ପୋଖରୀରେ ଦେଖିବାକୁ ମିଳିଲା ବିରଳ ପ୍ରଜାତି ମାଛ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
Advertisement
Article Detail0/zeeodisha/odisha1301227

ପୋଖରୀରେ ଦେଖିବାକୁ ମିଳିଲା ବିରଳ ପ୍ରଜାତି ମାଛ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

Balasore CatFish: ବାଲେଶ୍ଵର(Balasore) ଜିଲ୍ଳା ବସ୍ତା ବ୍ଲକ ଅଞ୍ଚଳରେ ଗୋଟିଏ ପୋଖରୀରୁ ମିଳିଛି ଏକ  ବିରଳ ପ୍ରଜାତିର ମାଛ। ମାଛର ନାମ କ୍ୟାଟ ଫିସ(CatFish) ହୋଇଥିବା ବେଳେ ଏହି ପ୍ରଜାତିର ମାଛ ଆମେରିକାର ଆମାଜନ(Amazon) ସାଗରରେ ଦେଖିବାକୁ ମିଳିଥାଏ। ଏହି ମାଛ ଓଡିଶାରେ ଦେଖିବାକୁ ମିଳିବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକତ କରିଛି।

ପ୍ରତୀକାତ୍ମକ

Balasore Catfish: ବାଲେଶ୍ଵର(Balasore) ଜିଲ୍ଳା ବସ୍ତା ବ୍ଲକ ଅଞ୍ଚଳରେ ଗୋଟିଏ ପୋଖରୀରୁ ମିଳିଛି ଏକ  ବିରଳ ପ୍ରଜାତିର ମାଛ। ମାଛର ନାମ କ୍ୟାଟ ଫିସ(CatFish) ହୋଇଥିବା ବେଳେ ଏହି ପ୍ରଜାତିର ମାଛ ଆମେରିକାର ଆମାଜନ(Amazon) ସାଗରରେ ଦେଖିବାକୁ ମିଳିଥାଏ। ଏହି ମାଛ ଓଡିଶାରେ ଦେଖିବାକୁ ମିଳିବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକତ କରିଛି। ଏହି ମାଛ ପୁଣି ମଧୁର ଜଳରେ ବି ବଞ୍ଚି ପାରୁଛି, ଯାହା ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା। 

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅମର୍ଦା ରୋଡର ବସନ୍ତପୁର ଗ୍ରାମର ଚନ୍ଦନ ସେଣଙ୍କ ପୋଖରୀରେ ଦେଖିବାକୁ ମିଳିଛି ଏପରି ବିରଳ ପ୍ରଜାତିର ମାଛ। ସବୁଠାରୁ ବଡକଥା ହେଉଛି କୌଣସି ବିପଦ ଆସିଲେ ମାଛଟି ଶବ୍ଦ ଦେବା ସହିତ ପୋଖରୀରେ ଜୋର ଜୋରରେ ଘୁରି ବୁଲିଥାଏ ଓ ବାରମ୍ବାର ଓଲଟିଥାଏ। ପାଗରେ ପରିବର୍ତ୍ତନ ଦେଖିଲେ ମଧ୍ୟ ଏହିଭଲି ସୂଚନା ଦେଇଥାଏ ବୋଲି କହିଛନ୍ତି ପୋଖରୀ ମାଲିକ ଚନ୍ଦନ। ପ୍ରଥମେ ସେ ଜାଣିପାରୁନଥିଲେ ପୋଖରୀ (Pond)ରୁ ଏଭଳି ଶବ୍ଦ କିଏ କରୁଛି ଓ କାହିଁକି କରୁଛି। ପୋଖରୀରେ ମାଛ ଧରିବା (Fishing) ପାଇଁ ଜାଲ ପକାଇବା ସମୟରେ ଏହି ମାଛଟି ଧରା ପଡିଥିଲା। ତେବେ ଏହି ମାଛଟି କିପରି ତାଙ୍କ ପୋଖରୀକୁ ଆସିଲା ସେମାନେ ଜାଣି ନାହାନ୍ତି। ପୋଖରୀରେ ସୁବର୍ଣ୍ଣରେଖା ନଦୀରୁ ମାଛ ଯାଁଆଳ ଆଣି ଛାଡିବା ସମୟରେ ଆସିଥାଇ ପାରେ ବୋଲି ଅନୁମାନ କରୁଛନ୍ତି। ମାଛଟିର ଓଜନ ୨ କେଜିରୁ ଅଧିକ ହୋଇଥିବା ବେଳେ ଏହି ମାଛ ସମ୍ପର୍କରେ ୟୁଟୁବରୁ ସର୍ଚ୍ଚ କରି ଏହା କ୍ୟାର୍ଟଫିସ ବୋଲି ଜାଣିବାକୁ ପାଇଥିଲେ। ଏହି ବିରଳ ମାଛକୁ ବିକ୍ରି ନକରି ପୋଖରୀରେ ରଖିବେ ବୋଲି କହିଛନ୍ତି ଚନ୍ଦନ ।

ଏହି ପ୍ରଜାତିର ମାଛ ସାଧାରଣତଃ ଆମାଜନ ଭଳି ବିଶାଳ ସାଗର ଆଦିରେ ଦେଖାଯାଉଥିବା ବେଳେ ଏହା ସାଧାରଣତଃ ମାଂସାଶୀ ଶ୍ରେଣୀୟ ହୋଇଥାନ୍ତି। ଛୋଟଛୋଟ ମାଛକୁ ଶିକାର କରିବା ସହିତ ଅନ୍ୟାନ୍ୟ କୀଟପତଙ୍ଗ ମଧ୍ୟ ଭକ୍ଷଣ କରିଥାଏ। ଏହି ମାଛ ଆକ୍ରମଣାତ୍ମକ ଗୁଣକୁ ଦେଖି ଅନେକ ହଲିଉଡ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି।