବର୍ଷ ନଭେମ୍ବର ୨୭ ତାରିଖରୁ ଚଳିତ ବର୍ଷ ନଭେମ୍ବର ୨୯ ତାରିଖ ମଧ୍ୟରେ ଆସିଛି। ଏଥିରେ ମେଡିକାଲ, ଟେଣ୍ଟ ଇତ୍ୟାଦି ପାଇଁ ୫ କୋଟି ୩୯ ଲକ୍ଷ ୮୩ ହଜାର ୯୪୦ ଟଙ୍କା ଖର୍ଚ୍ଚ ହୋଇସାରିଛି ଏବଂ ୯୬ ଲକ୍ଷ ଟଙ୍କା ବାକି ରହିଛି।

Also Read: ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡା ହଟହଟା

ଯେତେବେଳେ ବିଦେଶୀ ପାଣ୍ଠି ସମ୍ବନ୍ଧରେ ପ୍ରଶ୍ନ ଉଠିଥିଲା ସେତେବେଳେ ଏହି ଟଙ୍କାକୁ ନେଇ ହେଉଥିବା ଖର୍ଚ୍ଚର ହିସାବ ରଖିବା ପାଇଁ ଏକ ୫ ଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ବିଦେଶରୁ ମିଳିଥିବା ମୋଟ ପାଣ୍ଠିରୁ କେତେ ଟଙ୍କା ଖର୍ଚ୍ଚ  ହୋଇଛି ତାହାର ହିସାବ ପ୍ରଦାନ କରିଛି। ଅନ୍ୟପଟେ ଆନ୍ଦୋଳନ କରୁଥିବା କୃଷକ ସଙ୍ଗଠନର ଗାଜିଆବାଦ ନଗର ନିଗମର ଜଳ ଏବଂ ବିଦ୍ୟୁତ୍ ବିଭାଗର ବକେୟା ଟଙ୍କା ମଧ୍ୟ ବାକି ରହିଛି।

Also Read: ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ଆନ୍ଦୋଳନ ଚାଲିଥିବା ସମୟରେ ଗାଜିଆବାଦ ନଗର ନିଗମ ପକ୍ଷରୁ ପ୍ରତ୍ୟେକ ଦିନ  ଗଙ୍ଗା ଜଳ ଏବଂ ପାଣି ଟ୍ୟାଙ୍କର କୃଷକ ସଙ୍ଗଠନକୁ ଯୋଗାଇ ଦିଆଯାଇଥିଲା। ଆନ୍ଦୋଳନକାରୀ କୃଷକଙ୍କୁ କେତେ ଟ୍ୟାଙ୍କର ପାଣି ଯୋଗାଇ ଦିଆଯାଉଛି ତାହା ନିଗମ ଅଧିକାରୀ ନିଶ୍ଚିତ କରିନାହାଁନ୍ତି। ସେହିଭଳି ବିଦ୍ୟୁତ୍ ବିଭାଗ ମଧ୍ୟ ବିଦ୍ୟୁତ୍ ଖର୍ଚ୍ଚ ସମ୍ବନ୍ଧୀୟ ସୂଚନା ଦେବାରେ ବାରଣ କରୁଛି।