ଲାଲ ହେଉଛି ହନୁମାନଙ୍କ ରଙ୍ଗ; BJP କୁ ଘାରୁଛି ଲାଲ ଟୋପି ଡର: ଅଖିଲେଶ ଯାଦବ
Advertisement
Article Detail0/zeeodisha/odisha1044131

ଲାଲ ହେଉଛି ହନୁମାନଙ୍କ ରଙ୍ଗ; BJP କୁ ଘାରୁଛି ଲାଲ ଟୋପି ଡର: ଅଖିଲେଶ ଯାଦବ

ସଂସଦୀୟ ଗଣତନ୍ତ୍ରରେ ଭାଷା ଏହଂ ବ୍ୟବହାରରୁ କୌଣସି ଦଳ ଏବଂ ବ୍ୟକ୍ତି ବିଶେଷଙ୍କ ପରିଚୟ ମିଳିଥାଏ। 

ଲାଲ ହେଉଛି ହନୁମାନଙ୍କ ରଙ୍ଗ; BJP କୁ ଘାରୁଛି ଲାଲ ଟୋପି ଡର: ଅଖିଲେଶ ଯାଦବ

ଲକ୍ଷ୍ନୌ: ଲାଲ ରଙ୍ଗକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଗତ ମଙ୍ଗଳବାର ରାଜ୍ୟର ଗୋରଖପୁର ଗସ୍ତରେ ଆସିବା ଅବସରରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ରାଲିକୁ ସମ୍ବୋଧନ କରିବା ଅବସରରେ ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଲାଲ୍ ଟୋପି ପିନ୍ଧୁଥିବା ଲୋକଙ୍କ ଲୋକଙ୍କ ନଜର କେବଳ ଲାଲବତୀ ଉପରେ ରହିଛି। ଲାଲ୍ ଟୋପି ହେଉଛି ସତର୍କ ଘଣ୍ଟି। ଲାଲ୍ ଟୋପି ପିନ୍ଧୁଥିବା ଲୋକ ଉତ୍ତର ପ୍ରଦେଶ ପାଇଁ ହେଉଛନ୍ତି ରେଡ୍ ଆଲର୍ଟ।

ଏହାର ଜବାବ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି ବିଜେପି ନେତାଙ୍କୁ ଲାଲ ଟୋପି ଭୟ ଘାରୁଛି। ସେମାନଙ୍କୁ ସେମାନଙ୍କ ରାଜନୈତିକ ଅସ୍ଥିତ୍ୱରେ ବିପଦରେ ରହିଥିବା ଭଳି ଅନୁଭବ ହେଉଛି। ଏହି ବାସ୍ତବତାକୁ ସେମାନେ ଭଲ ଭାବେ ଜାଣିଛନ୍ତି। ଏହି କାରଣରୁ ବିଜେପି ଆମ ଦଳ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ଆରମ୍ଭ କରିଛି।  

ଭାରତୀୟ ସଂସ୍କୃତିର ମାଳା ଜପ କରୁଥିବା ବିଜେପି ନେତା ଏହା ଜାଣନ୍ତି ନାହିଁ ଯେ ଲାଲ ରଙ୍ଗ ହନୁମାନଙ୍କ ରଙ୍ଗ। ଲାଲ ରଙ୍ଗ ଜୀବନରେ ପରିବର୍ତ୍ତନ ଏବଂ ସୁଖର ପ୍ରତୀକ ଅଟେ। ହେଲେ ବିଜେପି ଏହାକୁ ବୁଝିବାକୁ ପ୍ରସ୍ତୁତ ନୁହେଁ। ସେମାନଙ୍କ ନୀତି ହେଉଛି ଘୃଣାଭାବ ପ୍ରସାର କରିବା। ଦେଶର ଭାବନା ସହିତ ବିଜେପି ନେତାଙ୍କ କୌଣସି ସମ୍ପର୍କ ନାହିଁ। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ସେମାନେ ଭୁଲି ଯାଇଛନ୍ତି। 

Also Read: ଲୋକଙ୍କ ପାଇଁ ନୁହେଁ ବିଜେପି ପାଇଁ ସତର୍କ ଘଣ୍ଟି ହେଉଛି ଲାଲ ଟୋପି: ଅଖିଲେଶ ଯାଦବ

ସମସ୍ତଙ୍କ ଜୀବନରେ ଲାଲ ରଙ୍ଗ ରହିଛି। ଏହି ରଙ୍ଗ ହେଉଛି ପରିବର୍ତ୍ତନର ପ୍ରତୀକ। ଆମ ରକ୍ତର ରଙ୍ଗ ମଧ୍ୟ ଲାଲ ଏବଂ ଲାଲ ରଙ୍ଗ ସୌନ୍ଦର୍ଯ୍ୟକୁ ବଢାଥାଏ। ଏହା ଶୁଭେଚ୍ଛାର ରଙ୍ଗ। ଯଦି ଆପଣ କୌଣସି ଦେବାଦେବୀଙ୍କୁ ଦେଖନ୍ତି ତାହେଲେ ଆପଣ ଲାଲ ରଙ୍ଗ ଦେଖିବାକୁ ପାଇବେ। ଭଗବାନ ହନୁମାନ ଏବଂ ସୂର୍ଯ୍ୟଙ୍କ ରଙ୍ଗ ମଧ୍ୟ ଲାଲ। ସମ୍ପର୍କର ରଙ୍ଗ ମଧ୍ୟ ଲାଲ ଏବଂ ବୋଧହୁଏ ବିଜେପି ସମ୍ପର୍କ ବୁଝିପାରେ ନାହିଁ। ଏକଥା ଆମର ବାବା ମୁଖ୍ୟମନ୍ତ୍ରୀ ବୁଝିବେ ନାହିଁ। ଚିଲମ ଧରୁଥିବା ଲୋକେ ବିକାଶ ବୁଝିପାରିବ ନାହିଁ। ବିକାଶର କ’ଣ ହୋଇଛି ତାହା ରାଜ୍ୟବାସୀ ଜାଣିବାକୁ ଚାହାଁନ୍ତି।   

ସଂସଦୀୟ ଗଣତନ୍ତ୍ରରେ ଭାଷା ଏହଂ ବ୍ୟବହାରରୁ କୌଣସି ଦଳ ଏବଂ ବ୍ୟକ୍ତି ବିଶେଷଙ୍କ ପରିଚୟ ମିଳିଥାଏ। ବିଜେପି ନେତୃତ୍ୱ ଭାଷା ସଂଯମତା ହରାଇଛି।  ବିରୋଧି ଦଳ ନେତାଙ୍କ ବିରୁଦ୍ଧରେ ଅଶାଳୀନ ଭାଷା ବ୍ୟବହାର କରି ବ୍ୟକ୍ତିଗତ ଅଭିଯୋଗ କରିବା ଗଣତନ୍ତ୍ରରେ ଅବାଞ୍ଛିତ। ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ମିଳିବାକୁ ଜନସମର୍ଥନକୁ ନେଇ ବିଜେପି ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ସେମାନେ ବ୍ୟକ୍ତିଗତ ଅଭିଯୋଗ କରିବାରେ ପଛରେ ନାହାଁନ୍ତି।

ପ୍ରଧାମମନ୍ତ୍ରୀ ଏହି ବିବୃତ୍ତି ଉପରେ ଜବାବ ଦେଇ ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି ମୋତେ ଏପରି ଲାଗୁଛି ଏହି ଲୋକ କେତେବେଳେ ଦିଲ୍ଲୀସ୍ଥିତ ଲାଲ୍ କିଲ୍ଲାକୁ କଳା ଦୁର୍ଗରେ ପରିଣତ କରିଦେବେ। ଅନ୍ୟପଟେ ରାଷ୍ଟ୍ରୀୟ ଲୋକ ଦଳ ଅଧ୍ୟତ୍ର ଜୟନ୍ତ ଚୌଧୁରୀ କହିଛନ୍ତି ସେମାନେ ଲୋକଙ୍କୁ ଅନେକ ଟୋପି ପିନ୍ଧାଇଛନ୍ତି। ସେଥିପାଇଁ ସେମାନଙ୍କ ନଜର ସେଠାରେ ରହିଛି।

Also Read: 'ଲାଲବତୀ ଉପରେ ରହିଛି ଲାଲ ଟୋପି ପିନ୍ଧୁଥିବା ଲୋକଙ୍କ ନଜର; ଆତଙ୍କବାଦୀଙ୍କ ପ୍ରତି ଦୟାଳୁ ହେଉଛନ୍ତି ସେମାନେ'

ସେହିପରି ପୂର୍ବତନ ଆଇଏଏସ ଅଧିକାରୀ ସୂର୍ଯ୍ୟ ପ୍ରତାପ ସିଂହ କହିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବାବଦରେ ପ୍ରଧାନମନ୍ତ୍ରୀ ରଖିଥିବା ବୟାନର ଫଳା କ'ଣ ଆସିଲା ସମସ୍ତେ ଜାଣିଛନ୍ତି। 'ଲାଲ ଟୋପି' ଉପରେ ରଖିଥିବା ବିବୃତ୍ତି ସେମାନଙ୍କୁ ଧୂଳିସାତ କରିପାରେ। ପ୍ରଧାନମନ୍ତ୍ରୀଙ୍କ ପଦର ସମ୍ମାନକୁ କ୍ଷୁର୍ଣ୍ଣ କରିଥିବା ମୋଦୀ ଜି ଏତେ ଭୟଭୀତ ହୋଇପଡିଛନ୍ତି ଯେ ରାଜନୈତିକ ଶାଳୀନତାକୁ ଭୁଲିଯାଇଛନ୍ତି। ସେମାନେ ଘୃଣାକୁ ବିସ୍ତାର କରି ନିଜକୁ ପୋଷି ଭାରତକୁ ‘ବିଶ୍ୱଗୁରୁ’ କ’ଣ କରିବେ ବୋଲି ପ୍ରଶ୍ନ କରିପାରେ। ଟୋପି ପଗଡି ପିନ୍ଧିବା ହେଉଛି ସମ୍ନାର ପ୍ରତୀକ। ତାହା ଆପଣ କ'ଣ ଜାଣିବେ ମୋଦି ବାବୁ।